ବନ୍ଧୁଗଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ଘଟିବା ପରେ ଏବେ ସାରା ଓଡିଶାରେ ଶୋକର ମାହୋଲ ରହିଛି । ଦୀର୍ଘ ଦିନ ଧରି ଲିଭର ଶିରୋସିସ ସମସ୍ୟାରେ ପୀଡିତ ଥିବା ପିଣ୍ଟୁ ନନ୍ଦ ଗତ କାଲି ରାତିରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରି ପ୍ରତି ପିଣ୍ଟୁଙ୍କ ଅବଦାନ ଅତୁଳନୀୟ ଆଉ ତାଙ୍କର ବିୟୋଗ ଓଡିଆ ଇଣ୍ଡଷ୍ଟ୍ରି ପ୍ରତି ଏକ ବହୁତ ବଡ କ୍ଷତି ।
ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ନିଜ କାରିୟରର ଆରମ୍ଭ କରିଥିବା ପିଣ୍ଟୁ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ଓଡିଶାରେ ତାଙ୍କ ଲୋକପ୍ରିୟତା ଖୁବ ଅଧିକ ଥିଲା । ହେଲେ ପିଣ୍ଟୁ ଅଫେରା ରାଇଜକୁ ଚାଲି ଯାଇଛନ୍ତି ସେ ଆଉ କେବେ ବି ଫେରିବେ ନାହିଁ । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ପିଣ୍ଟୁଙ୍କ ଭଉଣୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଦୁଃଖ ପ୍ରକାଶ କରିଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପିଣ୍ଟୁଙ୍କ ଭଉଣୀ କାନ୍ଦି କାନ୍ଦି କହିଛନ୍ତି-‘ବାଘ ଭଳିଆ ଭାଇ ମୋର ପଳେଇଲା ଆଉ କଣ ଏଠି ପୁରା ଶୂନ୍ୟ ହେଇ ଯାଇଛି । ଭାଇକୁ ଦେଖିଲେ ମୋତେ ଯେତିକି ଖୁସି ଲାଗେ ଆଉ ସେ ଖୁସି ମୋ ମନରେ ନାହିଁ କାଲି ଠାରୁ ।
ବାଘ ଭଳିଆ ଭାଇ ମୋର କଥା କହିଲେ ଯେ ଚାରି ଦିଗ କମ୍ପେ ସେ ଭଳିଆ ଡାକ ସେ ଭଳିଆ କଥା ମୋ ଭାଇ ଆଉ ଫେରିବନି ।କି ମୁଁ ଆଉ ଦେଖି ପାରିବିନି ମୋ ଭାଇକୁ । ବହୁତ କଷ୍ଟ ଲାଗୁଛି ଭଗବାନ ମୋତେ ଏତେ ବଡ ଦୁଃଖ କାହିଁକି ଦେଲେ । ମୋ ଭାଇକୁ ମୋ ଠାରୁ ଅଲଗା କରି ଦେଲେ ଏତେ ବର୍ଷର ସମ୍ପର୍କ ଭିତରେ ମୋ ଭାଇକୁ ମାଗିଥିଲି ଭଗବାନଙ୍କୁ କହିଥିଲି ମୋ ଭାଇକୁ ଭଲ କରିଦିଅ ।
ଭଗବାନ ଟିକେ ବି ଶୁଣିଲେନି ମୋ ଭାଇକୁ ନେଇ ଗଲେ । ଭାଇ ଭଳିଆ ଆଉ କିଏ ଡାକିବ ମତେ । ଭାଇ ଭଉଣୀଙ୍କ ସମ୍ପର୍କ ଆପଣ ତ ଜାଣି ଛନ୍ତି ଆଉ କିଏ ଡକାଇବ ମତେ । ସବୁବେଳେ କଥା ହେଲେ କୁହନ୍ତୁ ମୋ ମୁଣ୍ଡରେ ବସି କାନ୍ଦିବୁ ମୋ ଦେହ ଆଉ ଜମା ବି ଭଲ ଲାଗୁନି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।