କେମିତି ଉଦ୍ଧାର ହେଲା Rahul ? କିପରି ଥିଲା ଅପରେସନ ଜିନ୍ଦେଗୀର ଅନୁଭୂତି ବଖାଣିଲେ NDRF ଯବାନ Mahabir Mohanty, ଶୁଣିଲେ ଲୋମ ଟାଙ୍କୁରି ଉଠିବ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବୋରୱେଲରେ ଫସିଥିବା ଦିବ୍ୟାଙ୍ଗ ବାଳକ ରାହୁଲ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଗାତ ଭିତରେ ରାହୁଲ 105 ଘଣ୍ଟାରୁ ଅଧିକ ସମୟ ସଂଘର୍ଷ କରିବା ପରେ ଏବେ ନିଜ ଜୀବନକୁ ଫେରି ପାଇଛି । ଗତ ଶୁକ୍ରବାର ଦିନ ରାହୁଲ ବୋରୱେଲ ଗାତରେ ଫସିଯାଇଥିଲା । ଆଉ ଏହା ପରେ ଆରମ୍ଭ ହୋଇଥିଲା ମିସନ ରାହୁଲ । ରାହୁଲକୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ନିଯୁକ୍ତ କରଯାଇଥିଲା ।

ଏହା ପରେ ଏହି ଉଦ୍ଧାର କାର୍ଯ୍ୟରେ ରୋବୋଟିକ ଟିମ ଓ ଭାରତୀୟ ସେନା ମାନେ ବି ଯୋଗ ଦେଇଥିଲେ । 4 ଦିନ ଯାଏଁ ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଶୋକାକାଳ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ୟ ପଟରେ ରାହୁଲର ବାପା-ମା ଦୁଃଖରେ ଭାଙ୍ଗି ପଡିଥିଲେ । ହେଲେ ବନ୍ଧୁଗଣ ହାର ମାନି ନଥିଲା ରାହୁଲ ଓ ପ୍ରଶାସନ ।

ଦିନ ଯେମିତି ଗଡି ଗଡି ଗଲା ସେହି ଅନୁସାରେ ନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ରାହୁଲ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଅପରେସନରେ ଥିବା ଏନଡିଆରଏଫ ଇନ୍ସପେକ୍ଟର ମହାବୀର ମହାନ୍ତି ଘଟଣା ବିଷୟରେ ଗଣମାଧ୍ୟମକୁ କହିଛନ୍ତି ।

ମହାବୀର ମହାନ୍ତି ଗଣମାଧ୍ୟମକୁ କହିଛନ୍ତି-‘ପ୍ରଥମେ ମୁଁ ଓଡିଶା ଆଉ ଭାରତ ବାସୀ ମାନଙ୍କୁ ଧନ୍ୟବାଦ ଜଣାଇବି । ସେମାନଙ୍କର ଯେଉଁ ଆଶା ଏନଡିଆରଏଫ ଉପରେ ଥିଲା ସେହି ଆଶା ଆମ ଟିମର ମନ ବଳକୁ ବଢାଇ ଥିଲା । ଘଟଣା ଦିନ ଆମକୁ ସୂଚନା ମିଳିବା ପରେ ଆମେ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଥିଲୁ କାରଣ ଏହା ଥିଲା ଜୀବନ ମରଣର କଥା । ମୋର ଏଭଳି ଅଭିଜ୍ଞାତା ନାହିଁ କାରଣ ଆମ ଓଡିଶା ଆଉ ଛତିଶଗଡରେ ଏଭଳି କିଛି ଘଟଣା ଆଗରୁ ଘଟି ନଥିଲା ।

ଏହାକୁ ଆମେ ଏକ ଚ୍ୟାଲେଞ୍ଜ ଭାବି କାମ କରିଥିଲୁ । ପିଲାଟି ଯେଉଁ ବୋରୱେଲରେ ଖସି ଥିଲା ତାହା ବଙ୍କା ଥିଲା । ସେହି ବୋରୱେଲ ଭିତରେ ସାପ ବେଙ୍ଗ ବି ଥିଲେ । ହେଲେ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ପିଲାଟି ଆବନର୍ମାଲ ଥିଲା । ସେ ଆମକୁ ଠିକ ଭାବରେ ରେସ୍ପୋଣ୍ଡ କରୁ ନଥିଲା ତଥାପି ଆମେ ପିଲାଟିକୁ ବାହାର କରିବାରେ ସଫଳ ହେଳୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *