ସାମ୍ନାକୁ ଆସିଲା ଅଭିନେତ୍ରୀ Rashmirekha ଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡିଓ, ଶେଷ ସମୟରେ ଏହି ଗୀତରେ ନାଚିଥିଲେ ମନ ଖୋଲି, ଦେଖନ୍ତୁ Video

ବନ୍ଧୁଗଣ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାଟି ଏବେ ସନ୍ଦେହ ଘେରରେ ରହିଛି । ରଶ୍ମିରେଖା ଆତ୍ମହତୟଆ କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତୟଆ ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଛନ୍ତି । ତେଣୁ ବନ୍ଧୁଗଣ ଏବେ ସନ୍ତୋଷ ନାମକ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ହେଉଛି ।

ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ରାଜା ନାମକ ପୁରୁଷ ସହ ମିଳାମିଶା କରିବା ନେଇ ସନ୍ତୋଷ ଏହାକୁ ସହ୍ୟ କରିପାରି ନଥିଲା । ଏଥିପାଇଁ ଉଭୟ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ପରେ ମାରପିଟ ମଧ୍ୟ ହୋଇଥିଲା । ବନ୍ଧୁଗଣ ଏହା ପରେ ରଶ୍ମୀରେଖାଙ୍କ ମୃତ ଦେହ ମିଳିଥିଲା ।

ତେବେ ବର୍ତ୍ତମାନ ପୋଲିସ ସନ୍ତୋଷଙ୍କୁ ଏକ ନୋଟିସ ପଠେଇଛି ଆଉ ଘଟଣାର ତଦନ୍ତ କରୁଛି । ରଶ୍ମୀରେଖାଙ୍କ ବାପା ସନ୍ତୋଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ରଶ୍ମୀରେଖା ଯେଉଁ ଘରେ ଭଡା ନେଇ ରହୁଥିଲେ ସେହି ଘରର ମାଲିକ କହିଛନ୍ତି ରଶ୍ମୀରେଖା ଆଉ ସନ୍ତୋଷ ବିବାହ କରିଥିଲେ । ଏମିତି କି ଉଭୟ ରଶ୍ମୀରେଖା ଆଉ ସନ୍ତୋଷ ସ୍ଵାମୀ-ସ୍ତ୍ରୀ ଭାବରେ ରହୁଥିଲେ ।

ଦିନକୁ ଦିନ ଏହି ଘଟଣାରେ ନୂଆ ନୂଆ ଟୁଇସ୍ଟ ମଧ୍ୟ ଦେଖିବାକୁ ମିଳୁଛି । କିଛି ଗଣମାଧ୍ୟମ ରିପୋର୍ଟସ ମୁତାବକ ରଶ୍ମୀରେଖା ତିନି ମାସର ଗର୍ଭବତୀ ଥିଲେ । ଶବ ବେବଛେଦ ସମୟରେ ଏହି ରିପୋର୍ଟଟି ସାମ୍ନାକୁ ଆସିଥିଲା । ଗର୍ଭବତୀ ଥିବା କାରଣରୁ ରଶ୍ମୀରେଖା ନିଜ ପୁରୁଷ ବନ୍ଧୁ ସନ୍ତୋଷଙ୍କ ସହ ବିବାହ କରିବାକୁ ଚାହୁଁ ଥିଲେ । ହେଲେ ସନ୍ତୋଷ ବିବାହ କରିବାକୁ ମନା କରିଦେବାରୁ ରଶ୍ମୀରେଖା ଆତମହତୟଆ କରିଲେ ।

ବନ୍ଧୁଗଣ ଗତ କିଛି ସମୟ ହେବ ରଶ୍ମୀରେଖାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓଟି ହେଉଛି ରଶ୍ମୀରେଖାଙ୍କ ଶେଷ ଭିଡିଓ । ଭିଡିଓରେ ରଶ୍ମୀରେଖା ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ରଶ୍ମୀରେଖା ଏକ ବାରରେ ଏଭଳି ମନ ଖୋଲା ନାଚ ନାଚିଛନ୍ତି । ଏହି ଭିଡିଓଟି ତାଙ୍କର ଜଣେ ନିକଟତମ ବନ୍ଧୁ ଗଣମଧ୍ୟମକୁ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ରଶ୍ମୀରେଖାଙ୍କ ଏହି ଶେଷ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *