ଶିକ୍ଷକଙ୍କ ପାଇଁ ବଡ ଖୁସି ଖବର ଦେଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଏ ନେଇ କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳ ରେ ସମସ୍ତେ ଇସ୍ତଫା ଦେଇ ବର୍ତ୍ତମାନ ନୂଆ ସଦସ୍ୟ ସାମିଲ ହୋଇଛନ୍ତି । ତେବେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ୨୧ ଜଣିଆ ମନ୍ତ୍ରୀଙ୍କ ତାଲିକା ସାମ୍ନାକୁ ଆସିଥିବା ବେଳେ ଅନେକ ହେଭିୱେଟ୍ ନେତାଙ୍କ ନାଁ କଟିଛି । ନୂଆ ଟିମରେ ପାୱାରଫୁଲ ନେତାଙ୍କୁ ବାଦ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାର୍ଣ୍ଡିର୍, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନଙ୍କ ଭଳି ନେତାଙ୍କୁ ବାଦ୍ ଦେଇଛନ୍ତି ନବୀନ । ତେବେ ବିଦାଦୀୟ ହୋଇପଡିଥିବା ନେତାଙ୍କୁ ବି ନୂଆ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଛନ୍ଦି ହୋଇଥିବା ନେତାଙ୍କୁ ନୂଆ ଟିମରେ ସାମିଲ ନକରି ସ୍ୱଚ୍ଛତାର ବାର୍ତ୍ତା ଦେବା ସହ ବିରୋଧୀଙ୍କ ଆଟାକରୁ ବର୍ତ୍ତିବାକୁ ସେଫ ଜୋନ ବାଛିଛନ୍ତି ନବୀନ ସରକାର ।

ତେବେ ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଢେର ବଦନାମ ମୁଣ୍ଡାଇଥିଲେ ସରକାର । ନୟାଗଡର ପରୀ ହତ୍ୟା ମାମଲାରେ ବି ବିରୋଧୀ ଢେର ହଲାପଟା କରିଥିଲେ । ଆଉ ସବୁ ପରେ କଳାହାଣ୍ଡି ମମିତା ମେହେର ମୃତ୍ୟୁ ପ୍ରସଙ୍ଗ ସରକାରଙ୍କ ଅକଲ ଗୁଡୁମ କରିଥିଲା । ବିବାଦ ଘେରକୁ ଆସିଥିଲେ ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର । ହେଲେ ନୂଆ ଟିମରୁ ସେମାନଙ୍କୁ ବାଦ ଦେଇଥିଲେ ନବୀନ ।

ମନ୍ତ୍ରିମଣ୍ଡଳରୁ ବହୁ ହେଭିୱେଟ୍ ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇଛି । ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ରଙ୍କ ପରି ମନ୍ତ୍ରୀମାନେ ନୂଆ ତାଲିକାରେ ନାହାନ୍ତି । ତେବେ ସେହିପରି ନୂଆ ମନ୍ତ୍ରିମଣ୍ଡଳରେ ୪ ଜିଲ୍ଲା ଏକାଧିକ ମନ୍ତ୍ରୀ ପଦ ପାଇଥିବା ବେଳେ ୧୨ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ରହିଛି । ଫାଇଦାରେ ରହିବ ପଶ୍ଚିମ ଓଡ଼ିଶା । ନବୀନଙ୍କ ପଂଚମ ପାଳିର ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାରୁ ୬ ଜଣ ବିଧାୟକଙ୍କୁ ସ୍ଥାନ ଦିଆ ଯାଇଥିବା ବେଳେ ନୂଆ ମନ୍ତ୍ରିମଣ୍ଡଳରେ ୭ ଜଣଙ୍କ ନାଁ ରହିଛି ।

ତେବେ ନବୀନ ସରକାରଙ୍କ ଏଭଳି ପଦକ୍ଷେପ ମନ୍ତ୍ରୀ ମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । କିନ୍ତୁ ବର୍ତ୍ତମାନ ଶିକ୍ଷକଙ୍କ ପାଇଁ ଆସିଛି ଖୁସି ଖବର । ତେବେ ହାଇସ୍କୁଲ ଗୁଡ଼ିକରେ ୧୧୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଜୁନ୍‌ ମାସ ଶେଷ ଭିତରେ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯିବ । ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଶିକ୍ଷକ ମାନଙ୍କୁ ନିଯୁକ୍ତି ପତ୍ର ଦେବେ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ ଗୁଡ଼ିକର ରୂପାନ୍ତରୀ କରଣ କରାଯାଉଛି । ପ୍ରାୟ ୮ ହଜାର ହାଇସ୍କୁଲର ରୁ ୫୦୦୦ ହଜାର ସ୍କୁଲକୁ ରୂପାନ୍ତରୀ କରଣ କରାଯାଉଛି । ବାକି ୩୦୦୦ ହାଇସ୍କୁଲ ର ରୂପାନ୍ତରୀ କରଣ ବ୍ୟବସ୍ଥା କରାଯିବ । ହାଇସ୍କୁଲ ରୂପାନ୍ତରୀ କରଣ କରିବା ପରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ କଥା ବିଚାର କରାଯିବ ।

ତେବେ ଏହି ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ କିଛି ମାସ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ସହ ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ୧,୭୦୦ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ବାହାରିଥିଲା । ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ରାଜ୍ୟର ୮,୧୦୨ ଶିକ୍ଷା ସହାୟକ ଙ୍କୁ ନିୟମିତ କରିଥିଲେ ସରକାର । ୨୦୧୫ ଜାନୁଆରୀ ମାସରେ ନିଯୁକ୍ତି ପାଇଥିବା ଏହି ଶିକ୍ଷକ ମାନଙ୍କୁ ନିୟମିତ କରାଯାଇଥିବା ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ । ତେବେ ଏହା ଉପରେ ଆପଣ ଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *