କେଶ ଝଡିବା ସମସ୍ୟାରେ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଏହାର କାରଣ ଓ ନିରାକରଣ (Dr Manas Ranjan Puhan)

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ କେସ ଜନିତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାଧାରଣତଃ ଏହି କେଶ ଜନିତ ସମସ୍ୟା ଯୁବ ଅବସ୍ଥାରୁ ଦେଖା ଦେଇଥାଏ । ଏହି ସବୁ ସମସ୍ୟା ହେବାର ଅନେକ କାରଣ ମଧ୍ୟ ରହିଛି । ବର୍ତ୍ତମାନର ସମୟରେ ଯଦି କାହାର କେସ ଜନିତ ସମସ୍ୟା ଦେଖା ଦେଉଛି ତା ହେଲେ ସେମାନେ ମାର୍କେଟରୁ ମିଳୁ ଥିବା ଅନେକ ହେୟାର ଅଏଲ ଓ ହେୟାର ସାମ୍ପୁର ବ୍ୟବହାର କରୁଛନ୍ତି  ।

ହେଲେ ବନ୍ଧୁଗଣ ଏହି ସବୁ ଜିନିଷରେ କେମିକାଲ ମିଶି ଥାଏ ଯାହା ଆପଣଙ୍କ କେଶକୁ ଅଧିକ ପ୍ରଭାବିତ କରି ଥାଏ । ତେବେ ଏହି କେଶ ଜନିତ ସମସ୍ୟାର କାରଣ ଓ ଏହାର ନିରାକରଣ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ହେୟାର ଫଲ ଦୁଇ ପ୍ରକାରର ଥାଏ ଗୋଟେ ହେଉଛି ବୟସ ଅନୁସାରେ କେଶ ଝଡି ଥାଏ ବା ଅନ୍ୟାନ୍ୟ କେଶ ଜନିତ ସମସ୍ୟା ଦେଖା ଦେଇଥାଏ ।

ଦ୍ଵିତୀୟରେ ହେଉଛି ରୋଗ ଯଦି ଆପଣଙ୍କୁ ଥାଇରଡ ଅଛି ତା ହେଲେ ମଧ୍ୟ ଆପଣଙ୍କ କେଶ ଝଡିବ । ଏହା ସହିତ ମୁଖ୍ୟ କଥା ହେଉଛି ଚିନ୍ତା । ଯଦି ଆପଣଙ୍କ ଜ୍ଵର, ଟାଇଫଏଡ ଓ ମ୍ୟାଲେରିଆ ଆଦି ରୋଗ ହେଇଛି ତା ହେଲେ ଦୁଇ ତିନି ମାସ ପରେ ଆପଣଙ୍କ କେଶ ଝଡିବାକୁ ଲାଗିବ ।

ଏହା ସହିତ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ନିଜ ଖାଦ୍ୟ ପେୟ ଓ ଜୀବନ ଶୈଳୀ ଉପରେ ଅଧିକ ଧ୍ୟାନ ଦେଉ ନାହାନ୍ତି । ଏହି ସବୁ କାରଣ ପାଇଁ ମଧ୍ୟ କେଶ ଝଡି ଥାଏ । ଅନ୍ୟ ପକ୍ଷରେ ଜେନେଟିକ ପାଇଁ ମଧ୍ୟ ହେୟାର ଫଲ ହୁଏ । ବନ୍ଧୁଗଣ କେଶ ଝଡିବାକୁ ଦୂର କରିବା ପାଇଁ ହେଲେ ଆପଣ ମାନେ ପ୍ରଥମେ ନିଜ ଖାଦ୍ୟ ପେୟ ଉପରେ ଅଧିକ ଧ୍ୟାନ ଦଦିଅନ୍ତୁ ।

ଆପଣ ମାନେ ସୁଷମ ଖାଦ୍ୟ ତଥା ସବୁଜ ପନିପରିବା ଓ ଫଳମୂଳ ଆଦି ଖାଦ୍ୟର ସେବନ ନିହାତି କରନ୍ତୁ । ଏହା ସହିତ ରହିଛି ଜୀବନ ଶୈଳୀ । ଅଧିକାଂଶ ଲୋକ ଅନବରତ ଟୋପି ଓ ହେଲମେଟ ପିନ୍ଧି ଥାନ୍ତି ଏହା ଦ୍ଵାରା ଆପଣଙ୍କ କେଶ ସବୁ ବେଳେ ଝାଳରେ ରହିଥାଏ ଓ କେଶରେ ଏୟାର ବାଜି ନଥାଏ ଏହି କାରଣ ପାଇଁ ମଧ୍ୟ କେଶ ଜନିତ ସମସ୍ୟା ହୋଇଥାଏ ।

ତେଣୁ ବନ୍ଧୁଗଣ ଆପଣ ନିଜ କେଶକୁ ସପ୍ତାହକୁ ଦୁଇ ଥର ଧୁଅନ୍ତୁ ଓ ଡାକ୍ତରଙ୍କ ପରାମର୍ଶରେ ହିଁ ହେୟାର ଅଏଲର ବ୍ୟବହାର କରନ୍ତୁ । ଡାକ୍ତରଙ୍କ ପରାମର୍ଶ ନେଇ କେଶ ଚିକିତ୍ସା କରିଲେ ଆପଣଙ୍କ କେଶ ଜନିତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଏହି ସବୁ ବିଶେଷ କଥା ଗୁଡିକର ଧ୍ୟାନ ନିଶ୍ଚୟ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *