କେବଳ 5 ମିନିଟରେ ଗମ୍ଭୀର ରୁ ଗମ୍ଭୀର ମୁଣ୍ଡବିନ୍ଧା ଭଲ ହୋଇଯିବ, କେବଳ କରନ୍ତୁ ଏହି ଘରୋଇ ଉପାୟ ! (Headache Remedies)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବ୍ୟସ୍ତ ବହୁଳ ଜୀଵନ ଶୈଳୀ ଭିତରେ ଆମେ ବୋହିତ ମାତ୍ରାରେ ଟେକ୍ନୋଲୋଜି ଆଉ ମେକାନିକାଲ ଜିନିଷ ଗୁଡିକର ସାହାଯ୍ୟ ନେଉଛୁ । ଯେପରି ମୋବାଇଲ, କମ୍ପ୍ୟୁଟର, ଟିଭି ପରି ଆହୁରି ଅନେକ ଜିନିଷ ଆଜି ଆମ ନିତିଦିନିଆ ବ୍ୟବହାର ଜିନିଷ ପରି । ତେବେ ଭାବିଲେ ଅତ୍ୟଧିକ ଏସବୁ ଜିନିଷ ଗୁଡ଼ିକ ବ୍ୟବହାର ଦ୍ବାରା ଆମ ମୁଣ୍ଡ ଉପରେ କଣ ପ୍ରଭାବ ପକାଉଥିବ ।

ଆହୁରି ଏବେ ଅଧିକା କାମ ଆଉ ପିଲାଙ୍କ ପାଠ ର ପ୍ରେସର ବି ଆମ ମାନସିକ ସ୍ଥିତିକୁ ଇମବାଲେନ୍ସ କରିଦିଏ । ଆଉ ଏହାପରେ ଆରମ୍ଭ ହୁଏ ଭୀଷଣ ମୁଣ୍ଡବ୍ୟଥା । ତେବେ ଯେତେବେଳେ ଏହି ମୁଣ୍ଡବ୍ୟଥା ଆରମ୍ଭ ହୁଏ ଏହା ଭାରି କଷ୍ଟକର ଆଉ ଯନ୍ତ୍ରଣା ଦେଇ ଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆମେ ବହୁତ ମେଡ଼ିସିନ ଖାଇଥାଉ ଆଉ ବିଭିନ୍ନ ପ୍ରକାର ବାମ ବି ଲଗେଇ ଥାଉ ।
ତେବେ ମାତ୍ର ଏହି କ୍ଷେତ୍ରରେ ଆପଣ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ଆଉ ତାପ ରେ ମେଡ଼ିସିନ ଖାଆନ୍ତୁ ।

କାରଣ ଏମିତି ସେମିତି ମେଡ଼ିସିନ ଖାଇବା ଦ୍ୱାରା ପରେ ଆମକୁ ଆହୁରି ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଯଦି ଆପଣଙ୍କର ମୁଣ୍ଡବ୍ୟଥା ଏମିତି ସାଧାରଣ ମୁଣ୍ଡବ୍ୟଥା ତେବେ ଆମେ ଆଜି ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହା ଆପଣଙ୍କ ମୁଣ୍ଡବ୍ୟଥା କିଛି ମିନିଟ ରେ ଦୁର ହେଇଯିବ ।

ତେବେ ଆସନ୍ତୁ ଜାଣିବା କିଛି ବିଶେଷ ଘରୋଇ ଉପଚାର ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଉପଶମ ଦେବ । ଜାଣିଛନ୍ତି ଆମେ ରୋଷେଇ ଘରେ ଆମକୁ ବହୁତ କିଛି ଔଷଧ ମିଳିବ ଯାହା ସ୍ୱଳ୍ପ ବ୍ୟୟୀ ଓ ସ୍ୱାସ୍ଥ୍ୟ ପକ୍ଷେ ହିତକାରୀ । ତେବେ ଆମକୁ କିଛି ବିଶେଷ ଘରୋଇ ଉପଚାର ଗୁଡିକ ମିଳିଛି ଯାହା ଆମ ମୁଣ୍ଡବ୍ୟଥା ପାଇଁ ବହୁତ ଉପକାରୀ ଯେପରି । ତେବେ ଏହି ଉପାୟ ପାଇଁ ଆପଣଙ୍କୁ ପ୍ରଥମେ ଦୁଇ ଖଣ୍ଡ ଛୋଟ ଅଦାର ଆବଶ୍ୟକତା ପଡିବ ।

ଆପଣ ପ୍ରଥମେ ଦୁଇ ଖଣ୍ଡ ଅଦାକୁ ନେଇ ତାହାକୁ ଭଲ ଭାବରେ ଛେଲି ସଫା କରିଦିଅନ୍ତୁ ଓ ଏହାକୁ ପେଶୀ ଏହାର ରସକୁ ବାହାର କରିଦିଅନ୍ତୁ । ଏହା ପରେ ଆପଣ ଏକ ପାତ୍ର ନିଅନ୍ତୁ ଓ ଏଥିରେ ୧ ରୁ ୨ ଚାମଚ ଅଦା ରସ ପକାନ୍ତୁ ।   ତେବେ ଏହାପରେ ଆପଣ ସେହି ପାତ୍ରରେ ଦୁଇଟି ଲବଙ୍ଗ ପକେଇ ଦିଅନ୍ତୁ ।

ଏହା ପରେ ଆପଣ ଏଥିରେ ଏକ ଚାମଚ ଶୁଦ୍ଧ ମହୁ ମିଶାଇ ଦିଅନ୍ତୁ, ଏହା ପରେ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଓ ଏହାକୁ ସେବନ କରନ୍ତୁ । ଦେଖିବେ ପାଞ୍ଚ ମିନିଟ ମଧ୍ୟରେ ଆପଣଙ୍କ ମୁଣ୍ଡବିନ୍ଧା ଓ କ୍ଳାନ୍ତପଣ ଆଦି ସମସ୍ୟା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଆମର ଦ୍ଵିତୀୟ ଉପଚାର । ଆମର ଦ୍ଵିତୀୟ ଉପଚାର ପାଇଁ ଆପଣ ମାନେ ପ୍ରଥମେ ଏକ ପାତ୍ର ନିଅନ୍ତୁ ଓ ଏଥିରେ ଦୁଇ ଚାମଚ ଅଦା ରସ ପକେଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଡାଲଚିନିର ଆବଶ୍ୟକତା ରହିଛି । ସମସ୍ତ ରୋଷେଇ ଘରେ ଡାଲଚିନି ନିଶ୍ଚୟ ରଖା ଯାଇଥାଏ ।

ଏହାକୁ ମସଲା ଓ ଖାଦ୍ୟ ଆଦି ତିଆରି କରିବାରେ ବ୍ୟବହାର କରା ଯାଇଥାଏ । ତେଣୁ ଆପଣ ସେହି ପାତ୍ରରେ ଅଧା ଚାମଚ ଡାଲଚିନି ଗୁଣ୍ଡ ମିଶାଇ ଦିଅନ୍ତୁ ଓ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ମିକ୍ସ କରିବା ପରେ ଯଦି ଆପଣଙ୍କ ମୁଣ୍ଡବିନ୍ଧା ଆଦି ସମସ୍ୟା ହେଉଛି ତା ହେଲେ ଆପଣ ଏହି ମିଶ୍ରଣକୁ ନିଜ ମୁଣ୍ଡରେ ଲଗାନ୍ତୁ ଓ ଏହାକୁ ଭଲ ଭାବରେ ମସାଜ କରନ୍ତୁ ।

ଆମର ଏହି ଦୁଇଟି ଉପାୟକୁ ବ୍ୟବହାର କରି ଦେଖନ୍ତୁ । ଦେଖିବେ ପାଞ୍ଚ ମିନିଟ ମଧ୍ୟରେ ଆପଣ ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ପାଇବେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *