Mihir Das ଙ୍କ ମୃତ୍ୟୁ ପୂର୍ବରୁ ମିଡିଆ ଆଗରେ ବାପାଙ୍କ ବିଷୟରେ କିଛି ଏମିତି କହିଥିଲେ ପୁଅ Amlan Das, ଦେଖନ୍ତୁ Video

ଓଲିଉଡ ଇଣ୍ଡଷ୍ଟ୍ରି ମହାନାୟକ ମିହିର ଦାସ ଆମ ଗହଣରେ ନାହାନ୍ତି । ଆଜି ତାଙ୍କୁ ପୁରା ଓଡିଶା ବାସୀ ମନେ ପକାଉଛନ୍ତି । ଅଚାନକ ବିୟୋଗ କାରଣରୁ କେବଳ ତାଙ୍କର ପରିବାର ନୁହେଁ ପୁରା ଓଡିଶା ବାସୀ ଦୁଖିତ ଅଛନ୍ତି । ଗତକାଲି ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା ତେବେ ସମସ୍ତେ ସ୍ତପ୍ଦ ହୋଇଗଲେ । କାରଣ ଖବର ଅନୁସାରେ କିଛି ଦିନ ହେବ ମିହିର ଦାସ ଅସୁସ୍ଥ କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ ତାଙ୍କ ପୁଅ ଅମ୍ଳାନଙ୍କ ଅନୁସାରେ ସେ ଧୀରେ ଧୀରେ ସୁସ୍ଥ ହୋଇ ଆସୁ ଥିଲେ ।

କିନ୍ତୁ ଅଚାନକ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା ଓ ସେ ଆମ ସମସ୍ତଙ୍କୁ ଛାଡି ଚାଲି ଗଲେ । କହିଦେଉଛୁ କି ମୃତ୍ୟୁ ପୂର୍ବରୁ ଅମ୍ଳାନ ଦାସ ନିଜ ପିତା ମିହିର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଗଣମାଧ୍ୟମ ସାମ୍ନାରେ କହିଥିଲେ । ଯାହାକି ବର୍ତ୍ତମାନ ଭାଇରାଲ ହେଉଛି । ଅମ୍ଳାନ ଦାସ କହିଥିଲେ କି ସାରଙ୍କ ଅବସ୍ଥା ବର୍ତ୍ତମାନ ଭଲ ଅଛି ।

୪୮ ଘଣ୍ଟା ହୋଇ ଯାଇଛି ସେଥିପାଇଁ ତାଙ୍କ ଶରୀରରେ ମେଡିସନ କାମ କରିବା ଆରମ୍ଭ କରି ଦେଇଛି ଓ ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଛନ୍ତି । ସେ ବହୁତ ଦିନ ହେବ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ସେଥିପାଇଁ ଏହିଭଳି ସ୍ଥିତି ସାମ୍ନାକୁ ଆସିବା ସ୍ଵାଭାବିକ । କିନ୍ତୁ ସେ ସୁସ୍ଥ ହୋଇ ଘରକୁ ଫେରିବେ । କେବଳ ଆପଣଙ୍କ ଭଲ ପାଇବା ଓ ଆଶୀର୍ବାଦ ଦରକାର । ୩ ବର୍ଷ ପୂର୍ବେ ହିଁ ତାଙ୍କର କିଡନୀ ସମ୍ବନ୍ଧିତ ସମସ୍ୟା ସାମ୍ନାକୁ ଆସିଥିଲା ଓ ସେ ଡାଏବେଟିସ ପାଇଁ ୨୫ ବର୍ଷ ହେବ ଔଷଧ ସେବନ କରୁଥିଲେ ।

ଡାଏବେଟିସ ଥିଲେ ମାନେ ସେ ଶରୀରର ଅନ୍ୟ ଅଙ୍ଗକୁ ଖରାପ କରିବ । ଯେତେବେଳେ ଡାଏବେଟିସ ତାଙ୍କର କିଡନୀ ଉପରେ ପ୍ରଭାବ ପକାଇଲା ତେବେ ୩ ବର୍ଷ ହେବ ଏହାର ଚିକିତ୍ସା କରୁଥିଲେ । ଡାକ୍ତର ଆମକୁ ଆଗରୁ ବି କହିଥିଲେ କି ଏହିଭଳି ହୋଇପାରେ । ସେଥିପାଇଁ ସେ ଏଥିପାଇଁ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ସେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

ମେଡ଼ିସିନ ବି ଚାଲିଛି । ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ମଧ୍ୟ ଆସିଲାଣି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଯଦି ସେ ସୁସ୍ଥ ହେଉଥିଲେ ତେବେ ଏମିତି କଣ ହେଲା କି ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଲା । ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *