ମୁଁ ବଞ୍ଚିବାକୁ ଚାହେଁ ପୁଣି ଥରେ ଆପଣ ମାନଙ୍କୁ ହସେଇବା ପାଇଁ ଚାହେଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରନ୍ତୁ ମୁଁ ବହୁତ ଶୀଘ୍ର ଭଲ ହେଇ ଚାଲି ଆସିବି । ହଁ ଦର୍ଶକ ବନ୍ଧୁ ଏମିତି କିଛି କଥା ଦେଇ ଥିଲେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ । ପରିବାର ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ କିନ୍ତୁ ନିଜ କଥା ରଖିଲେନି ପିଣ୍ଟୁ ନନ୍ଦ । ସମସ୍ତଙ୍କୁ ଆଶା ଦେଇ ସବୁଦିନ ପାଇଁ ଦୂରେଇ ଚାଲି ଗଲେ ପିଣ୍ଟୁ ।
ଆଉ ଏମିତି ଏକ ରାସ୍ତା ଆପଣାଇଲେ ଯେଉଁ ରାସ୍ତାରୁ କିଏ କେବେ ଫେରି ପାରିବ ନାହିଁ । କାନ ତ ଶୁଣୁଛି ଆଖି ବି ଦେଖୁଛି କିନ୍ତୁ ମନ ମାନୁନି ଲାଗୁଛି ଯେମିତି ପିଣ୍ଟୁ ନନ୍ଦ ଏବେ ବି ଅଛନ୍ତି । ମନକୁ ଏପରି କହି ଅନେକ ବୁଝାଇଲେ ବି ସତ କେବେ ମିଛ ହେବ ନାହିଁ । କାରଣ ପିଣ୍ଟୁ ନନ୍ଦ ଆଉ କେବେ ବି ଫେରି ଆସିବେ ନାହିଁ ।
ଓଡିଆ ଆଲବମ ହେଉ ବା ଫିଲ୍ମ କମେଡିଆନ ହେଉ ବା ଖଳନାୟକ ପିଣ୍ଟୁ ନନ୍ଦଙ୍କ ଅଭିନୟ ସବୁବେଳେ ଦର୍ଶକଙ୍କ ମନକୁ ବେସ ଛୁଇଁ ଥିଲା । ନିଜର ନିଆରା ଠାଣି ପାଇଁ ଚର୍ଚ୍ଚିତ ପିଣ୍ଟୁ ନନ୍ଦ ସବୁବେଳେ ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥାନ୍ତି । ହେଲେ ମାତ୍ର 45 ବର୍ଷ ବୟସରେ ଆଖି ବୁଜି ଦେଇଛନ୍ତି ପିଣ୍ଟୁ ନନ୍ଦ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ପିଣ୍ଟୁ ।
ପିଣ୍ଟୁଙ୍କ ପରଲୋକରେ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ପିଣ୍ଟୁ ନନ୍ଦ ଲିଭର ଶିରୋସିସ ରୋଗରେ ପୀଡିତ ଥିଲେ । ପ୍ରଥମେ ତାଙ୍କର ଚିକିତ୍ସା ଭୁବନେଶ୍ବରର କିମ୍ସ ହସ୍ପିଟାଲରେ ହେଉଥିଲା । ହେଲେ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ପିଣ୍ଟୁଙ୍କୁ ପରବର୍ତ୍ତୀ ସମୟରେ ଦିଲ୍ଲୀ ପଠା ଯାଇଥିଲା । ସେଠାରେ ତାଙ୍କୁ କେହି ଲିଭର ଡୋନର ମିଳିଲେ ନାହିଁ ତେଣୁ ତାଙ୍କୁ ହାଇଦ୍ରାବାଦର ଯଶୋଦା ମେଡିକାଲକୁ ତାଙ୍କୁ ସ୍ଥାନାନ୍ତରିତ କରା ଗଲା ।
ସେଠାରେ ଲିଭର ଡୋନର ଖୋଜା ଚାଲି ଥିଲା ଆଉ ପିଣ୍ଟୁଙ୍କ ଚିକିତ୍ସା ମଧ୍ୟ ଚାଲି ଥିଲା । ହେଲେ ଗତ କାଲି ରାତିରେ ପିଣ୍ଟୁ ସବୁ ଦିନ ପାଇଁ ଆଖି ବୁଝି ଦେଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।