ପାଣ୍ଡିଆନଙ୍କୁ ନେଇ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray, ‘ଖେଳରେ ବି ପାଣ୍ଡିଆନ, ସେ କଣ ଗୋଟେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ର ଖେଳାଳି ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି । ଖେଳାଳି ମାନେ ବସ୍‌ରୁ ଓହ୍ଲାଇ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ କରିସାରିଛନ୍ତି । ଖେଳାଳି ଓ ଟିମର ଅନ୍ୟ କର୍ମୀମାନେ ୪ଟି ବସରେ ଭୁବନେଶ୍ବର ସ୍ଥିତ ହୋଟେଲ ‘ମେ ଫାୟାର’ରୁ ସନ୍ଧ୍ୟା ୪ଟା ୫୦ରେ ବାହାରିଥିଲେ । ଏମାନେ ସମସ୍ତେ ଜୟଦେବ ବିହାର, ବାଣୀବିହାର, ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ ।

ତେବେ ଖେଳାଳି ମାନେ କଡ଼ାସୁରକ୍ଷା ମଧ୍ୟରେ ହେଟେଲରୁ ବାହାରିଥିଲେ । ସେମାନଙ୍କୁ ସୁରକ୍ଷାର ସହିତ ବାରବାଟୀକୁ ନିଆଯାଇଥିଲା । ମ୍ୟଚ ଦେଖିବାରୁ ବଞ୍ଚିତ ଥିବା ପ୍ରଶଂସକ ମାନେ ରାସ୍ତାରେ ଭିଡ଼ ଲଗାଇଥିଲେ । ହେ‌ାଟେଲ ସାମ୍ନା ଠାରୁ ଆରମ୍ଭ କରି, ଖେଳାଳି ମାନଙ୍କର ବସ୍‌ ଯାଉଥିବା ରାସ୍ତାରେ ପ୍ରଶଂସକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ।

ତେବେ ବାରବାଟୀରେ ଭାରତ-ଦକ୍ଷିଣ ଆଫିକା ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦର୍ଶକମାନେ ପ୍ରବେଶ କରିସାରିଛନ୍ତି । ଅପରାହ୍ନ ୩ଟା ହେବା ମାତ୍ରେ ବାରବାଟୀ ‌ଷ୍ଟାଡିୟମ୍‌ର ୧୪ଟି ଗେଟ୍‌ରେ ଦର୍ଶକଙ୍କୁ ପ୍ରବେଶ ଦିଆଯାଇଥିଲା । ବାହାର ଜିନିଷ‌ ଯେପରି କି ପାଣି ବୋତଲ, ଖାଦ୍ୟ-ପଦାର୍ଥ, ହେଲମେଟ, ମୁଦ୍ରା ଆଦିକୁ ବାରଣ କରାଯାଇଥିଲା । ସମସ୍ତ ଦର୍ଶକ ମାସ୍କ ପିନ୍ଧି ଷ୍ଟାଡିୟମ ଭିତରକୁ ପ୍ରବେଶ କରିଛନ୍ତି ।

ବାରବାଟୀ ଭିତରକୁ ଦର୍ଶକମାନଙ୍କୁ ପ୍ରବେଶ କରାଯିବା ପରେ ଦର୍ଶକମାନେ ଉତ୍ସାହିତ ଦେଖାଯାଉଛନ୍ତି । ଯେଉଁ ଦର୍ଶକମାନେ ପ୍ରଥମ ଥର ଆଖି ଆଗରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବେ ସେମାନଙ୍କର ଉତ୍ସାହ ସୀମା କହିଲେ ନ ସରେ । ତେବେ ଏହା ଉପରେ ବର୍ତ୍ତମାନ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ମତ ରଖିଛନ୍ତି । ତେବେ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁଅ ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ସୁର ଭାଇଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ଅଛି । ତାଙ୍କ କଡା ବୟାନ ଓ ସମାଜ ସେବା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ସୁର ଭାଇ ଓଡିଶାରେ ଚାଲିଥିବା ସମସ୍ତ ପ୍ରସଙ୍ଗ ଉପରେ ନିଜର ମକ୍ତବ୍ୟ ରଖନ୍ତି । ତେବେ ସେ ଜଣେ ସଚୋଟ ନେତା ଭାବରେ ମଧ୍ୟ ବେଶ ପରିଚିତ । ତେବେ ତାଙ୍କୁ ପଚରା ଯାଇଥିଲା କି ଆପଣ ଙ୍କୁ ମ୍ୟାଚ କିଏ ଜିତିବ ଵୋଲି ଲାଗୁଛି ତେବେ ସେ ଏହାର ଉତ୍ତରରେ କହିଥିଲେ କି ଇଣ୍ଡିଆ ହିଁ ଜିତିବ ।

ତେବେ ସେ ଏହା ମଧ୍ୟ କହିଥିଲେ କି ମୋର ପ୍ରିୟ ଖେଳାଳି କେହି ଆସି ତ ନାହାନ୍ତି ହେଲେ ବି ଇଣ୍ଡିଆ ଜିତିବ । ଋଷଭ ପନ୍ଥ, ପାଣ୍ଡିଆନ ତେବେ ପାଣ୍ଡିଆନ ତ ସବୁଆଡେ ରାଜନୀତି ରେ ଓଡ଼ିଶାର କାର୍ଯ୍ୟ ରେ ଏବଂ ଖେଳ ରେ ମଧ୍ୟ । ତେବେ ଯାହା ହେଉ ଇଣ୍ଡିଆ ହିଁ ଜିତିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *