ଦର୍ଶକ ବନ୍ଧୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଶେଷ କୃତ୍ୟ ଏବେ ପୁରୀ ସ୍ଵର୍ଗଧାମରେ ଚାଲିଛି । ତେବେ ଗତ କାଲି ପିଣ୍ଟୁଙ୍କୁ ହାଇଦ୍ରାବାଦରୁ ଭୁବନେଶ୍ଵର ଅଣା ଯାଇଥିଲା । ଭୁବନେଶ୍ଵର ଅଣା ଯିବା ବେଳେ ସମସ୍ତ ଓଡିଆ କଳାକାର ଏବଂ ପିଣ୍ଟୁଙ୍କ ପରିବାର ସଦସ୍ୟ ସେଠାରେ ଉପସ୍ଥିତ ଥିଲେ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେଠାରେ ପିଣ୍ଟୁଙ୍କ ଧର୍ମ ପତ୍ନୀ ନିଜ ଦୁଇ ପୁଅଙ୍କ ସହ ଆସିଥିଲେ ।
ପିଣ୍ଟୁ ମାସ ମାସ ଧରି ମେଡିକାଲରେ ରହିଲେ ହେଲେ ତାଙ୍କ ଧର୍ମପତ୍ନୀ ପ୍ରତିଭା ତାଙ୍କ ପାଖକୁ ଆସିଲେ ନାହିଁ । କିନ୍ତୁ ପିଣ୍ଟୁ ଯିବା ପରେ ସେ ନିଜକୁ ଆଉ ରୋକିପାରିଲେ ନାହିଁ । ତେଣୁ ସେ ନିଜ ଦୁଇ ଛୁଆଙ୍କୁ ଧରି ଧାଇଁ ଆସିଲେ । ପିଣ୍ଟୁଙ୍କ ମୃତ ଶରୀର ଦେଖି ପତ୍ନୀ ପ୍ରତିଭା ବହୁତ କାନ୍ଦି ଛନ୍ତି । ଅନ୍ୟ ପକ୍ଷେ ପିଣ୍ଟୁଙ୍କ ପରିବାର ଲୋକଙ୍କ କଥା କହିଲେ ନ ସରେ । ପିଣ୍ଟୁଙ୍କ ଭାଇ ଭଉଣୀ ସମସ୍ତେ ଭୋ ଭୋ ହୋଇ କାନ୍ଦୁ ଛନ୍ତି ।
ପିଣ୍ଟୁଙ୍କୁ ହରାଇ ସାରା ଓଡିଶାବାସୀ ବି ମର୍ମାହତ ଅଛନ୍ତି । ସେ ଜଣେ ବରିଷ୍ଠ ଅଭିନେତା ଥିଲେ ଓଡିଆ ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନ ଅତୁଳନୀୟ । ଓଡିଆ ସିରିଏଲ ରାଣ୍ଡୀ ପୁଅ ଅନନ୍ତାରୁ ନିଜ କାରିୟର ଆରମ୍ଭ କରିଥିବା ପିଣ୍ଟୁ ଅନେକ ସୁପର ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ହାସ୍ୟ ଅଭିନେତା ହେଉ କି ଖଳନାୟକ ସମସ୍ତ ଭୂମିକାକୁ ସେ ନିଖୁଣ ଭାବେ ଅଭିନୟ କରୁଥିଲେ ।
ତେବେ ପିଣ୍ଟୁଙ୍କର ଶେଷ କୃତ୍ୟ ଏବେ ପୁରୀ ସ୍ଵର୍ଗଧାମରେ ଚାଲିଛି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦର୍ଶକ ବନ୍ଧୁ ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଭାଇରାଲ ହେଉଥିବା ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ପିଣ୍ଟୁଙ୍କ ଶେଷ କୃତ୍ୟରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି । ପିଣ୍ଟୁଙ୍କ ପତ୍ନୀ ଏବଂ ଦୁଇ ପୁଅ ବି ସେଠାରେ ଉପସ୍ଥିତ ଅଛନ୍ତି । ଖଇ କଉଡି ନେଇ ମୁଖାଗ୍ନି ଦେବାକୁ ବାହାରି ଛନ୍ତି ପିଣ୍ଟୁଙ୍କ ବଡ ପୁଅ । ଆଉ କିଛି ସମୟ ମଧ୍ୟରେ ପିଣ୍ଟୁଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହେଇଯିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।