ମୁହଁକୁ ଚମକାଇବ ଗେଣ୍ଡୁ ଫୁଲ, ଜାଣନ୍ତୁ କିପରି କରିବେ ବ୍ୟବହାର ! Beauty Tips

ନମସ୍କାର ବନ୍ଧୁଗଣ ତେବେ ଆମ ହିନ୍ଦୁ ଘରେ ପ୍ରତେକଦିନ ସକାଳୁ ଗାଧୋଇବା ପରେ ଠାକୁର ପୂଜା ପାଇଁ ଯୋଗାଡ଼ ହୋଇଥାଏ ବିଭିନ୍ନ ପ୍ରକାରର ଜିନିଷ । ସେହି ମଧ୍ୟରୁ ଫୁଲ ଗୋଟିଏ । ଆଜିକାଲି ବଜାରରେ ବିଭିନ୍ନ ଫୁଲ ମିଳୁଛି । କିନ୍ତୁ ସେଥି ମଧ୍ୟରୁ ଗେଣ୍ଡୁ ଫୁଲ ଗୋଟିଏ । ଆମେମାନେ ମଧ୍ୟ ଅଧିକ ମାତ୍ରାରେ ଗେଣ୍ଡୁ ଫୁଲ ଆଣି ଦୀର୍ଘ ଦିନ ଧରି ଫ୍ରିଜରେ ରଖି ପୂଜାରେ ଲଗାଇ ଥାଉ । କିନ୍ତୁ ଏହି ଫୁଲର ମଧ୍ୟ ରହିଛି ଔଷଧୀୟ ଗୁଣ ।


ଯାହା ଆପଣଙ୍କ ତ୍ଵଚାକୁ ସୁରକ୍ଷିତ ରଖିଥାଏ । ଗେଣ୍ଡୁ ଫୁଲରେ ରହିଛି ଆଣ୍ଟି ଇମ୍ଫ୍ଲାମେଟରୀ , ଆଣ୍ଟି ବ୍ୟାକ୍ଟେରିଆ , ସ୍କିନ୍ ହିଲିଂ , ଆଣ୍ଟି ଅକ୍ଷିଡ଼ାଣ୍ଟ ଗୁଣ ଭରି ରହିଛି । ଏହାକୁ ସୌନ୍ଦର୍ଯ୍ୟ ଉପଚାର ପାଇଁ ବ୍ୟବହାର କରାଯାଇ ଥାଏ । ବହୁ ସମୟରେ ଧୂଳିମାଟି କାରଣରୁ ତ୍ୱଚାରେ ଏକ ଆସ୍ତରଣ ଜମିବା ପରି ଅନୁଭବ ହୋଇଥାଏ । ଏଭଳି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଗେଣ୍ଡୁଫୁଲରେ ପ୍ରସ୍ତୁତ ଫେସ ପ୍ୟାକ ବେଶ ଲାଭଦାୟକ ।

ଗେଣ୍ଡୁଫୁଲରେ ଆଣ୍ଟି ବ୍ୟାକ୍ଟେରିଅଲ ଓ ଆଣ୍ଟି ଇଫ୍ଲେମେଟରୀ ଗୁଣ ରହିଛି । ଯାହା ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଏହା ହରବଲ୍ ହୋଇଥିବାରୁ ତ୍ୱଚାର କୌଣସି କ୍ଷତି ମଧ୍ୟ କରି ନଥାଏ । ଜାଣନ୍ତୁ ଗେଣ୍ଡୁଫୁଲରେ କିପରି ଫେସ ପ୍ୟାକ ପ୍ରସ୍ତୁତ କରିବେ । ତେବେ ପ୍ରଥମେ ଗେଣ୍ଡୁଫୁଲର ପାଖୁଡ଼ାକୁ କାଢି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟରେ ୧ ଚାମଚ ଚନ୍ଦନ ଗୁଣ୍ଡ, ଦହି, ମହୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାକୁ ତ୍ୱଚା ଓ ବେକରେ ଲଗାଇ ୧୫ ମିନିଟ ରଖନ୍ତୁ । ୧୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ ।


ଅନ୍ୟ ଏକ ଉପାୟରେ ଗେଣ୍ଡୁଫୁଲକୁ ଭଲ ଭାବେ ପେଷି ଦିଅନ୍ତୁ । ଏଥିରେ ଦହି, ଲେମ୍ବୁ ରସ ମିଶାନ୍ତୁ । ଏହାକୁ ମୁହଁରେ , ହାତରେ, ବେକରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ ।
ସପ୍ତାହକୁ ଥରେ ଏହି ଫେସ ପ୍ୟାକକୁ ନିଶ୍ଚୟ ଲଗାନ୍ତୁ । ଏହା ତ୍ୱଚାର ଚମକ ମଧ୍ୟ ଦ୍ୱିଗୁଣିତ କରିଥାଏ । ବ୍ରଣର କଳାଦାଗ ଦୂର କରିଥାଏ ।

ମୁହଁକୁ ସତେଜ ରଖିଥାଏ । ତ୍ୱଚାର ବିଭିନ୍ନ ଦାଗକୁ ଦୂର କରିଥାଏ । ଖରାର ପ୍ରଭାବରୁ ସୃଷ୍ଟି ହେଉଥିବା ଟ୍ୟାନ୍ କୁ ମଧ୍ୟ ଦୂର କରିଥାଏ । ଏହା ସହିତ ଟ୍ୟୁମର , ମୋଟାପଣ ଓ ଟାଇପ ୨ମଧୁମେହ ପାଇଁ ହିତକର । ଏଥିରେ ଥିବା ଯୌଗିକ ତତ୍ତ୍ଵ ଆପଣଙ୍କର ଅନେକ ପ୍ରକାର ଲାଭ ଦେଇଥାଏ । କୋଷ୍ଠ କାଠିନ୍ୟ କୁ ଦୁର କରିଥାଏ ଗେଣ୍ଡୁ ଫୁଲ ଚା ପିଇବା ଦ୍ଵାରା କୋଷ୍ଠ କାଠିନ୍ୟ ସମସ୍ୟା , ପେଟ ଯନ୍ତ୍ରଣା , ଏସିଡିଟି , ଇତ୍ୟାଦି ସମସ୍ୟା ଦୂର ହୋଇଥାଏ ।


ଏହି ଚା ବିଷାକ୍ତ ପଦାର୍ଥ କୁ ଆମ ଶରୀରରୁ ବାହାର କରିଥାଏ । ତେବେ ଆପଣ ଗେଣ୍ଡୁ ଫୁଲ ର ପତ୍ର କୁ ଶୁଖାଇ ତାକୁ ବାଟି ନିଜ କ୍ଷତ ସ୍ଥାନରେ ଲଗାଇଲେ ମଧ୍ୟ ଲାଭକାରୀ ହୋଇଥାଏ । ଏହା ସହ ଏହା ଯାଦୁ କାଛୁ ପାଇଁ ମଧ୍ୟ ସାହାର୍ୟ୍ଯ କରେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *