ବାହାରିବା ବେଳେ କିଭଳି ଥିଲା Rahul ? ନିଜର ଅନୁଭୂତି ବଖାଣିଲେ ସେନା ଯବାନ, ସେ କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବୋରୱେଲରେ ଫସିଥିବା ଦିବ୍ୟାଙ୍ଗ ବାଳକ ରାହୁଲ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଗାତ ଭିତରେ ରାହୁଲ 105 ଘଣ୍ଟାରୁ ଅଧିକ ସମୟ ସଂଘର୍ଷ କରିବା ପରେ ଏବେ ନିଜ ଜୀବନକୁ ଫେରି ପାଇଛି । ଗତ ଶୁକ୍ରବାର ଦିନ ରାହୁଲ ବୋରୱେଲ ଗାତରେ ଫସିଯାଇଥିଲା । ଆଉ ଏହା ପରେ ଆରମ୍ଭ ହୋଇଥିଲା ମିସନ ରାହୁଲ । ରାହୁଲକୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ନିଯୁକ୍ତ କରଯାଇଥିଲା ।

ଏହା ପରେ ଏହି ଉଦ୍ଧାର କାର୍ଯ୍ୟରେ ରୋବୋଟିକ ଟିମ ଓ ଭାରତୀୟ ସେନା ମାନେ ବି ଯୋଗ ଦେଇଥିଲେ । 4 ଦିନ ଯାଏଁ ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଶୋକାକାଳ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ୟ ପଟରେ ରାହୁଲର ବାପା-ମା ଦୁଃଖରେ ଭାଙ୍ଗି ପଡିଥିଲେ । ହେଲେ ବନ୍ଧୁଗଣ ହାର ମାନି ନଥିଲା ରାହୁଲ ଓ ପ୍ରଶାସନ ।

ଦିନ ଯେମିତି ଗଡି ଗଡି ଗଲା ସେହି ଅନୁସାରେ ନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଥିଲେ । ହେଲେ ବନ୍ଧୁଗଣ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ଏକ ବଡ ପଥର ବାଧକ ସାଜି ଥିଲା । କେବଳ ସେହି ପଥରକୁ କାଟିବା ପାଇଁ କେତେକ ଅତ୍ୟାଧୁନିକ ମେସିନର ବ୍ୟବହାର କରଯାଇଥିଲା ।

ଏନଡିଆରଏଫ ଓ ଏସଡିଆରଏଫ ଟିମ ସେହି ପଥର ଖଣ୍ଡକୁ କାଟିବା ପାଇଁ ଦିନ ରାତି ଏକ କରି ଦେଇଥିଲେ । ଏହି ଘଟଣା ଉପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ କଡା ନଜର ରଖିଥିଲେ । ଆମେ ଆପଣ ମାନଙ୍କୁ କହି ରଖୁ ଯେ, ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ବାଳକ ସେ କଥା କହି ପାରେନି କି କିଛି ଶୁଣି ପାରେନି । ତେବେ ବନ୍ଧୁଗଣ ବର୍ତ୍ତମାନ ରାହୁଲ ହସ୍ପିଟାଲରେ ଅଛି ଆଉ ସୁରକ୍ଷିତ ଅଛି । ହେଲେ ଭାରତୀୟ ସେନାର ଜଣେ ଯବାନ ରାହୁଲକୁ ବାହାର କରିବା ବେଳେ କିଭଳି ସ୍ଥିତି ତାହା ବିଷୟରେ କହିଛନ୍ତି ।

ଭାରତୀୟ ଯବାନ ଜଣକ କହିଛନ୍ତି-‘ଆମେ ମାନେ ଖୁସି ଅଛୁ ବହୁତ ଆଉ ଆପଣ ମାନଙ୍କୁ କଣ ସେୟାର କରିବୁ । 4 ଦିନର କଷ୍ଟ ସଂଘର୍ଷ ପରେ ଛୁଆ ସୁରକ୍ଷିତ ବାହାରି ପାରିଛି । ଛୁଆ ଯେତେବେଳେ ବାହାରିଲା ସେତେବେଳେ ସେ ଆଖି ମିଟି ମିଟି କରି ସବୁ ଆଡେ ଚାହିଁଲା ଏହା ଦେଖି ଆମେ ମାନେ ବହୁତ ଖୁସି ହେଲୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *