ଭାଇରାଲ ହେଉଛି ମାଆ କାଳୀଙ୍କ ଆଧାର କାର୍ଡ଼, କିଏ ଓ କାହିଁକି ବାହାର କଲେ ଦେବୀଙ୍କ ପରିଚୟପତ୍ର ? ଜାଣିଲେ ଆପଣ କାବା ହେଇଯିବେ

ବନ୍ଧୁଗଣ ଯଦି ଆପଣଙ୍କୁ କେହି ପରିଚୟ ପତ୍ର ମାଗନ୍ତି ଆପଣ ସିଧା ଆଧାର କାର୍ଡ ଦେଖାଇ ଦେଉଥିବେ । ହେଲେ ଜାଣି ଛନ୍ତି ମଣିଷ ତ ମଣିଷ ଏବେ ଭଗବାନଙ୍କର ବି ଆଧାର କାର୍ଡ ବାହାରି ଗଲାଣି । ଏହି ଆଧାର କାର୍ଡରେ ବାପା ଓ ପତିଙ୍କ ନାମ ସହ ଭଗବାନଙ୍କ ଠିକଣା ବିଷୟରେ ବି ଲେଖା ଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଆପଣ ଏହି ଖବର ବିଷୟରେ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ସମସ୍ତ ସ୍ଥାନରେ ଏକ ଖବରର ଚର୍ଚା ଚାଲିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଗତ କିଛି ଦିନ ତଳେ ମା କାଳୀଙ୍କର ପୂଜା ଶେଷ ହୋଇଛି ହେଲେ ଚଳିତ ବର୍ଷ କାଳୀ ପୂଜାରେ କାଳୀ ମାଙ୍କ ମୂର୍ତ୍ତି ବଦଳରେ ତାଙ୍କ ଆଧାର କାର୍ଡ ପୂଜା କରଯାଇଥିଲା ।

ଏହି ଆଧାର କାର୍ଡରେ ଲେଖା ଥିଲା ନାମକାଳୀ, ପତିଙ୍କ ନାମ ମହାଦେବ ଓ ଠିକଣାକୈଳାସ ପର୍ବତ ଟପ ଫ୍ଲୋର । ଏହା ସହିତ ପିନ ଥିଲା୦୦୦୦୦୧ । ବନ୍ଧୁଗଣ ଏହି ପୂଜାଟି କଲିକତାରେ ହୋଇଥିଲା ଓ କଲିକତାରେ ଏହି ପୂଜାକୁ ନେଇ ଚର୍ଚା ଜୋର ସୋର ଧରିଥିଲା ।

ଆଧାର କାର୍ଡରେ ମା କାଳୀଙ୍କ ଫଟୋ ମଧ୍ୟ ଥିଲା ଦର୍ଶକ ବନ୍ଧୁ ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ କିଛି ଦିନ ପର୍ଯ୍ୟନ୍ତ ଲୋକ ଦେଖିବା ପାଇଁ ଏହି ଆଧାର କାର୍ଡଟି ରଖାଯାଇଥିଲା । ତେବେ ଏଭଳି କାର୍ଡ କରିବାର କାରଣ କଣ ଯାହାର ଉତ୍ତର ଆମ ପାଖରେ ଅଛି । ବନ୍ଧୁଗଣ ଲୋକ ମାନଙ୍କୁ ସଚେତନ କରେଇବା ପାଇଁ ମା କାଳୀ ପୂଜା ମଣ୍ଡପ ଅଦକ୍ଷ ଏହା କହିଥିଲେ ।

ପୂଜା ମଣ୍ଡପ କହିଛି, ଏହା ହେଉଛି ଏକ ଥିମ, ପ୍ରତି ବର୍ଷ ନୂଆ ନୂଆ ଥିମରେ ପୂଜା କରାଯାଏ । ଯେହେତୁ ଏଥର ଭାରତ ସରକାରଙ୍କ ପକ୍ଷରୁ ଆଧାର କାର୍ଡ ଅପଡେଟ ପାଇଁ କୁହାଯାଉଥିଲା ତେଣୁ ଏଥର ସେମାନେ ମା କାଳୀଙ୍କ ଆଧାର କାର୍ଡ ବନେଇ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *