‘ମାନୁଛି ଭୁଲ କରିଛି ହେଲେ, ହେଲେ ତୁମେ ସବୁଦିନ ପାଇଁ ମୋ ଉପରେ ରାଗି ଚାଲି ଯାଅନି…’ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି Pintu ଙ୍କ ପତ୍ନୀ ପ୍ରତିଭା

ନିଜକୁ ଅଟକାଇ ପାରିଲେନି ସ୍ତ୍ରୀ ପ୍ରତିଭା । ପ୍ରତିଭା ନିଜ ସ୍ଵାମୀଙ୍କୁ ଶେଷ ଥର ଦେଖିବା ପାଇଁ ଚାଲି ଆସିଛନ୍ତି । ହଁ ମାନୁଛୁ ତାଙ୍କ ମଧ୍ୟରେ ସ୍ଵାମୀ-ସ୍ତ୍ରୀର କୌଣସି ସମ୍ପର୍କ ନାହିଁ । ହେଲେ ତଥାପି ପିଣ୍ଟୁ ତାଙ୍କ ମଥାରେ ସିନ୍ଦୁର ଦେଇ ତାଙ୍କୁ ଅତି ପ୍ରେମରେ ନିଜ ଘରକୁ ନିଜ ସ୍ତ୍ରୀର ମର୍ଯ୍ୟାଦା ଦେଇ ଆଣିଥିଲେ । ନିଜର ଦୁଇ ଦୁଇଟି ଛୁଆକୁ ସେ ଜନ୍ମ ଦେଇଥିଲେ । ପିଣ୍ଟୁ ନନ୍ଦ ହେଇଥାଇ ପାରନ୍ତି ଖରାପ ଲୋକ ଥାଇ ପାରନ୍ତି ।

ହେଲେ ଆଜି ଯିଏ ତାଙ୍କର ଏ ଦୁନିଆରେ ଆଜି ସେ ନାହାନ୍ତି । କୁହାଯାଏ ମଲା ଲୋକ ବିଷୟରେ ସବୁବେଳେ ଭଲ ଭଲ କଥା କହିବା ହିଁ ଆବଶ୍ୟକ । ଏ କଥା ବୋଧ ହୁଏ ଅନେକ ଏ ପର୍ଯ୍ୟନ୍ତ ବୁଝି ନଥିବା ବେଳେ ବୋଧ ହୁଏ ତାଙ୍କ ସ୍ତ୍ରୀ ଏବେ ବୁଝି ସାରିଛନ୍ତି । ଆଉ ଯେଉଁଥି ପାଇଁ ସେ ଆଜି କାନ୍ଦି କାନ୍ଦି ଚାଲି ଆସିଛନ୍ତି ତାଙ୍କ ସ୍ଵାମୀକୁ ଥରେ ଦେଖିବା ପାଇଁ ।

ସାଥିରେ ତାଙ୍କ ପୁଅକୁ ବି ନେଇ ଆସିଛନ୍ତି ଯିଏ ତାଙ୍କ ବାପାଙ୍କୁ ଦେବ ମୁଖାଗ୍ନି । ସଂସାରର ଏ ବିଚିତ୍ର ମାୟା ଯେଉଁ ଠାରେ ଛୋଟ ଛୋଟ କଥାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇ ଥାଏ । ଆଉ ଯାହା ପରବର୍ତ୍ତୀ ସମୟରେ ଛାଡପତ୍ରର ରୂପ ନିଏ ସେଇଠି ଆଜି ଯେତେବେଳେ ଦୁନିଆକୁ ଗୋଟେ ବ୍ୟକ୍ତି ବିଦାୟ ଦେଇଛି । ସେଇଠି ନିଜର ସେସବୁ ପୁରୁଣା କଥାକୁ ପଛରେ ପକାଇ ଚାଲି ଆସିଛନ୍ତି ତାଙ୍କ ପତ୍ନୀ ପ୍ରତିଭା ।

ଆଜି ଯେଉଁଥି ପିଣ୍ଟୁ ନନ୍ଦ ଏତେ ଖରାପ ଥିଲେ କେତେ ମଦ ପିଉଥିଲେ ଏ କଥାକୁ ବାରମ୍ବାର ବାରମ୍ବାର ଉପସ୍ଥାପିତ କରା ଯାଉଛି ସେଇଠି କିନ୍ତୁ କେହି ଏତିକି ଭାବି ପାରୁ ନାହାନ୍ତି କି ସବୁବେଳେ ମଲା ଲୋକ ବିଷୟରେ ଭଲ କଥା କହିବାର ଆବଶ୍ୟକତା ରହିଛି । ଜୀବନରେ ତ ଭୁଲ ସମସ୍ତେ କରନ୍ତି କିନ୍ତୁ ଠିକ ହେଉଛି ସିଏ ଯିଏ ସମୟ ଥାଉ ଥାଉ ନିଜ ଭୁଲ ବୁଝି ପାରେ ଆଉ ତାକୁ ସଂଶୋଧନ କରେ ।

ବୋଧ ହୁଏ ପିଣ୍ଟୁ ନନ୍ଦଙ୍କର ଜୀବନୀ ତାଙ୍କ ସ୍ତ୍ରୀଙ୍କର ଜୀବନୀ ତାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ଏକ ସୁଶିକ୍ଷା ନେଇ ଆସୁ ଯାହା ଦ୍ଵାରା ସମସ୍ତେ ନିଜ ଜୀବନ ପରିବର୍ତ୍ତନ କରିପାରିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *