କଂଗ୍ରେସ ଲୀଡର Sonia Gandhi ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର, ସ୍ବାସ୍ଥ୍ୟବସ୍ଥା ହେଲା ଗୁରୁତର…

ନମସ୍କାର ବନ୍ଧୁଗଣ ତେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀର ସର ଗଙ୍ଗା ରାମ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ନିକଟରେ ତାଙ୍କୁ କରୋନା ହୋଇଥିଲା । ଯାହା ପରେ ସେ ନିଜକୁ ହୋମ ଆଇସୋଲେସନ କରିଥିଲେ । କିନ୍ତୁ ଏବେ କୋଭିଡ ସଂକ୍ରମଣ ଦୃଷ୍ଟିରୁ ହସପିଟାଲରେ ଭର୍ତ୍ତି କରା ଯାଇଛି । ତେବେ ସୋନିଆ ହସପିଟାଲରେ ଭର୍ତ୍ତି ନେବା ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁରଜଓ୍ଵାଲାଙ୍କ ପକ୍ଷରୁ ଖବର ଦିଆଯାଇଛି ।

କରୋନା ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଥିଲା । ତେଣୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି । କିନ୍ତୁ ହସପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନ ରେ ରହିଛନ୍ତି । ସୋନିଆଙ୍କ ପାଇଁ ସୁସ୍ଥ କାମନା କରିଥିବା ସମସ୍ତ ପାର୍ଟି ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ପ୍ରବକ୍ତା ରଣଦୀପ ସଂହ । ନ୍ୟାସନାଲ୍‌ ହେରାଲ୍‌ଡ ମାମଲାରେ ତାଙ୍କୁ ସମନ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଆସନ୍ତା ୮ ତାରିଖରେ ହାଜର ହେବାକୁ କୁହାଯାଇଛି । କୋଭିଡ୍‌ ପଜିଟିଭ୍‌ ହୋଇଥିଲେ ବି ଇଡିରେ ହାଜର ହେବେ ସୋନିଆ । ଏ ନେଇ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତ ସପ୍ତାହରେ କଂଗ୍ରେସ ବହୁ ନେତାଙ୍କୁ ଭେଟିଥିଲେ ସୋନିଆ ଗାନ୍ଧୀ । କିଛି ନେତା କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେସି ବେଣୁଗୋପାଳ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି । କୌଣସି ନେତାଙ୍କ ଠାରୁ ସଂକ୍ରମଣ ଆସି ଥାଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ଖବର ଆସୁଥିଲା କି କରୋନାରୁ ସୁସ୍ଥ ହେଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ସୁସ୍ଥ ହେବା ପରେ ନ୍ୟାସ୍‌ନାଲ ହେରାଲ୍ଡ ଆର୍ଥିକ ହେର୍‌ଫେର୍‌ ମାମଲାରେ ଇଡି ପାଖରେ ହାଜର ହେବେ । ଏଥିପାଇଁ ସୋନିଆଙ୍କୁ ଇଡି ସମନ କରିଥିଲେ ବି କୋଭିଡ ସଂକ୍ରମିତ ଯୋଗୁ ହାଜର ତାରିଖ ଘୁଞ୍ଚାଇ ଦିଆଯାଇଥିଲା । ସୁସ୍ଥ ହେବା ପରେ ତାଙ୍କୁ ହାଜର ହେବାକୁ ଆଉ ଏକ ତାରିଖ ଦିଆଯାଇଛି ।

ଜୁନ ୨୩ ତାରିଖରେ ସୋନିଆ ଇଡି ପାଖରେ ହାଜର ହେବେ ବୋଲି ଇଡି ସମନ କରିଛି । ଅନ୍ୟପଟେ ରାହୁଲ ଗାନ୍ଧୀ ଜୁନ ୧୩ ତାରିଖରେ ଇଡି ସମ୍ମୁଖରେ ହାଜର ହେବେ । ଏପଟେ ଭାରତ ସରକାରଙ୍କର କଂଗ୍ରେସ ପ୍ରତି ଏଭଳି ଆଭିମୁଖ୍ୟକୁ ବିରୋଧ କରିଛି କଂଗ୍ରେସ । ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ଦିନ ଦଳ ଏପିଜେ ଅବଦୁଲ କାଲାମ ରୋଡ୍‌ରେ ଥିବା ଇଡି ଅଫିସ ସମ୍ମୁଖରେ ଶୋଭାଯାତ୍ରା କରିବ ।

ତେବେ ଆସୋସିଏଟ୍ ଜର୍ନାଲ୍ସ ଲିମିଟେଡ୍(AJL) ଦ୍ୱାରା ପ୍ରକାଶିତ ନ୍ୟାସ୍‌ନାଲ ହେରାଲ୍ଡ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ମାଲିକାନାରେ ରହିଛି । କମ୍ପାନୀ ବିରୋଧରେ ଜମି ଅଧିଗ୍ରହରଣରେ ଚିଟିଂ, ଷଡ଼ଯନ୍ତ୍ର ଅପରାଧିକ ମାମଲା କରିଥିବା ଅଭିଯୋଗ ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *