ମାସରେ ଥରେ ଲଗାନ୍ତୁ ? ଜୀବନ ସାରା କେବେ ବି ଧଳା କେଶ ଆସିବ ନାହିଁ ! (Hair Care Tips)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଦେଖିଥିବେ କି ଝିଅ ବା ମହିଳାଙ୍କ ଠାରେ ଚୁଟି ଝଡିବା ବା ଧଳା ହେବାର ଦେଖା ଯାଉଛି । ଏହା ସହ ପୁରୁଷ ମାନଙ୍କର ମଧ୍ୟ ଚୁଟି ବହୁତ ଜଲ୍ଦି ଧଳା ହୋଇ ଯାଉଛି । ଏଥିପାଇଁ କିଛି ଲୋକ ମାନେ ବାହାରରୁ ମିଳିଥିବା କେମିକାଲ କଲର ବ୍ୟବହାର କରିଥାନ୍ତି । ଏହା ଦ୍ଵାରା କେଶ ଧଳା ହୋଇଯାଏ କିଛି ସମୟ ପାଇଁ । କିନ୍ତୁ ଏହା ପରେ ପୁଣି କେଶ ଧଳା ହୋଇଯାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପାୟ ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା କେଶ ପ୍ରାକୃତିକ ଉପାୟରେ ଧଳାରୁ କଳା ହୋଇଯିବ ।

ତେବେ ଆପଣ ମାନେ ଜାଣିଥିବେ ଘରେ ବା ବାହାରେ ଭୃଶୁଙ୍ଗପାତ୍ର ମିଳିଥାଏ । ଏହା ଖାଇବା ସହ କେଶ କଳା କରିବା ପାଇଁ ଜବରଦସ୍ତ ଉପଚାର ଅଟେ । ଆଜିକାଲି ଯୁବପିଢି ମାନଙ୍କର କେଶ କମ ବୟସରୁ ଧଳା ହୋଇ ଯାଉଛି । ଏଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡୁଛି । ଏହି ଘରୋଇ ଉପଚାର ତିଆରି କରିବା ପାଇଁ ୫୦ ଗ୍ରାମ ନଡିଆ ତେଲ, ୧୦୦ ଗ୍ରାମ ଭୃସୁଂ ପତ୍ର ର ଆବଶ୍ୟକତା ରହିଛି ।

ଏହା ପରେ ଏକ ପ୍ୟାନରେ ନଡିଆ ତେଲ ପକାନ୍ତୁ । ଏହା ପରେ ଏଥିରେ ଭୃଶୁଙ୍ଗ ପତ୍ର ପକାନ୍ତୁ । ଏହା ପରେ ୧୦ ମିନିଟ ଯାଏଁ ଗ୍ଯାସ ସିମ କରି ଏହାକୁ ଭଲ ଭାବେ ଫୁଟନ୍ତୁ । ତେବେ ୧୦ ମିନିଟ ପରେ ନଡିଆ ତେଲର ରଙ୍ଗ ବଦଳିବାକୁ ଲାଗିବ । ଏହା ପରେ ଏହାକୁ ଥଣ୍ଡା କରି ଏକ ବୋତଲରେ ଭାରି କରି ରଖନ୍ତୁ । ଏହି ତେଲର ପ୍ରୟୋଗ ଆପଣ ସପ୍ତାହକୁ ୩ ଥର କେଶରେ ମାଲିସ କରନ୍ତୁ । ଏହା ପରେ ଆପଣ ଏହି ତେଲର ଫାଇଦା ଦେଖିବାକୁ ପାଇବେ ।

ଯେଉଁ ଭୃଶୁଙ୍ଗ ପତ୍ର ବଞ୍ଚି ଯାଇଛି ତାହାର ପେଷ୍ଟ ପ୍ରସ୍ତୁତ କରି କେଶର ମୂଳରେ ଲଗାନ୍ତୁ । ଏହା ଦ୍ଵାରା କେଶ ନରମ ହୋଇଯିବ । ଏହି ପ୍ରାକୃତିକ ଘରୋଇ ଉପଚାର ଦ୍ଵାରା କେଶ ଧଳାରୁ କଳା ହେବା ସହ ଝଡିବା ମଧ୍ୟ ବନ୍ଦ ହୋଇଯିବ । ଏହା ଦ୍ଵାରା କେଶ ସୁନ୍ଦର ଓ ଘନ ଦେଖାଯିବ । ତେବେ ଆଜିକାଲି ମାର୍କେଟରେ ଯେଉଁ କଲର ବିକ୍ରି ହେଉଛି ତାହାର ପ୍ରୟୋଗ କରିଲେ ଆପଣଙ୍କ କେଶ ଅଳ୍ପ ସମୟ ପାଇଁ କଳା ହୋଇଯିବ । କିନ୍ତୁ ଆଜିରା ଆମର ଏହି ପ୍ରାକୃତିକ ଉପାୟ ଦ୍ଵାରା ଆପଣଙ୍କ କେଶ ସବୁ ଦିନ ପାଇଁ କଳା ହୋଇଯିବ ।

ଏହା ସହ ଆଜିକାଲି ଖାଦ୍ୟପେୟ ଯୋଗୁ ମଧ୍ୟ କେଶ ସମସ୍ଯା ଦେଖା ଯାଉଛି । ତେଣୁ ଆପଣ ମାନେ ନିଜର ଜୀବନ ଶୈଳୀକୁ ପରିବର୍ତ୍ତନ କରିବା ସହ ନିଜ ଖାଦ୍ଯ ପ୍ରତି ଧ୍ୟାନ ଦେବା ଉଚିତ । ଅଧିକ ଧୁଳି ବା ବାୟୁ ପ୍ରଦ୍ଯୁଷଣ ହେବା ଜାଗାରୁ ନିଜକୁ ଦୂରେଇ ରଖନ୍ତୁ । ଏହା ସହ ନିଜ କେଶର ଭଲ ଭାବେ ଯତ୍ନ ନେବା ଉଚିତ । ଯେମିତିକି କେଶରେ ଜେଲ ବ୍ୟବହାର ନ କରିବା, ତେଲ ଲଗାଇବା ବା ମୁଣ୍ଡ କୁଣ୍ଡାଇବା ଇତ୍ୟାଦି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *