‘କଣ ଖାଲି ଧୋବଲି ପାଇବେ ଟୀକା ? ଆଉ ଯିଏ…’ ଦେଖନ୍ତୁ ମିଡିଆ ଆଗରେ ହଠାତ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ କରୋନା ମହାମରିର ତୃତୀୟ ଲହର ଚାଲିଛି । ଏହି ତୃତୀୟ ଲହରଟି ଲୋକ ମାନଙ୍କ ଚିନ୍ତା ବଢାଇବାରେ ଲାଗିଛି । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ସବୁ ବେଳେ ନିଜ ସମାଜସେବା ଓ ନିଜ ରୋକ ଠୋକ କଥା ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ ସୁର ଭାଇ କରୋନା ଟୀକାକୁ ନେଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇଙ୍କ ମତରେ-‘ବାଚସ୍ପତି ଯଦି କରିଛନ୍ତି ତା ହେଲେ ୪ କୋଟି ୫୦ ଶହ ଲୋକଙ୍କର ବି କରନ୍ତୁ’ ।

ଆଗକୁ ସୁର ଭାଇ କହିଛନ୍ତି- ‘ଯୁବକ, ମହିଳା, ଗାଁ ଗଳହୀ ଲୋକ ପାଇବେ ନାହିଁ କେବଳ ଆମ ଧୋବଲି ଏମଏଲଏ, ଆଇଏଏସ ଓଏସ ଖାଲି ପାଇବେ । ଭୁବନେଶ୍ବରର ପ୍ରାୟ ୨ ଲକ୍ଷ ଲୋକ ନେଇ ସାରିଲେଣି ଲୁଚେଇକି । ଯେତେ ଆଇଏଏସ ଓଏସ ଡାକ୍ତର ତାର ଜୀବନଟା ଆଗ ଲକ୍ଷ ୨୦ ହଜାର ଲକ୍ଷ ୨୨ ହଜାର ଦେଇ ଇଂଜେକସନ ନେଇଯାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନିଜେ ନେଉଛନ୍ତି କେବଳ ଏହି ଲିମିଟେଡ ଲୋକ ମାନଙ୍କ ପାଇଁ’ ।

ଆଗକୁ ସୁର ଭାଇ କହିଛନ୍ତି-‘ବାଚସ୍ପତି ନେଇ ସାରିଲେଣି । ବାଚସ୍ପତିକୁ କୌଣସି ରୋଗ ଧରିବ ନାହିଁ ସେ ଠିକ ସମୟରେ ଉଚିତ କାରବାର କରନ୍ତି । ବାଚସ୍ପତି ଜଣେ ଜ୍ଞାନୀ ଲୋକ ଭଲ ଲୋକ କିନ୍ତୁ ସମସ୍ତଙ୍କ ପାଇଁ କର । ଏ ଟୀକା ଦେବେ ଯୋଉ ଲିମିଟେଡ ଲୋକ ୫୦୦ ଭିତରେ ପାଇବେ ସେମାନେ ପୁଣି ରାଜନୀତି ଲୋକ । ଏହି ଗାଁ ଗହଳି ଯୁବକ ମାନଙ୍କୁ ଦିଅ, ମା ଭଉଣୀ ମାନଙ୍କୁ ଦିଅ, ଆଦିବାସୀ ମାନଙ୍କୁ ଦିଅ ତା ହେଲେ ମୁ ଜାଣିବି ଯେ ବାଚସ୍ପତିର କାପାସିଟି ଅଛି ସାଢେ ଚାରି କୋଟି ଲୋକକୁ ସେ ଟୀକା ଦେଇପାରିବେ’ ।

ଆଗକୁ ସୁର ଭାଇ କହିଛନ୍ତି-‘ଟୀକା ଦିଆଯାଉ ଜୀବନଟା ବଡ ଯେତେ ପଇସା ଖର୍ଚ୍ଚ ହେଉ ନବୀନ ବାବୁ ଦେଇ ଦିଅ ସମସ୍ତଙ୍କୁ ଟୀକା । କୌଣସି ଯୁବକ, ଯୁବତୀ, ଆଦିବାସୀ, ମହିଳା କାହାକୁ ବି ଛାଡନି ସମସ୍ତଙ୍କୁ ଟୀକା ଦିଅ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ଟୀକା ଦେବା ପାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *