‘ମୁଁ ଲୁଚୁନି କି ଡରୁନି..ମୁଁ କେବଳ…’ ମିଡିଆ ଦେଖି ଛାନିଆ ହେଲେ Raja, କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ଜାଣିଥିବେ କି ବର୍ତ୍ତମାନ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାଟି ଏବେ ସନ୍ଦେହ ଘେରରେ ରହିଛି । ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତ୍ୟା ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଛନ୍ତି ।

ତେଣୁ ଏବେ ସନ୍ତୋଷ ନାମକ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ରଶ୍ମିରେଖା ରାଜା ନାମକ ପୁରୁଷ ସହ ମିଳାମିଶା କରିବା ନେଇ ସନ୍ତୋଷ ଏହାକୁ ସହ୍ୟ କରିପାରି ନଥିଲା । ଏଥିପାଇଁ ଉଭୟ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ପରେ ମାରପିଟ ମଧ୍ୟ ହୋଇଥିଲା । ପରେ ଏହା ଖବର ଆସିଲା ଯେ, ରଶ୍ମିରେଖା ଆତ୍ମହତ୍ୟା କରିଥିଲେ ।

ତେବେ ତାଙ୍କର ପ୍ରେମିକ ରାଜା ମିଡିଆ ସାମ୍ନା କୁ ଆସିଥିବାରୁ ମିଡିଆ ତାଙ୍କୁ ଅନେକ ପ୍ରଶ୍ନ କରିଛି । ରାଜା ଙ୍କ କହିବାନୁଯାୟୀ, ବର୍ତ୍ତମାନ ତଦନ୍ତ ଚାଲିଛି ଏବଂ ସେ ତଦନ୍ତ ରେ ପୂର୍ଣ୍ଣ ରୂପରେ ସହଯୋଗ କରୁଛନ୍ତି । ତାଙ୍କ ଅନୁସାରେ ସେ ଏହି ମାମଲାରେ କୌଣସି କ୍ଷେତ୍ରରେ ଲୁଚୁ ନାହାନ୍ତି ଅଥବା ଡରୁ ନାହାନ୍ତି ।

ତାଙ୍କୁ ମିଡିଆ ଏହା ମଧ୍ୟ ପ୍ରଶ୍ନ କରିଥିଲା ଯେ, ତାଙ୍କର ଏବଂ ରଶ୍ମିରେଖା ଙ୍କ ଭିତରେ କିଛି ସଂପର୍କ ଥିଲା ଅଥବା ନୁହେଁ । ଉତ୍ତର ରେ ସେ କହିଥିଲେ ଯେ, ତାଙ୍କର କିଛି ବି ସମ୍ପର୍କ ନଥିଲା ଏବଂ ସେ ତାଙ୍କ ଆତ୍ମହତ୍ୟା ପଛରେ ମଧ୍ୟ ନାହାନ୍ତି । ସେ କେବଳ ଗୋଟିଏ କଥା ହିଁ କହିଛନ୍ତି ଯେ, ଏହି ମାମଲା ର ତଦନ୍ତ ଚାଲିଛି । ସମ୍ପୂର୍ଣ୍ଣ ତଦନ୍ତ ପରେ ସତ କଥା ସାମ୍ନା କୁ ଆସିବ ସେଥିପାଇଁ ଅପେକ୍ଷା କରନ୍ତୁ ।

ତେବେ କଣ ରହିଛି ରଶ୍ମିରେଖା ଙ୍କ ଆତ୍ମହତ୍ୟା କରିବାର କାରଣ ଏବଂ ଏଥିପାଇଁ କିଏ ଦାୟୀ । ଏଭଳି ଅନେକ ପ୍ରଶ୍ନ ସାମ୍ନା କୁ ଆସୁଛି । ତେବେ ପୋଲିସ ର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସମ୍ବନ୍ଧରେ ଜଣା ପଡ଼ିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *