Omicron Variant ଉପରେ Aiims ଦେଲା ଗୁଡ ନିଉଜ, କରୋନା କୁ ଶେଷ କରିଦେବ Omicron !

ବନ୍ଧୁଗଣ, ଦେଶରେ ଦୁଇ ସପ୍ତାହ ମଧ୍ୟରେ କରୋନା କେସ ପାଞ୍ଚ ଗୁଣା ବଢ଼ି ସାରିଲାଣି । ଗୋଟେ ଦିନରେ ୩୩,୭୫୦ କେସ ବାହାରି ସାରିଲାଣି । ଓମିକ୍ରୋନ ସଂଖ୍ୟା ୧୭୦୦ ରେ ପହଞ୍ଚି ସାରିଲାଣି । କିନ୍ତୁ ଏହି ସବୁ ଭିତରେ ଭଲ ଖବର ଏହା ହୋଇଛି କି ମୃ-ତ୍ୟୁ ସଂଖ୍ୟା କମିବାରେ ଲାଗିଛି । ବ୍ରିଟେନ ଓ ଫ୍ରାନ୍ସ ଭଳି ଦେଶରେ କରୋନାର ଓମିକ୍ରୋନ ୱରିଏଣ୍ଟ ସମଗ୍ର ଦେଶରେ ବହୁତ ଶୀଘ୍ର ବ୍ୟାପୁଛି । କିନ୍ତୁ ଓମିକ୍ରୋନ ଶୁଭ ଖବର ଦେଉଛି ବୋଲି ଏମ୍ସ ର ରିସର୍ଚ୍ଚ ର କହିଛନ୍ତି ।

ଓମିକ୍ରୋନ ଅଭିଶାପ ନୁହେଁ ବରଦାନ ଭଳି ପ୍ରମାଣ ହେବ ବୋଲି ମଧ୍ୟ କହିଛନ୍ତି । ଏହା ଲୋକମାନଙ୍କର ଇମ୍ମୁନିଟୀ ଶକ୍ତି କୁ ବଢାଇ ବାରେ ସାହାଯ୍ୟ କରୁଛି । ଏହା ସହିତ ରିସର୍ଚ୍ଚର ମାନେ କହିଛନ୍ତି ଯେଉଁମାନଙ୍କୁ ପ୍ରଥମେ କରୋନା ହୋଇ ସମ୍ପୂର୍ଣ୍ଣ ଭଲ ହୋଇସାରିଛନ୍ତି, ସେମାନେ ସବୁଠୁ ବେଶୀ ସୁରକ୍ଷିତ । ଏବଂ ସେମାନେ ଭ୍ୟାକସିନ ନେବା ଲୋକଙ୍କ ଠାରୁ ମଧ୍ୟ ବେଶୀ ସୁରକ୍ଷିତ ।

ଏହାଛଡା ଦକ୍ଷିଣ ଆଫ୍ରିକା ଯେଉଁଠାରେ ପ୍ରଥମେ ଓମିକ୍ରୋନ ବିଷୟରେ ଜଣା ପଡିଥିଲା । ସେଠାରେ ମଧ୍ୟ ଭଲ ଖବର ଦେଇ ଆସୁଛି । ଦକ୍ଷିଣ ଆଫ୍ରିକାର ସରକାରଙ୍କ ମତରେ ଓମିକ୍ରୋନ ର ଚତୁର୍ଥ ଲହର ସରିଗଲାଣି । ଏହାଛଡା ଏମ୍ସଙ୍କ ମତରେ ଦେଶ କରୋନାର ଏଣ୍ଡେମିକ ଷ୍ଟେଜରେ ପହଞ୍ଚିବାକୁ ଗଲାଣି । ଏହାର ଅର୍ଥ ହେଉଛି ଦେଶରେ ଭାଇରସ ଶେଷ ହୋଇନାହିଁ ।

କିନ୍ତୁ ମୃ-ତ୍ୟୁ ମୁଖକୁ ମଧ୍ୟ ନେବ ନାହିଁ । ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଓମିକ୍ରୋନରେ ଅଧିକ ଟେଷ୍ଟ କରି ସମୟକୁ ବରବାଦ କରନ୍ତୁ ନାହିଁ । ସରକାର ଙ୍କୁ କରୋନା ବିପକ୍ଷରେ ଅଧିକ ରୁ ଅଧିକ ମଜବୁତ ରହିବାର ଅଛି । ଏମ୍ସ ର କୋ- ଭ୍ୟାକସିନର କମ୍ୟୁନିଟୀ ମେଡିସିନ ବିଭାଗର ପ୍ରଫେସର ଡାକ୍ଟର ସଞ୍ଜୟ ରାୟଙ୍କ ମତରେ ବୈଜ୍ଞାନିକ ଆଧାରରେ ଆଜି ପର୍ଯ୍ୟନ୍ତ ପରୀକ୍ଷଣ ନିରୀକ୍ଷଣ ଦ୍ଵାରା ଏହା ଜଣାପଡ଼ିଛି କି ଭାଇରସ ବହୁତ ମ୍ୟୁଟେଟ ହେଲେ କମଜୋର ପଡିଯାଇଥାଏ ।

ଓମିକ୍ରୋନ ବହୁତ ମାତ୍ରାରେ ବ୍ୟାପି ସାରିଲାଣି । ଯେଉଁମାନେ ଭ୍ୟାକସିନ ନେଇସାରିଛନ୍ତି ସେମାନେ ମଧ୍ୟ ଓମିକ୍ରୋନ ର ଶିକାର ହେଉଛନ୍ତି । ଏବଂ ଏହାର ଲକ୍ଷଣ କାହା କାହା ପାଖରେ ଦେଖା ଯାଉନାହିଁ । ଏବଂ ଯେଉଁମାନଙ୍କ ପାଖରେ ଏହାର ଲକ୍ଷଣ ଦେଖା ଯାଉଛି ସେମାନେ ୨ ରୁ ୩ ଦିନ ଭିତରେ ଭଲ ହୋଇଯାଉଛନ୍ତି । ଆମେ ଯେଉଁ ଓମିକ୍ରୋନ ୱାରିଏଣ୍ଟ କୁ ଡରୁଛୁ ହୋଇପାରେ ତାହା ଆମ ପାଇଁ ଅଭିଶାପ ନ ହୋଇ ବରଦାନ ଭଳି ପ୍ରମାଣିତ ହେବ ।

ଏହାକୁ ଭଲ ଭାବରେ ବୁଝାଇବା ପାଇଁ ଡାକ୍ତର ମାନେ କିଛି ଉଦାହରଣ ମଧ୍ୟ ଦେଇଛନ୍ତି । ବାସ୍ତବରେ ପୋଲିଓ ଓ ମିଳିମିଳା ରେ ଜିନ୍ଦା ଭାଇରସ ର ଭ୍ୟାକସିନ ଦିଆଯାଇଥାଏ । ଯାହା ଆମ ଶରୀରରେ ଆଣ୍ଟିବଡ଼ି ବନାଇ ଥାଏ । ଠିକ୍ ସେହିପରି ଓମିକ୍ରୋନ ୱାରିଏଣ୍ଟ ଯାହାକୁ ସଂକ୍ରମିତ କରୁଛି ତାକୁ ବେମାର କରୁନାହିଁ ବରଂ କୋରନା ବିପକ୍ଷରେ ଇମ୍ମୁନୀଟି ତିଆରି କରୁଛି । ଏବେ ପର୍ଯ୍ୟନ୍ତ ରିପୋର୍ଟ ଅନୁସାରେ ଓମିକ୍ରୋନ ବରଦାନ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଇଛି ।

କିନ୍ତୁ କୋରୋନା ଓ ଓମିକ୍ରୋନ ରୁ ବଞ୍ଚିବା ପାଇଁ ଆପଣ ମାନଙ୍କୁ ଭ୍ୟାକସିନ ନିଶ୍ଚିତ ଭାବରେ ନେବାର ଅଛି । ଏହାଛଡା ଆପଣ ମୁହଁରେ ମାସ୍କ ଲଗାଇ ବାହାରକୁ ଯିବେ ଓ ସାମାଜିକ ଦୂରତା ପାଳନ କରିବେ । ଏବଂ ନିଜ ହାତକୁ ବାରମ୍ବାର ଧୋଇବେ । ବନ୍ଧୁଗଣ ମନେ ରଖନ୍ତୁ ଯେ ନିଜ ସୁରକ୍ଷା ନିଜ ହାତରେ । ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *