Bollywood ର କୋକିଳକଣ୍ଠୀ Lata Mangeshkar ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ! ଗୁରୁତର ଅବସ୍ଥାରେ ICU ରେ ହେଲେ ଭର୍ତ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସିଙ୍ଗର ମାନେ ନିଜ ଗୀତ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଏହି ସିଙ୍ଗର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଲତା ମଙ୍ଗେସ୍କର ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଲତା ମଙ୍ଗେସ୍କରଙ୍କ ଅନେକ ସୁପର ହିଟ ଗୀତ ଶୁଣିଥିବେ । ବର୍ତ୍ତମାନ ଯେତେ ନୂଆ ସିଙ୍ଗର ଗୀତ ଗାନ୍ତୁ ନା କାହିଁକି ଲୋକମାନେ ଆଜି ପର୍ଯ୍ୟନ୍ତ ଲତା ମଙ୍ଗେସ୍କରଙ୍କୁ ଭୁଲି ନାହାନ୍ତି । ବଲିଉଡ ଇଣ୍ଡଷ୍ଟ୍ରି ପ୍ରତି ତାଙ୍କର ବହୁତ ବଡ ଅବଦାନ ରହିଛି । ହେଲେ ବନ୍ଧୁଗଣ ବର୍ତ୍ତମାନ ଲତା ମଙ୍ଗେସ୍କରଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ବଲିଉଡ ସିଙ୍ଗର ଲତା ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତ୍ଵର ଅଛି । କରୋନାରେ ଆକ୍ରାନ୍ତ ହୋଇଛନ୍ତି ଲତା ମଙ୍ଗେସ୍କର ଆଉ କରୋନା ଚିହ୍ନଟ ହେବା ପରେ ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

୯୨ ବର୍ଷୀୟ ଲତା କରୋନାରେ ପୀଡିତ ହୋଇ ମୁମ୍ବାଇର ଏକ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ବେଳେ ଡାକ୍ତର ମାନେ ତାଙ୍କର ସ୍ଵତନ୍ତ୍ର ଚିକିତ୍ସା କରୁଛନ୍ତି । ଆଉ ତାଙ୍କ ବୟସ ଦ୍ରୁଷ୍ଟିରୁ ତାଙ୍କ ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଉଛି ।

ତେବେ ପୂର୍ବରୁ ମଧ୍ୟ ଲତା ୨୦୧୯ ନଭେମ୍ବରରେ ଛାତିରେ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ସେତେବେଳେ ସେ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ଏବେ ତାଙ୍କୁ କରୋନା ସଂକ୍ରମଣ ହେତୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତ୍ଵର ଅଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *