ମାନବିକତା ଦେଖାଇଲେ ରୁଦ୍ର (Rudra Maharathy), ଦେଖିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରୁଦ୍ର ପ୍ରତାପ ମହାରଥୀ ହେଉଛନ୍ତି ବିଜେଡି ଦଳର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଏକ ମାତ୍ର ପୁତ୍ର । ଗତ କିଛି ମାସ ତଳେ ପ୍ରଦୀପ ଏହି ଦୁନିଆ ଛାଡି ଚାଲିଯାଇଥିଲେ ଆଉ ଏହା ପରେ ବିଜେଡି ଦଳ ପ୍ରଦୀପଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦେଇଥିଲା ।

ବନ୍ଧୁଗଣ ଜନତାଙ୍କ ପୂର୍ଣ୍ଣ ସମର୍ଥନରେ ରୁଦ୍ର ପ୍ରଥମ ଚେଷ୍ଟାରେ ପିପିଲି ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ରୁଦ୍ର ବିଧାୟକ ହେବା ପରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି । ବନ୍ଧୁଗଣ ରୁଦ୍ର ସବୁବେଳେ ଗରିବ ଓ ଅସହାୟ ଲୋକ ମାନଙ୍କ ପାଇଁ ଛିଡା ହେଉଛନ୍ତି । ଆଉ ଏହାରି ମଧ୍ୟରେ ରୁଦ୍ର ପ୍ରତାପଙ୍କର ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ରୁଦ୍ରଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ମାନବିକତା ଦେଖାଇଲେ ରୁଦ୍ର ମହାରଥୀ । ଭାଇରାଲ ହେଉଥିବା ଭିଡିଓରେ ପିପିଲି ବିଧାୟକ ରୁଦ୍ର ମହାରଥୀ ମାନବିକତା ଦେଖେଇଛନ୍ତି । ଜଣେ ଅସୁସ୍ଥ ମହିଳାକୁ ନିଜ ଗାଡିରେ ସେ ମେଡିକାଲ ଆଣିଛନ୍ତି । ରାସ୍ତା ମଝିରେ ହଠାତ ମୁଣ୍ଡ ବୁଲାଇ ପଡି ଯାଇଥିଲା ମହିଳାଙ୍କୁ ନିଜ ଗାଡିରେ ମେଡିକାଲ ଆଣିଛନ୍ତି ରୁଦ୍ର ମହାରଥୀ ।

ମହିଳା ଜଣକ ଏବେ ସୁସ୍ଥ ଥିବା ବେଳେ ତାଙ୍କର ନାମ ମମତା ଜେନା ବୋଲି ସୂଚନା ମିଳିଛି । ମିଡିଆ ରିପୋର୍ଟସ ଅନୁସାରେ ସ୍ଵାମୀ-ସ୍ତ୍ରୀ ବାଇକରେ ଯାଉଥିବା ବେଳେ ହଠାତ ମୁଣ୍ଡ ବୁଲାଇ ବାରୁ ମହିଳା ଜଣକ ରାସ୍ତାରେ ପଡି ଯାଇଥିଲେ । ଆଉ ସେହି ସମୟରେ ପିପିଲି ବିଧାୟକ ରୁଦ୍ର ମହାରଥୀ ରାସ୍ତାରେ ଯାଉଥିଲେ । ଏହା ପରେ ସେ ଆମ୍ବୁଲାନ୍ସକୁ କଲ୍ କରିଥିଲେ ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସେ ନିଜ ଗାଡିରେ ମହିଳାଙ୍କୁ ନେଇ ମେଡିକାଲ ଯାଇଥିଲେ ।

ମହିଳାଙ୍କୁ ଗତ ଦୁଇ ଦିନ ହେବ ଜ୍ଵର ହୋଇଥିଲା ଆଉ ମହିଳା ଜଣକ ନିଜ ସ୍ଵାମୀଙ୍କ ସହ ପିପିଲି ମେଡିକାଲ ଆସୁଥିବା ସମୟରେ ଏଭଳି କିଛି ଘଟଣା ଘଟିଥିଲା । ତେବେ ବନ୍ଧୁଗଣ ରୁଦ୍ରଙ୍କ ମାନବିକତାକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *