ଏହି ଦୁନିଆରେ ସମସ୍ତେ ଶୋଇବା ସମୟରେ ସ୍ଵପ୍ନ ଦେଖିଥାନ୍ତି । ଏମିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଥାଏ କି ଯାହା ବି ଆମେ ସ୍ଵପ୍ନରେ ଦେଖିଥାଉ ତାହା କଣ ସତ ହୋଇଥାଏ । ସବୁ ସ୍ଵପ୍ନ ସତ ହୋଇ ନ ଥାଏ । ସକାଳୁ ସକାଳୁ ଆପଣ ଯେଉଁ ସ୍ଵପ୍ନ ଦେଖନ୍ତି ତାହା ଅଳ୍ପ ଦିନ ମଧ୍ୟରେ ପ୍ରାୟତଃ ସତ ହୋଇଥାଏ । ସ୍ଵପ୍ନରେ ଆପଣ ପାରା ଦେଖୁଛନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କୁ ମିଳିବ । ନଚେତ ଆକସ୍ମିକ ରୂପରେ ଧନ ସମ୍ପତ୍ତି ମିଳିପାରେ ।
ସ୍ଵପ୍ନରେ ଆପଣ ଓଟ ଦେଖୁଛନ୍ତି ତେବେ ଆପଣଙ୍କୁ ଅଧିକ ଅର୍ଥଲାଭ ହେବ । ସ୍ଵପ୍ନରେ କୁକୁଡା, କୁକୁର, ବାରାହା ଦେଖୁଛନ୍ତି ସୁକନ୍ୟା ଲାଭ ହୋଇଥାଏ । ଠେକୁଆ ଦେଖୁଛନ୍ତି ତେବେ ଚାକିରିରେ ଉଚ୍ଚ ପଦ ପ୍ରାପ୍ତ ହେବ । କୌଣସି ନା କୌଣସି ସୂତ୍ରରୁ ଆପଣଙ୍କ ପାଖକୁ ଟଙ୍କା ବି ଆସିବ । ଚାକିରି କ୍ଷେତ୍ରରେ ଥିଲେ ଆପଣଙ୍କୁ ପ୍ରମୋଶନ ମିଳିବ । ସ୍ଵପ୍ନରେ ବିଲେଇ ଦେଖୁଛନ୍ତି ତେବେ ଘରେ ଚୋରୀ କିମ୍ବା ଅଚାନକ କୌଣସି ବିପଦ ଆସିପାରେ ।
ଏମିତିରେ ସାବଧାନ ରୁହନ୍ତୁ । ସ୍ଵପ୍ନରେ ବିଚ୍ଛା କିମ୍ବା ବିଚ୍ଛା ଆପଣଙ୍କୁ କାମୁଡି ଥିବାର ଦେଖୁଛନ୍ତି ତେବେ ଆପଣଙ୍କ ମାନ ସମ୍ମାନ ବଢିବ । ସବୁ କାମରେ ସଫଳତା ମିଳିବ । ସ୍ଵପ୍ନରେ ବାଘ ଆପଣଙ୍କ ପଛରେ ପଡିଛି ତେବେ ଠକାମି କିମ୍ବା ଖରାପ ଲୋକମାନଙ୍କ ଜାଲରେ ଫସି ପାରନ୍ତି ।
ବଦନାମ ବି ହୋଇ ପାରନ୍ତି । ଏହା ଅଶୁଭ ହୋଇଥାଏ, ସେଥିପାଇଁ କିଛି ଖରାପ ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ସ୍ଵପ୍ନରେ ମାଛ ଦେଖୁଛନ୍ତି ତେବେ ଭଲ ସ୍ତ୍ରୀ ମିଳିଥାଏ । ସ୍ଵପ୍ନରେ ମାଛ ଦେଖିବା ଭଲ ହୋଇଥାଏ । ଆପଣ ସ୍ଵପ୍ନରେ ଗୋଲ୍ଡେନ ମାଛ ଦେଖୁଛନ୍ତି ତେବେ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଆପଣ ସ୍ଵପ୍ନରେ ସାପ ଦେଖୁଛନ୍ତି ତେବେ ଏହା ଭଲ ହୋଇଥାଏ । ସ୍ଵପ୍ନରେ ସାପ ଆପଣଙ୍କୁ କାମୁଡିବାର ଦେଖୁଛନ୍ତି ତେବେ ଆପଣଙ୍କ ଶତ୍ରୁ ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିପାରେ ।
ସ୍ଵପ୍ନରେ ହାତୀ ଦେଖୁଛନ୍ତି ତେବେ ଏହା ଜୀବନରେ ଧନ ପ୍ରାପ୍ତିର ସୂଚନା ଦେଇଥାଏ । ସ୍ଵପ୍ନରେ ଘୋଡା ଦୌଡୁ ଥିବାର ଦେଖୁଛନ୍ତି ତେବେ ଆପଣ ଜୀବନରେ ଉନ୍ନତି କରିବେ । ଆପଣଙ୍କ କାର୍ଯ୍ୟରେ ପ୍ରଗତି ହେବ । ସ୍ଵପ୍ନରେ ପୂର୍ବ ପୁରୁଷଙ୍କୁ ଦେଖୁଛନ୍ତି ତେବେ ଏହା ଶୁଭ ସଂକେତ ଅଟେ ଆପଣଙ୍କ ପାଇଁ । ବାରମ୍ବାର ସ୍ଵପ୍ନରେ ପୂର୍ବ ପୁରୁଷଙ୍କୁ ଦେଖୁଛନ୍ତି ତେବେ ଆପଣଙ୍କ ଘରେ ବାସ୍ତୁ ଦୋଷ ଥାଇ ପାରେ ।
ସେଥିପାଇଁ ଘର ବାସ୍ତୁ ଦୋଷ ପ୍ରତିକାର କରନ୍ତୁ କିମ୍ବା ଆପଣ ପୂର୍ବ ପୁରୁଷଙ୍କୁ ପିଣ୍ଡ ଦେଉ ନ ଥିବେ ତେବେ ପିଣ୍ଡ ଦିଅନ୍ତୁ । ସ୍ଵପ୍ନ ଦେଖିବା ପରେ ଆପଣ ପୁଣି ଥରେ ଶୋଇ ପଡିବେ ତେବେ ଆପଣଙ୍କ ସ୍ଵପ୍ନ ପୁରା ହେବ ନାହିଁ । ସେଥିପାଇଁ ଆପଣ ଭଲ ସ୍ଵପ୍ନ ଦେଖୁଛନ୍ତି ତେବେ ସ୍ଵପ୍ନ ଦେଖିବା ପରେ ଉଠି ଯାଆନ୍ତୁ । ଦିନରେ ଦେଖିଥିବା ସ୍ଵପ୍ନର କୌଣସି ଲାଭ ମିଳି ନ ଥାଏ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।