ବନ୍ଧୁଗଣ, ସୂଚନା ଅନୁଯାୟୀ ବହୁ ଦିନ ପରେ ଓଡିଆ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ବାବୁଷାନ ମହାନ୍ତି ଙ୍କୁ ପରଦାରେ ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ବାବୁଷାନ ଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଅନାଇ ବସିଥିଲେ କିଭଳି ପରଦାରେ ଦେଖିବେ । ତେବେ ବର୍ତ୍ତମାନ ସେମାନଙ୍କ ଅପେକ୍ଷାର ସମାପନ ଘଟିଛି ଏବଂ ତାଙ୍କ ନୂଆ ଚଳଚିତ୍ର ପ୍ରେମମ ରେ ସେ ଏଭଳି ଭାବରେ ଅଭିନୟ କରିଛନ୍ତି ଯେ ଦର୍ଶକ ଙ୍କ ଆନନ୍ଦ ର ସୀମା ରହିନାହିଁ ।
ତେବେ ଆସନ୍ତୁ ଜାଣିନେବା ଏ ନେଇ ସିଦ୍ଧାନ୍ତ ମହାପାତ୍ର କ’ଣ ମତ ଦେଇଛନ୍ତି ତଥା ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତା ବାବୁଷାନ କିଭଳି ଭାବରେ ହଲ ରେ “ପ୍ରେମମ” ର ମଜା ଉଠାଇଛନ୍ତି । ତେବେ ସିଦ୍ଧାନ୍ତ କହିଛନ୍ତି ଯେ ବହୁତ ଖୁସି ଲାଗୁଛି ଯେ ଆମ୍ଭେ ଏକାଠି କାମ କଲୁ ତଥା ଅନେକ ବର୍ଷ ପରେ ଆମ୍ଭେ କାମ କଲୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ସେତେବେଳେ ମଧ୍ୟ ଆମ୍ଭେ ଗୋଟିଏ ଭଲ ଫିଲ୍ମ ପାଇଁ କାମ କରିଥିଲୁ ।
ଆଜି ମଧ୍ୟ ତାହାଠାରୁ ଅଧିକ ଭଲ ଫିଲ୍ମ ପାଇଁ କାମ କରିଲୁ ଏକ ସହିତ । କାମ କରି ମଧ୍ୟ ବହୁତ ଭଲ ଲାଗିଲା । ନିଶ୍ଚିତ ଭାବରେ ଦର୍ଶକ ଙ୍କ ପାଖରେ ଆଶା କରିବା ଯେ ଏହାର ରେଶପନ୍ସ ବହୁତ ଭଲ ଆସୁ । ତେବେ ଗୋଟିଏ ଅନୁକୂଳ ଯଦି ଶୁଭ ହେଲା ନିଶ୍ଚିତ ଭାବରେ ଆମ୍ଭେ ଆଗକୁ ଆଗକୁ ଭଲ ଫିଲ୍ମ କରିବା ନିମନ୍ତେ ଚେଷ୍ଟା କରିବା ।
ମୁଁ ହୁଏ କି ବାବୁଷାନ ହୁଅନ୍ତୁ କି ଏକାଠି ଆମ୍ଭେ ହେଉ ଅଥବା ଅନ୍ୟ ଯେଉଁ କଳାକାର ମାନେ ଅଛନ୍ତି, ଯେଉଁ ଟେକନିସୟନ ଅଛନ୍ତି ସମସ୍ତେ ଯଦି ପ୍ରୟାସ କରିବେ ଗୋଟିଏ ଭଲ କିଛି କରିବା ପାଇଁ ତେବେ ଆଶା ଅଛି ଯେ ପୁନ୍ନର୍ବାର ଆମ୍ଭ ଇଣ୍ଡଷ୍ଟ୍ରୀ କୁ ଆମ୍ଭେ ଉତ୍ତମ ରୂପରେ ଦେଖିପାରିବା ।
ତେବେ ସୂଚନା ଅନୁଯାୟୀ ସିଦ୍ଧାନ୍ତ ମହାପାତ୍ର ଏବଂ ବାବୁଷାନ ଏକାଠି ଫିଲ୍ମ ହଲ ରେ ଚଳଚିତ୍ର ପ୍ରେମମ ଦେଖିବାକୁ ଯାଇଥିଲେ ଏବଂ ସେଠାରେ ଅନେକ ଅଭିନେତା ଅବିନେତ୍ରୀ ତଥା କଣ୍ଠଶିଳ୍ପୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଚଳଚିତ୍ର ଟି ସଫଳ ହେବ ବୋଲି ଉଭୟ ଅଭିନେତା କହିଛନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।