ସେଦିନର ପୁରା ଘଟଣା ବଖାଣିଲେ Rahul ଙ୍କ ବାପା, କହିଲେ ସେଦିନ Rahul ବାରିକୁ ଯାଇଥିଲା, ଠିକ ସେତିକିବେଳେ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାହୁଲ ଙ୍କ ବାପା କହିଛନ୍ତି ଯେ ୧୨ ବର୍ଷ ର ପୁଅ ମୋର ରାହୁଲ ଆଜିକୁ ପ୍ରାଏ ୫ ଦିନ ହେବ ବୋରୱେଲ ରେ ଫସି ରହିଅଛି । ପ୍ରଶାସନ ରାହୁଲ କୁ ଉଦ୍ଧାର କରିବା ନିମନ୍ତେ ନିଜର ଚେଷ୍ଟା କରିଚାଲିଛନ୍ତି । ଏହି ଘଟଣା ୫ ଦିନ ପୂର୍ବ ର ଅଟେ ସକାଳ ଜଳଖିଆ ସାରି, ରାହୁଲ ବାରି ପଟକୁ ଖେଳିବାକୁ ଯାଇଥିଲା । ବାରି କୁ ଯାଇ ସେଠାରେ ସେ କ’ଣ କଲା କ’ଣ ନ କଲା ତାହା ଆମ୍ଭକୁ ଜଣା ନାହିଁ ।

ମାତ୍ର ପ୍ରଶାସନ ୫ ଦିନ ପୂର୍ବରୁ କହିଆସୁଛନ୍ତି ଯେ ନିକଟର ହୋଇଗଲୁଣି ୨ ଘଣ୍ଟା ଲାଗିବ ଏହିଭଳି କହି କହି ପ୍ରାୟ ୫ ଦିନ ହୋଇଗଲାଣି । କାମ ସଠିକ ପ୍ରଶାସନ ଙ୍କ ପକ୍ଷରୁ ଚାଲୁଅଛି । ଗ୍ରାମ ର ପଞ୍ଚ, ସରପଞ୍ଚ ସମସ୍ତେ ପ୍ରାଣପ୍ରଣେ ନିଜର କର୍ତବ୍ୟ ନିଭାଉଛନ୍ତି । ମାତ୍ର ଜିଲ୍ଲା ପ୍ରଶାସନ କହିଛନ୍ତି ଯେ ଆଉ କିଛି ସମୟ ବ୍ୟବଧାନ ରେ ରାହୁଲ ନିଶ୍ଚିତ ଭାବରେ ଉଦ୍ଧାର ହୋଇଯିବେ ।

ରାହୁଲ ଫସି ରହିଥିବା ସ୍ଥାନରେ ବଡ ବଡ ପଥର ରହିଥିବାରୁ ଉଦ୍ଧାରକାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଛି । ମାତ୍ର NDRF ଟିମ ନିଜର ଚେଷ୍ଟା ଚଳାଇଛନ୍ତି । ସମସ୍ତେ ପ୍ରାଏ ରାତି ଅନିଦ୍ରା ହୋଇ ଚାତକର ସହିତ ରାହୁଲ ଙ୍କୁ ସୁରକ୍ଷିତ ଉଦ୍ଧାର କରାଇବା ଲାଗି ଚେଷ୍ଟା ଚଳାଇଛନ୍ତି । ରାହୁଲ ଙ୍କୁ ଅକ୍ସିଜେନ ଯୋଗାଇବା ସହିତ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଅଛି ।

ସେଠାରେ ରାହୁଲ ଭୟଭୀତ ନ ହେବେ ବୋଲି ତାଙ୍କ ମା’ ବାପା ତଥା ରାହୁଲ ଙ୍କ ପରିବାର ସଦସ୍ୟ ନିୟମିତ ରାହୁଲ ଙ୍କ ସହିତ ଫୋନ ମଧ୍ୟମରେ କଥା ହେଉଛନ୍ତି । କିନ୍ତୁ ସୂଚନା ଅନୁଯାୟୀ ରାହୁଲ ଗତକାଲିଠାରୁ କିଛି ଖଇନାହିଁ । ପଥର ମଝିରେ ରାହୁଲ ଶୋଇପଡିଥିବାର ଦୃଶ୍ୟ ମନିଟର ରେ ଦେଖିବାକୁ ମିଳିଥିଲା । ମଝିରେ ମଝିରେ ରାହୁଲ ବ୍ୟସ୍ତ ହୋଇ କାନ୍ଦୁଛି ।

ଏହି ସମୟରେ ରାହୁଲ ଙ୍କୁ ଧର୍ଯ୍ୟ ଧରିବାକୁ ତାର ମା’ ଫୋନ ମାଧ୍ୟମରେ କହୁଛନ୍ତି । ତେବେ ସୂଚନା ଅନୁଯାୟୀ ଛତିଶଗଡ ର ଏହି ଅଞ୍ଚଳରେ ବହୁତ କଠିନ ପଥର ରହିଥିବାରୁ ଉଦ୍ଧାରକାର୍ଯ୍ୟ ରେ ବିଳମ୍ବ ହେଉଅଛି । ଡାକ୍ତରୀ ଟିମ ସମେତ ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *