‘ମରିବା ପରେ ପିଣ୍ଟୁ ମୋ ସ୍ଵପ୍ନରେ ଆସିଥିଲା, ମୋ ସହ କଥା ହେଲା ଆଉ ମତେ ସେ କହିଲା…’: Buddhaditya

ଦର୍ଶକ ବନ୍ଧୁ ଗତ ପହଡଦିନ ରାତିରେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଆମ ସମସ୍ତଙ୍କୁ ଛାଡି ଅଫେରା ରାଇଜକୁ ଚାଲି ଯାଇଛନ୍ତି । ସେ ଯିବା ପରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟ ପକ୍ଷେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଦର୍ଶକ ବନ୍ଧୁ ଗତ ପହଡଦିନ ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ଆଉ ଗତ କାଲି ରାତିରେ ତାଙ୍କୁ ଭୁବନେଶ୍ଵର ଅଣା ଯାଇଥିଲା ।

ତେବେ ଆଜି ତାଙ୍କର ଅନ୍ତିମ ସଂସ୍କାର ହେବାକୁ ଯାଉଛି । ତାଙ୍କର ଅନ୍ତିମ ସଂସ୍କାର ଏବେ ପୁରୀରେ ହେଉଛି ଆଉ ସେଠାରେ ତାଙ୍କର ପରିବାର ସଦସ୍ୟ ଏବଂ ସିନେ କଳାକାର ମାନେ ଉପସ୍ଥିତ ଅଛନ୍ତି । ଦର୍ଶକ ବନ୍ଧୁ ଏହାରି ମଧ୍ୟରେ ଓଡିଆ ଅଭିନେତା ବୁଦ୍ଧାଦିତ୍ୟଙ୍କର ଏକ ଅଡିଓ କଲ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଏହି ଅଡିଓ କଲ୍ ରେ ବୁଦ୍ଧାଦିତ୍ୟ କହୁଛନ୍ତି-‘ମୁଁ ଚାରିଟା ବେଳେ ଶୋଇ ଥିଲି ଆଉ ଶୋଇକି ପିଣ୍ଟୁ ଭାଇଙ୍କ ସ୍ଵପ୍ନ ଦେଖୁଛି । ଯେତେବେଳେ ସେ ଯୁବକ କାଳରେ ଆସିଥିଲେ ସେ ମୋ ସହ କଥା ହେଉଛନ୍ତି ଆସିକି ଡାକୁ ଛନ୍ତି । ସେ ମୋତେ କଣ କହିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଜନତା ଜନାର୍ଦନ ଯଦି ଶୁଣିବେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ସେ କହିଲେ ବୁଦ୍ଧ ମୁଁ ଆଉ ମାତ୍ର ବର୍ଷେ କି ଦେଢ ବର୍ଷ ବଞ୍ଚିବି । ମୁଁ କହିଲି କଣ ଏମିତି ହେଉଛ ଆମେ ସବୁ କହୁ ସାଙ୍ଗ ସାଙ୍ଗ ଭିତରେ । ଆଉ ବିଶ୍ଵାସ କରନ୍ତୁ ସେ କହିଲେ ଏବେ ବି ମୋ ଲୋମ ଟାଙ୍କୁରି ଉଠୁଛି ଯେତେବେଳେ ମିଡିଆ କଲ୍ କରିବେ ଦୁଇଟି କଥା କହିବ ଭଲ ପିଲା ଭଲରେ ଭଲରେ ଚାଲି ଗଲା । ନିଜକୁ ତାଶ୍ଚଲ୍ୟ ନିଜକୁ ମଜା କରି କହୁଥାନ୍ତି ସେ ।

ଯେତେବେଳେ ମୁଁ ଖବର ପାଇଲି ସେ ଆଉ ନାହାନ୍ତି ମୁଁ ବହୁତ ମର୍ମାହତ ହେଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଓଡିଆ ଅଭିନେତା ବୁଦ୍ଧାଦିତ୍ୟ ଏକ ଆଶ୍ଚର୍ଯ୍ୟ ଜନକ ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *