ଆଶ୍ଚର୍ଯ୍ୟ ହେଲେ ବି ସତ ! ମରି ଯାଇଥିବା ବାପା କଲେ କନ୍ୟାଦାନ, ଥରେ ଦେଖନ୍ତୁ ଏହି Video, ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ହେଉଛି ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ବିଭିନ୍ନ ସୋସିଆଲ ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ବିବାହରେ ବାପାଙ୍କ ଶୂନ୍ୟତା ପୂରଣ କଲା ୱାକ୍ସ ଷ୍ଟାଚ୍ୟୁ । ଶରୀର ସିନା ନାହିଁ କିନ୍ତୁ ସେ ମହମ ମୂର୍ତ୍ତି ଭିତରେ ଅଛନ୍ତି । ବିବାହରେ ଭଉଣୀକୁ ସ୍ୱତନ୍ତ୍ର ଉପହାର ଦେଲା ଭାଇ ।

ଆଉ ଉପହାର ଦେଖି ଭାବବିହ୍ୱଳ ହୋଇଗଲେ କନ୍ୟା । ତେଲେଙ୍ଗାନା ୱାରଙ୍ଗଲର ସୁବମର୍ଣ୍ଣମ ପରିବାର ବାପାଙ୍କୁ ହରାଇବା ପରେ ବି ପାଖରେ ତାଙ୍କୁ ପାଇଛନ୍ତି । ମହମ ମୂର୍ତ୍ତି ମାଧ୍ୟମରେ ବାପାଙ୍କୁ ଭଉଣୀ ବିବାହରେ ସାମିଲ କରାଇଛି ପୁଅ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଗତ ବର୍ଷ କରୋନା ଯୋଗୁ ବିବାହ କରିବାକୁ ଯାଉଥିବା ଯୁବତୀଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ।

ମାଆ, ଦୁଇ ଭଉଣୀ ଓ ଗୋଟିଏ ଭାଇର ପରିବାର ଏକୁଟିଆ ହୋଇଯାଇଥିଲା । ପ୍ରତିଟି ଉତ୍ସବରେ ତାଙ୍କୁ ଖୋଜୁଥିଲେ । ଗତକାଲି ସାନ ଭଉଣୀଙ୍କ ବିବାହ ଥିଲା । ଏହାପୂର୍ବରୁ ସାନ ଭଉଣୀକୁ ବଡ଼ ଭାଇ ସପ୍ରାଇଜ୍ ଦେଇଥିଲେ । ବାହାଘର ଦିନ ସେ ବାପାଙ୍କ ଅନୁପସ୍ଥିତିକୁ ସବୁଠାରୁ ଅଧିକ ଅନୁଭବ କରୁଥିବାରୁ ତାଙ୍କ ଭାଇ ଅଭିନବ ଉପାୟରେ ଏହାକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ସେ ବାହାଘର ମଣ୍ଡପରେ ହିଁ ତାଙ୍କ ଭଉଣୀଙ୍କୁ ଦିବଂଗତ ବାପାଙ୍କ ମହମ ପ୍ରତିମୂର୍ତ୍ତି ଉପହାର ଆକାରରେ ଦେଇଛନ୍ତି ।

ତେବେ ଯେତେବେଳେ ବିବାହ ମଣ୍ଡପକୁ କନିଆଁ ବେଶରେ ଯୁବତୀ ଜଣଙ୍କ ତାଙ୍କ ମା’, ଭାବୀ ସ୍ୱାମୀ ଓ ଅନ୍ୟମାନଙ୍କ ସହ ପ୍ରବେଶ କରିଥିଲେ ଠିକ୍‌ ସେତିକି ବେଳେ ତାଙ୍କ ଭାଇ ମହମ ପ୍ରତିମୂର୍ତ୍ତି ଆଗକୁ ଆଣିଥିଲେ । ସେ ନିଜ ସାମ୍ନାରେ ଅବିକଳ ବାପାଙ୍କ ଚେହେରାକୁ ଦେଖି କାନ୍ଦି ପକାଇଥିଲେ ।

ମହମ ମୂର୍ତ୍ତି ଅବିକଳ ତାଙ୍କ ବାପାଙ୍କ ପରି ଦେଖାଯାଉଥିଲା । ତାଙ୍କୁ ନୂଆ କୁର୍ତ୍ତା ପିନ୍ଧାଇ ମଣ୍ଡପ ପାଖରେ ବସାଇ ଦିଆଗଲା । ସମସ୍ତେ ବାପାଙ୍କୁ ଯେପରି ନିକଟରେ ହିଁ ପାଇଥିଲେ । ଶେଷରେ ତାଙ୍କ ବାପାଙ୍କ ୱାକ୍ସ ଷ୍ଟ୍ୟାଚ୍ୟ ଦ୍ୱାରା ହିଁ କନ୍ୟାଦାନ କରା ଯାଇଥିଲା  । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *