ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମ ତଥା ସିନେମା, ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ । ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ପ୍ରତିଭା ରହିଛି ।
ତେବେ କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା । କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ହେଉଛନ୍ତି ।
ତେବେ ସୋସିଆଲ ମିଡ଼ିଆରେ ଚହଳ ପକାଇଛି ‘ଝୁଲରେ ନିତାଇ ଝୁଲ’ । ଏହି ଗୀତ ଏବେ ସୋସିଆଲ ମିଡ଼ିଆରେ ସେନସେସନ୍ ପାଲଟିଛି । ମାତ୍ର ୧୫ରୁ ୨୦ ଦିନ ଭିତରେ ଏହି ଗୀତଟିକୁ ୧ ମିଲିୟନ ଦର୍ଶକ ଦେଖିସାରିଲେଣି । ଆଉ ହଜାର ହଜାର ଲୋକ ଏହାକୁ ଶେୟାର କଲେଣି । ଗୀତଟିକୁ ମଞ୍ଚରେ ଗାଇବା ସହ ନିଖୁଣ ଅଭିନୟ କରିଛନ୍ତି ନୟାଗଡ଼ ଭାଟସାହିର ପପୁ ବିଶ୍ୱାଳ । ବର୍ତ୍ତମାନ ସେ ଲଡ଼ୁବାବା କଳା ସଂସଦରେ କାମ କରୁଛନ୍ତି ।
ତାଙ୍କୁ ନାରଦ ଭୂମିକାରେ ଦେଖିବାକୁ ପାଇଥାଆନ୍ତି ଦର୍ଶକ । ମାଟ୍ରିକ ପରୀକ୍ଷା ପରେ ସେ ଅଭିନୟ ପ୍ରତି ବେଶି ଆକର୍ଷିତ ହୋଇଥିଲେ । କାରଣ ତାଙ୍କ ପରିବାର ୩ପୁରୁଷ ଧରି ଅଭିନୟ କରିଆସୁଛନ୍ତି । ତେବେ ଫଳରେ ସେ କଳାକୁ ଆଦରି ନେଇଛନ୍ତି । ମାଟ୍ରିକ୍ ପାଠ ଶେଷ କରିବା ପରେ ଅର୍ଥ ଅଭାବରୁ ଆଉ ପାଠ ପଢିପାରନଥିଲେ ପପୁ । ପରିବାରର ଅର୍ଥିକ ସ୍ଥିତି ସୁଧାରିବା ପାଇଁ ଅଭିନୟ ଦୁନିଆରେ ପାଦ ଥାପିଥିଲେ ।
ଦୀର୍ଘ ୧୦ ବର୍ଷ ହେଲା ସେ ବିଭିନ୍ନ ପାର୍ଟିରେ କାମ କରି ଆସୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପାର୍ଟି ପକ୍ଷରୁ ହେଉଥିବା ନାଟକରେ ପପୁ ଯୋଗଦେଇ ନିଜର କଳା ପରିବେଶଣ କରନ୍ତି । ଅଭିନୟ ଓ ଗୀତ ଗାଇବା ସହିତ ପପୁଙ୍କ ଆକର୍ଷଣୀୟ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥାଏ । ସୋସିଆଲ ମିଡ଼ିଆରେ ଏବେ ପପୁଙ୍କ ଅଭିନୀତ ଗୀତ ଝୁଲରେ ନିତାଇ ଝୁଲ ଖୁବ୍ ଲୋକପ୍ରିୟ ହୋଇପାରିଛି ।
ତେବେ କିନ୍ତୁ ବର୍ତ୍ତମାନ ଆଉ ଜଣେ ଗାୟକ ଯାହାଙ୍କ ନାମ ହେଉଛି ଗୋବିନ୍ଦ । ସେ ମିଡ଼ିଆ ଆଗରେ ଏହା ଦାବି କରୁଛନ୍ତି କି ସେ ଏହି ଗୀତ ଟିକୁ ପ୍ରଥମେ ଗାଇଛନ୍ତି ସେ ହେଉଛନ୍ତି ବାସ୍ତବ ଗାୟକ କିନ୍ତୁ ସେ ଲୋକ ଲୋଚନ କୁ ଆସି ପାରୁ ନାହାଁନ୍ତି । ତେବେ ସେ ଏହି ଭଜନ କୁ ମଧ୍ୟ ଗାଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।