ଧୋଇଗଲା ‘ସ୍ମାର୍ଟ’ ପାଉଡର ଦେଖାଗଲା ଅସଲ ‘ଚେହେରା’… ଦେଖନ୍ତୁ Video

ମେୟର ବଦଳିଲେ ବିଏମସିର ଅଧିକାରୀ ବଦଳିଲେ । ପୂର୍ବତନ ମେୟର ବିଧାୟକ ହୋଇ 3 ବର୍ଷ ସାରିଲେଣି । 22 ବର୍ଷର ଉର୍ଦ୍ଧ ହେଲା ଶାସନ କରୁଛି ବିଜେଡି । ଏଇ ବାଟ ଦେଇ ଯିବା ଆସିବା କରନ୍ତି ବିଧାୟକ ମନ୍ତ୍ରୀ । ଆଉ ଆମେ ପ୍ରତି ବର୍ଷ ଖବର କରୁ । ବନ୍ଧୁଗଣ ଏ ସବୁ ନୀତି ଦିନିଆ ବ୍ୟାପାର ହେଲାଣି କିନ୍ତୁ ଚିତ୍ର ପୂର୍ବରୁ ଯାହା ଥିଲା ଏବେ ବି ସେୟା ଅଛି । ବଦଳିଛି କେବଳ ଚେହେରା ଆଉ ଚୌକିର ରଙ୍ଗ ।

ଇସ୍କନ ସାମ୍ନା ରୋଡ ଯାହା ଥିଲା ଏବେ ବି ସେୟା ଅଛି । ବଦଳିଛି ତ କେବଳ ପ୍ରତିଶ୍ରୁତିର ଢଙ୍ଗ ଆଉ ନେତାଙ୍କ ରଙ୍ଗ । ଆଉ ଏହି କିଛି ଦିନ ପୂର୍ବରୁ ସରିଛି ନିର୍ବାଚନ । ନୂଆ ମେୟର ଏବେ ରାଜଧାନୀ ଦାୟିତ୍ଵରେ । ହେଲେ ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ସୁଧୁରି ପାରିନି ଇସ୍କନର ସମସ୍ୟା ।

ଅସରାହେ ବର୍ଷା ହେଲେ ଇସ୍କନ ରାସ୍ତାରେ ଆଣ୍ଠୁଏ ପାଣି କିମ୍ବା ଆଉ ଏହି ରାସ୍ତାରେ ଯିବା ଆସିବା କରିବା ବହୁତ କଷ୍ଟକର । ଏଥିକି ଆସି ବିଏମସି ବାଲା ସମୀକ୍ଷା କରନ୍ତି ହେଲେ ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ସୁଧୁରିନି ଅବସ୍ଥା । ଆଶ୍ଚର୍ଯ୍ୟର କଥା ହେଉଛି ଏ କେବଳ ଏ ବର୍ଷର ଦୃଶ୍ୟ ନୁହେଁ ପ୍ରତ୍ୟକ ବର୍ଷ ଏଇଠି ସମାନ ଦଶା । ରାଜଧାନୀର ଦେହରେ ଲାଗିଥିବା ସ୍ମାର୍ଟ ପାଉଡର ବର୍ଷା ହେଲେ ଧୋଇ ହୋଇଯାଏ ଆଉ ଜଳ ଜଳ କରି ଦେଖା ଯାଏ ଅସଲ ଚିତ୍ର ।

ଜଣା ପଡେ କେତେ ସୁଦୃଢ ହୋଇଛି ଭିତ୍ତି ଭୂମି । ଆଉ ଜଣା ପଡେ କେତେ ସୁନ୍ଦର ହୋଇ ରହିଛି ଭୁବନେଶ୍ବର । ସାମାନ୍ୟ ଡ୍ରେନଏଜ୍ ସମସ୍ୟାକୁ ଦୂର କରିପାରୁନି ଏତେ ବଡ ସରକାର ତାହା ପୁଣି ରାଜଧାନୀରେ । ବନ୍ଧୁଗଣ ଟିକେ ଚିନ୍ତା କରନ୍ତୁ ଗ୍ରାମାଞ୍ଚଳର ଅବସ୍ଥା କଣ ହେଉଥିବ ।

ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ରାଜଧାନୀ ଇସ୍କନ ରାସ୍ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓକୁ ଦେଖି ଜନସାଧାରଣ ମାନେ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *