କେବଳ 5 ମିନିଟରେ କଫ କାଶରୁ ଆରାମ ପାଆନ୍ତୁ, ଶୁଖିଲା କାଶ ହେଉ ବା କଫ ବାଲା କାଶ ଭଲ ହୋଇଯିବ (Health Tips)

ନମସ୍କାର ବନ୍ଧୁଗଣ ତେବେ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । ବନ୍ଧୁଗଣ ଆମେ ଶୁଖିଲା କାଶ ପାଇଁ ବହୁତ ଯନ୍ତ୍ରଣା ପାଇଥାଉ । ଏହାକୁ ଭଲ କରିବା ପାଇଁ ଆମେ ଆନେକ ପ୍ରକାର ଔଷଧ ଖାଇଥାଉ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭଲ ହୋଇ ନ ଥାଏ ।

ତେବେ ଆଜି ଆମେ ଆପଣଙ୍କ ନିକଟକୁ ଏପରି ଏକ ପ୍ରାକୃତିକ ଉପାୟ ନେଇ ଆସିଛୁ ଯାହା ଦ୍ୱାରା ଆପଣଙ୍କ ର ଏହି ରୋଗ ବହୁତ ଶୀଘ୍ର ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଆୟୁର୍ବେଦିକ ଉପାୟ ବିଷୟରେ । ତେବେ ଆପଣଙ୍କ ର ଯଦି ଶୁଖିଲା କାଶ ହେଉଥିବ ତେବେ ଆପଣ ଚିମୁଟେ ହଳଦୀ ଗୁଣ୍ଡ ନିଅନ୍ତୁ ଏବଂ ତାକୁ ନିଜ କଳ ରେ ଜାକି ରଖନ୍ତୁ ଏବଂ ଧୀରେ ଧୀରେ ଚୁସନ୍ତୁ ।

ଏହାର ରସ ଏବଂ ଲାଳ ଯେତେବେଳେ ଆପଣଙ୍କ ଗଳା କୁ ଯିବ ସେତେବେଳେ ଆପଣଙ୍କ ର ଗଳା କୁ ବହୁତ ଆରାମ ମିଳିବ ଏବଂ ଆପଣଙ୍କ ଶୁଖିଲା କାଶ ମଧ୍ୟ ଦୁର ହୋଇଯିବ ତେବେ ଏହାକୁ ଦିନ କୁ ଚାରିଥର ପ୍ରୟୋଗ କରି ପାରିବେ । ଯଦି ଆପଣଙ୍କ ର କଫ କାଶ ହେଉଛି ତେବେ ଆପଣ ଅଦା ରସ ସହ ଅଳ୍ପ ମହୁ ମିଶାଇ ଏହାର ସେଵନ କରନ୍ତୁ ।


ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ କଫ କଟି ଯିବ ଏବଂ ତରଳି ପେଟକୁ ଯାଇ ମଳ ବାଟେ ବାହାରି ଯିବ ଏବଂ ଆପଣଙ୍କ ଗଳା କୁ ନିଶ୍ଚିତ ଭାବରେ ତୁରନ୍ତ ଆରାମ ପ୍ରଦାନ କରିବ ।
ତେବେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ଏହି ଉପଚାର କୁ ବ୍ୟବହାର କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *