କର୍ମ କଣ ? କର୍ମର ଫଳ କେମିତି ମିଳିଥାଏ ? (Inspiration Story)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆମ ଶାସ୍ତ୍ର ରେ କୁହାଯାଇଛି କର୍ମ କରିଚାଲ ଫଳ ର ଚିନ୍ତା କରନ୍ତୁ ନାହିଁ କାରଣ ଭଗବାନ ଭଲ କର୍ମ କଲେ ନିଶ୍ଚିତ ଭାବରେ ଭଲ ଫଳ ଦେବେ ଏବଂ ଖରାପ କର୍ମ କଲେ ଖରାପ ଫଳ । ତେବେ ଏହି କଥା ଅନୁଯାୟୀ ଆପଣ ସବୁବେଳେ ଭଲ କର୍ମ କରନ୍ତୁ ଏବଂ ସତ ପଥରେ ଯାଆନ୍ତୁ । ତେବେ ଆପଣ କଣ ଜାଣିଛନ୍ତି କି ଏହି କର୍ମ କଣ? ତେବେ ଦିନେ ଗୌତମ ବୁଦ୍ଧ ଙ୍କ ଜଣେ ଶିଷ୍ୟ ବୁଦ୍ଧ ଙ୍କୁ ପଚାରିଥିଲା କି ଏ କର୍ମ କଣ ?


ସଫଳ ଅସଫଳତା କଣ? ତେବେ ଏହାର ଉତ୍ତର ରେ ସେ ଏକ ସୁନ୍ଦର ଗପ ଟି କହିଥିଲେ ତେବେ ଆସନ୍ତୁ ଜାଣିନେବା ସେହି ଗପ ବିଷୟରେ । ତେବେ ଜଣେ ରାଜା ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ରେ ନିଜର ଏକ ବଗିଚା ରେ ପ୍ରକୃତି କୁ ଉପଭୋଗ କରିବା ପାଇଁ ବସି ରୁହନ୍ତି ଏବଂ ଗଛ ପତ୍ର ଫୁଲ,ପକ୍ଷୀ ଆଦି ଙ୍କୁ ଦେଖି ସେ ବହୁତ ଖୁସି ହୁଅନ୍ତି ।

ତେବେ ସେହି ବଗିଚା ଦେଇ ଜଣେ କାଠୁରିଆ ସବୁଦିନ କାଠ କାଟିବା ପାଇଁ ଜଂଗଲ ଯାଏ ତେବେ ରାଜା ସକାଳେ ସେହି କାଠୁରିଆ କୁ ଦେଖିଲେ ତାଙ୍କୁ ବହୁତ ଦୁଃଖ ଲାଗେ ଏବଂ ତାକୁ ସାହାର୍ୟ୍ଯ କରିବା ପାଇଁ ଇଚ୍ଛା କରନ୍ତି କିନ୍ତୁ ଯେତେବେଳେ ସେ ସନ୍ଧ୍ୟା ରେ ଫେରେ ସେତେବେଳେ ରାଜା ତାକୁ ଦେଖି ତାଙ୍କ ମନରେ ଘୃଣା ଭାବ ଆସିଥାଏ । ତେବେ ରାଜା ଏହାର କାରଣ ଖୋଜିବା ପାଇଁ ତାଙ୍କର ବୁଦ୍ଧିମାନ ମନ୍ତ୍ରୀ ଙ୍କୁ ଡକାଇଲେ ଏବଂ ସମସ୍ତ କଥା ତାଙ୍କୁ କହିଲେ । ତେବେ ମନ୍ତ୍ରୀ ଏହାର ଖୋଜ କରିବେ ବୋଲି କହିଲେ ।


ତେବେ ଆର ଦିନ ମନ୍ତ୍ରୀ ଛଦ୍ମ ବେଶ ରେ ସେହି କାଠୁରିଆ ଘରକୁ ଯାଇ ସେଠାରେ ରହିବା ପାଇଁ କହିଲେ ତେବେ ପ୍ରଥମେ କାଠୁରିଆ ରାଜି ହେଉ ନଥିଲା କିନ୍ତୁ ପରେ ସୁନା ମୁଦ୍ରା ଦେବା ପରେ ସେ ରାଜି ହୋଇଗଲେ । ତେବେ ମନ୍ତ୍ରୀ ସେହି କାଠୁରିଆ କୁ ପଚାରିଲେ କି ତୁମେ କଣ କାମ କର ତେବେ କାଠୁରିଆ ଟି କହିଲା କି ମୁଁ ଜଙ୍ଗଲରେ କାଠ କାଟେ ଏବଂ ତାକୁ ବିକି ପେଟ ପୋଷିଣ କରେ ତେବେ ମୋର ଏହି ଛୋଟ ଘରେ ମୁଁ ଚନ୍ଦନ କାଠ କୁ ସଂଗ୍ରହ କରି ରଖୁଛି ତେବେ ମନ୍ତ୍ରୀ କହିଲେ ଚନ୍ଦନ କାଠ କୁ ବିକିଲେ ତ ବହୁତ ପଇସା ଆସିବ ତୁମେ ସେଗୁଡିକ ବିକିଦିଅ ।

ସେତେବେଳେ ସେହି କାଠୁରିଆ କହିଲା କି ଏହି ଚନ୍ଦନ କାଠ ମୁଁ ଆମ ରାଜାଙ୍କ ପାଇଁ ରଖୁଛି ରାଜା ବୁଢା ହୋଇ ଗଲାଣି ତେଣୁ ତାଙ୍କ ମୃତ୍ୟୁ ପରେ ମୁଁ ଏହି ଚନ୍ଦନ କାଠ କୁ ଶହେ ଗୁଣାରେ ବିକି ଦେବୀ ଏବଂ ମୋର ସବୁ ସମସ୍ୟା ଦୁର ହୋଇଯିବ । ସବୁଦିନ ଯେତେବେଳେ ମୁଁ ସନ୍ଧ୍ୟା ରେ ଘରକୁ ଆସେ ସେତେବେଳେ ରାଜା କେବେ ମରିବ ବୋଲି ଭାବିକି ଆସେ । ତେବେ ମନ୍ତ୍ରୀ ସବୁ ଶୁଣିଲେ ଏବଂ ରାତି କଟାଇ ସକାଳେ ରାଜାଙ୍କ ପାଖକୁ ଆସିଲେ ।

ତେବେ ରାଜାଙ୍କୁ ସବୁ ସତ କଥା କହିଲେ ତେବେ ରାଜା ଏହାର ଉପାୟ କଣ ପଚାରିଲେ ତେବେ ମନ୍ତ୍ରୀ ସେହି କାଠୁରିଆ ପାଖକୁ ଯାଇ ଚନ୍ଦନ କାଠ ମାଗିଲେ ଏବଂ କହିଲେ କି ରାଜା ଚନ୍ଦନ କାଠ ରେ ଏକ ମହଲ କରିବେ ଏବଂ ଏହାର ମୂଲ୍ୟ ଶହେ ଗୁଣା ଦିଆଯିବ । ତେବେ ଏହା ଶୁଣି କାଠୁରିଆ ଟି ରାଜି ହୁଏ ଏବଂ ସବୁ କାଠ ଦେଇଦିଏ । ତେବେ ସେହି କାଠରେ ଗୋଟିଏ ସୁନ୍ଦର ଖଟ ତିଆରି କରି ଦିଅନ୍ତି । ତେବେ ସେଦିନ ପ୍ର ଠାରୁ ରାଜା ସେହି କାଠୁରିଆ କୁ ଦେଖିଲେ ଆଉ ଘୃଣା ଭାବ ଆସେନାହିଁ ।


ତେବେ ଏହାର ଅର୍ଥ ଏହାକି ଯେ ଯେତେବେଳେ ଆପଣ ନିଜ ମନରେ କୌଣସି ଜିନିଷ ଭାବନ୍ତି ତାହାର ଫଳ ସ୍ୱରୂପ କର୍ମ କରନ୍ତି ଏବଂ ସେହି ଭାବନା ପ୍ରସ୍ଫୁଟିତ ହୋଇ ଉଠେ ଏବଂ ସେହି ଅନୁସାରେ ଫଳ ମଧ୍ୟ ମିଳେ ସଫଳ ଅସଫଳତା ହାସଲ କରନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *