ଲୋକପ୍ରିୟ Ollywood ଆକ୍ଟର Mihir Das ଙ୍କ ପରିବାର ଓ ଜୀବନୀ !

ବନ୍ଧୁଗଣ, ଆପଣ ମାନେ ଓଡିଶା ର ଅଭିନେତା “ମିହିର ଦାସ” ଙ୍କୁ ଭଲ ଭାବରେ ଜାଣିଥିବେ । ସେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଲୋକ ପ୍ରିୟ ଅଭିନେତା ଅଟନ୍ତି । ଆପଣ ମାନେ ମିହିର ଦାସ ଙ୍କୁ ହିରୋ, ଭିଲିଆନ ତଥା କମେଡିଆନ ଭାବରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ । ଆଜି ଆମ୍ଭେ ଆପଣ ମାନଙ୍କୁ ତାଙ୍କ ପରିବାର ସମ୍ବନ୍ଧରେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

ମିହିର ଦାସ ଙ୍କ ଜନ୍ମ ୧୭ ଫେବୃୟାରି ୧୯୬୬ ମସିହାରେ ହୋଇଥିଲା । ପିଲା ଦିନରୁ ମିହିର ଦାସ ଙ୍କ ପାଠ ପଢା ସହିତ ଅଭିନୟ ପ୍ରତି ରୁଚି ରହିଥିଲା । ଏବଂ ସେ ତାଙ୍କ ଅଭିନୟ ଜୀବନର ଆରମ୍ଭ ୧୯୮୯ ମସିହା “ମଥୁରା ବିଜୟୀ” ରୁ କରିଥିଲେ । ଏହା ପରଠାରୁ ମିହିର ଦାସ ବହୁତ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ତାଙ୍କର ଚମତ୍କାରୀ ଅଭିନୟ ରୁ ଅନେକ ଉପାଧି ମଧ୍ୟ ପାଇଥିଲେ ।

ମିହିର ଦାସ ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି “ସଂଗୀତା ଦାସ” ସଂଗୀତା ଦାସ ଙ୍କ ମୃ-ତ୍ୟୁ ୨୦୧୦ ମସିହାରେ ହାର୍ଟ ଆଟାକ ରେ ହୋଇଯାଇଥିଲା । ଏହା ବ୍ୟତୀତ ମିହିର ଦାସ ଙ୍କର ୨ ଜଣ ପୁଅ ମଧ୍ୟ ଅଛନ୍ତି । ମିହିର ଦାସ ଙ୍କ ବଡ ପୁଅ ଙ୍କ ନାମ ଅମ୍ଳାନ ଦାସ ଅଟେ । ସେ ମଧ୍ୟ ଜଣେ ଅଭିନେତା ଅଟନ୍ତି । ମାତ୍ର ଆଜି ବିଶିଷ୍ଟ ଅଭିନେତା ମିହିର ଦାସ ଆମ ଗହଣରେ ଉପସ୍ଥିତ ନାହାଁନ୍ତି । ତାଙ୍କ ବିୟୋଗ ରେ ସାରା ଓଡିଶା ବାସୀ ଅତ୍ୟନ୍ତ ମର୍ମାହତ ହୋଇଅଛନ୍ତି ।

ମିହିର ଦାସ ଙ୍କ ଭଳି ଜଣେ ଅଭିନେତା ଙ୍କ କ୍ଷତି ଅନ୍ୟ କେହି ପୂରଣ କରି ପାରିବେ ନାହିଁ । ବର୍ତ୍ତମାନ ତାଙ୍କ ବିୟୋଗ ରେ ତାଙ୍କ ଘନିଷ୍ଟ ବନ୍ଧୁ ତଥା ପରିବାର ବର୍ଗ ଭାଙ୍ଗି ପଡିଛନ୍ତି । ସମସ୍ତେ ପ୍ରାଏ ମିହିର ଦାସ ଙ୍କ ଅଭୂଲା ସ୍ମୁତି କୁ ଭୁଲି ପାରିବେ ନାହିଁ ବୋଲି କହୁଛନ୍ତି । ଚଳଚିତ୍ର ଜଗତରେ ସେ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ ।

ସହଜରେ ସେ ସମସ୍ତ କଥା କୁ ବୁଝି ନିଜର ନିଷ୍ପତ୍ତି ନେଉଥିଲେ । ରିୟଲ ଲାଇଫ ହେଉ ଅଥବା ରିଲ ଲାଇଫ ସମସ୍ତ କିରଦାର କୁ ସେ ଅତି ସହଜରେ ନିଭାଇବାରେ ସକ୍ଷମ ହୋଇଥିଲେ । ତେବେ ବନ୍ଧୁଗଣ ସାରା ଓଡିଶା ବାସୀ ଙ୍କ ତରଫରୁ ଅଭିନେତା “ମିହିର ଦାସ” ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଏହି ଟିପ୍ପଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *