ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅନେକ ପ୍ରକାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ମାଧ୍ୟମରେ ହିଁ ଜନତା ନିଜକୁ ସୋସିଆଲ ମିଡିଆ ରେ ପ୍ରକାଶ କରିପାରୁଛନ୍ତି । ବ୍ୟକ୍ତି ନିଜର ସମସ୍ୟା ମଧ୍ୟ ଭିଡିଓ ମାଧ୍ୟମରେ ହିଁ ସୋସିଆଲ ମିଡିଆ ରେ ଜଣାଇଥାଏ । ତେବେ ସେହିପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ମହିଳା ଜଣକ ଗୁହାରି କରୁଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ସହାରନପୁର ଥାନା ସଦର ବଜାର କ୍ଷେତ୍ର ର ଶିବ ବିହାର କଲୋନୀ ରେ ରହୁଥିବା ଜଣେ ମହିଳା ମୁନେସ ରାନୀ ନିଜର ଏକ ଭିଡିଓ ବନାଇ ସୋସିଆଲ ମିଡିଆ ରେ ରେ ଭାଇରାଲ କରିଛନ୍ତି । ଯେଉଁଥିରେ ମୁନେସ ରାନୀ ନିଜ ଶ୍ୱଶୁର ଘର ଲୋକ ଙ୍କ ଉପରେ ଗଭୀର ଆରୋପ ଲଗାଇଛନ୍ତି ।
ଏହି ଭିଡିଓ ରେ ମୁନେସ ଙ୍କ କହିବାନୁଯାୟୀ ତାଙ୍କ ସ୍ବାମୀ ବହୁତ ସମୟ ପୂର୍ବରୁ ଅନ୍ୟ ଜଣେ ମହିଳା ଙ୍କ ସହିତ ଅନୈତିକ ସମ୍ପର୍କ ରଖିଛନ୍ତି । ଏହା ସହିତ ତାଙ୍କ ଶାଶୁ ଓ ଶ୍ୱଶୁର ତାଙ୍କୁ ଏବଂ ତାଙ୍କ ଛୁଆ ଙ୍କୁ ଉତ୍ପୀଡନ କରି ଘରୁ ବାହାର କରିବାକୁ ଚାହୁଁଛନ୍ତି । ଏହା ସହିତ ମହିଳା ଜଣକ ଉପରେ ତାଙ୍କ ଶାଶୁ ଶ୍ୱଶୁର ନିର୍ଯ୍ୟାତନା କରି ବିଭିନ୍ନ ଉପାୟରେ ତାଙ୍କୁ ଘରୁ ବେଦଖଲ କରିବାକୁ ଚାହୁଁଛନ୍ତି ଏବଂ ସେମାନେ ତାଙ୍କ ଉପରେ ମରାନ୍ତକ ଆକ୍ରମଣ ମଧ୍ୟ କରି ସାରିଛନ୍ତି ।
ଯେଉଁ ସମ୍ବନ୍ଧରେ ଥାନା ସଦର ବଜାର ରେ ମୁକଦ୍ଧମା ମଧ୍ୟ ପଞ୍ଜିକୃତ ରହିଛି । ଏହାପରେ ତାଙ୍କ ଶାଶୂଘର ଲୋକ ତାଙ୍କୁ କୌଣସି ପ୍ରକାର ଭରଣ ପୋଷଣ ମଧ୍ୟ ଦେଉନାହାନ୍ତି ଏବଂ ଏହା ସହିତ ଘରର ଖର୍ଚ୍ଚ ମଧ୍ୟ ଉଠାଉ ନାହାନ୍ତି । ତାଙ୍କ କହିବାନୁସାରେ ଶାଶୂଘର ଲୋକ ତାଙ୍କୁ ଘର ଛାଡ଼ିବା ନିମନ୍ତେ ବାଧ୍ୟ କରୁଛନ୍ତି ଏବଂ ମାନସିକ ଓ ଶାରୀରିକ ଚାପ ପକାଉଛନ୍ତି । ମହିଳା ଜଣକ କହିଛନ୍ତି ତାଙ୍କ ବିବାହ କୁ ୧୬ ବର୍ଷ ହୋଇ ସାରିଛି ଏବଂ ତାଙ୍କର ଦୁଇ ଜଣ ଛୁଆ ମଧ୍ୟ ଅଛନ୍ତି ।
ଜଣେ ୧୫ ଓ ଅନ୍ୟ ଜଣେ ୧୩ ବର୍ଷ ର ଅଟନ୍ତି । ଦୁଇ ଛୁଆ ଙ୍କୁ ନେଇ ସେ କେଉଁଠି ରହିବେ ବୋଲି ମହିଳା ଜଣକ ଉକ୍ତ ଭିଡିଓ ମାଧ୍ୟମରେ କହିଛନ୍ତି ଏବଂ ପୋଲିସ ପ୍ରଶାସନ ଙ୍କୁ ସାହାଯ୍ୟ କରିବା ନିମନ୍ତେ ଗୁହାରି କରିଛନ୍ତି । ଏହା ସହିତ ସମସ୍ତ ଆରୋପ ର ତଦନ୍ତ କରି ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ମଧ୍ୟ କରିଛନ୍ତି ।
ଏହି ମହିଳା ଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ