Omicron ର ଲକ୍ଷଣ ଦେଖା ଦେଲେ ଖାଆନ୍ତୁ ଏହି 5 ଟି ଖାଦ୍ୟ, ମିଳିଥାଏ ଚମତ୍କାରୀ ଫାଇଦା !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଭାରତ ସମେତ ବିଶ୍ୱରେ ଓମିକ୍ରନ୍ ଭାରିଆଣ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟ ୧୭୫ ଟି ଦେଶରେ ଦେଖାଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୨୬୩୦ ଜଣ ଲୋକ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇ ସାରିଛନ୍ତି । ଦେଶରେ ଏହି ଭାରିଆଣ୍ଟରେ ସଂକ୍ରମିତ ରାଜ୍ୟ ସଂଖ୍ୟା ୨୪ କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ଏହାର ସର୍ବାଧିକ ମାମଲା ରହିଛି । ଏହା ପରେ କେରଳ ତୃତୀୟ ସ୍ଥାନରେ ରହିଛି।

ତେବେ ଯେତେବେଳେ ଜଣେ ବ୍ୟକ୍ତି ଏହି ଭାରିଆଣ୍ଟର ସଂସ୍ପର୍ଶରେ ଆସେ, ସମାନ ଲକ୍ଷଣ ଅନୁଭବ ହୁଏ, ଯାହା ପୂର୍ବରୁ ପରିବର୍ତ୍ତିତ ଭୂତାଣୁରେ ଥିଲା । ଓମିକ୍ରନ୍ ର କେତେକ ଲକ୍ଷଣ ହେଉଛି ସାମାନ୍ୟ ଜ୍ୱର, ଗଳା ଯନ୍ତ୍ରଣା, ଥକାପଣ, ଶରୀରରେ ଯନ୍ତ୍ରଣା, ଗନ୍ଧ ଏବଂ ସ୍ୱାଦ ହରାଇବା । କେତେକ କ୍ଷେତ୍ରରେ, ବ୍ୟକ୍ତିର ଚର୍ମ ଦାଗ, କଞ୍ଜୁକଟିଭାଇଟିସ୍ ଏବଂ ଝାଡ଼ା ମଧ୍ୟ ହୋଇପାରେ । ଲକ୍ଷଣ ବ୍ୟକ୍ତିଠାରୁ ଭିନ୍ନ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭିନ୍ନ ହୋଇପାରେ ।

ଯେହେତୁ ଓମିକ୍ରନ୍ ଏକ ମାସ ପୂର୍ବରୁ ଦକ୍ଷିଣଆଫ୍ରିକାରେ ମିଳିଥିଲା, ତଥାପି ବୈଜ୍ଞାନିକମାନେ ଏ ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି। ତେବେ କରୋନା ଏବଂ ଓମିକ୍ରନ୍ ର ଲକ୍ଷଣ ଏକା ଥିଲେ ମଧ୍ୟ ଓମିକ୍ରନ ଟିକେ ଭିନ୍ନ ରହିଛି । ଏବେ ଓମିକ୍ରନ ର ଆଉ ଦୁଇ ଟି ଲକ୍ଷଣ ସାମ୍ନା କୁ ଆସିଛି ।  ତାହାକୁ ଅଣଦେଖା କରି ହେବନି ବୋଲି ବିଶେଷଜ୍ଞ କହିଛନ୍ତି । ବିଶେଷଜ୍ଞ ଙ୍କ ମତରେ କେବଳ ୫୦ ପ୍ରତିଶତ ଲୋକ ଜ୍ଵର ଥଣ୍ଡା ଏବଂ ସ୍ଵାଦ ହୀନତା ର ଶିକାର ହେଉଛନ୍ତି ।

ଏବେ ଯେଉଁ ଦୁଇଟି ଲକ୍ଷଣ ଦେଖା ଯାଉଛି ତାହା ହେଲା ଭୋକ ନହେବା ଏବଂ ବାନ୍ତି ଲାଗିବା । ଆପଣଙ୍କୁ ଯଦି ଭୋକ ନ ଲାଗୁଚି କିମ୍ବା ଅନ୍ୟ କିଛି ଲକ୍ଷଣ ଦେଖା ଯାଉଛି ତାହେଲେ ଆପଣ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ୍ ।  ତାପରେ କୋଭିଡ ପରୀକ୍ଷା କରିନେବା ଉଚିତ୍ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ଆପଣ ଏହି ସମୟରେ କିଛି ଏପରି ଖାଦ୍ୟ ପଦାର୍ଥ ରହିଛି ଯାହାର ସେଵନ ଆପଣ କରି ପାରିବେ।

୧- ପ୍ରଥମ ରେ ହେଉଛି ଦହି। ତେବେ ଦହି ଆମ ପାଚନ ତନ୍ତ୍ର ପାଇଁ ବହୁତ ଲାଭକାରୀ ହୋଇଥାଏ ତେବେ ଦହି କୁ ଆପଣ ମାନେ ଥଣ୍ଡା ଦିନ ବା ବର୍ଷା ଦିନରେ ସେବନ କରିବା ଉଚିତ ନୁହ । ଏହା ଛଡା ଦହି ରାତିରେ ବି ସେବନ କରିବା ଉଚିତ ନୁହ କାହିଁକିନା ଦହି ଥଣ୍ଡା ହୋଇଥାଏ ସେଥିପାଇଁ ଏହାକୁ ସକାଳେ ନଚେତ ଦୁଇପହରରେ ବ୍ୟବହାର କରିବା ଉଚିତ । ଦହିରେ ଗୋଟେ ଚାମଚ ମହୁ ମିଶାଇ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ ଆଉ ସବୁବେଳେ ଫ୍ରେସ ଦହି ସେବନ କରିବେ।

୨- ଦ୍ଵିତୀୟ ରେ ସୁପ ଓ ସୋରବା। ତେବେ ଡାକ୍ତର ଙ୍କ ଅନୁଯାୟୀ ସୁପ କିମ୍ବା ସୋରବା ଖାଇବା ଦ୍ୱାରା ଆପଣଙ୍କ ଗଳା କୁ ବହୁତ ଆରାମ ମିଳିଥାଏ ଏବଂ ଯଦି ଆପଣ ଙ୍କୁ ଭୋକ ହୁଏ ତେବେ ଆପଣ ଏହି ସୁପ ରେ ଆପଣ କିଛି ପରିବା ମଧ୍ୟ ପକେଇ ପାରିବେ ଏହା ଦ୍ୱାରା ଆପଣ ଙ୍କୁ ପ୍ରୋଟିନ ମଧ୍ୟ ପ୍ରାପ୍ତ ହୋଇ ପାରିବ।

୩- ତୃତୀୟ ରେ ହେଉଛି ଆପଣ ତାଜା ସବୁଜ ପନି ପରିବା ର ମଧ୍ୟ ସେବନ କରି ପାରିବେ। ତେବେ ଆପଣ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇ ପାରିବେ ଏହା ଦ୍ୱାରା ଆପଣ ଙ୍କ ଇମ୍ୟୁନିଟି ବୁଷ୍ଟ୍ରର ହେବା ସହ ଆପଣଙ୍କୁ ଶକ୍ତି ମଧ୍ୟ ମିଲିବ।

୪- ଚତୁର୍ଥ ରେ ହେଉଛି ଫଳ ରସ ପିଇ ପାରିବେ। ତେବେ ଆପଣ ନିଜର ଇମ୍ୟୁନିଟି କୁ ଦୃଢ଼ କରିବା ପାଇଁ ଫଳ ରସ ର ସେଵନ ମଧ୍ୟ କରି ପାରିବେ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *