‘ବାବା ରାହୁଲ…ମୁଁ ତୋ ମା’ କହୁଛି… ମୋ ଧନ ପରା ଧର୍ଯ୍ୟ ରଖ, ଖୁବ ଶୀଘ୍ର…’ ବାହୁନି କାନ୍ଦୁଛି ମା’, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ, ମା’ ମନ କିଭଳି ବା ସହିବ ? ବେଳେ ବେଳେ ମା’ ଧାଇଁ ଆସୁଛି ବୋରୱେଲ ପାଖକୁ ଆଉ ବୋରୱେଲ ର ଫୁଙ୍କା ରେ ମୁହଁ ଲଗାଇ ପୁଅ କୁ ସାହାସ ଦଉଛି । ରାହୁଲ ଙ୍କ ମା’ ରାହୁଲ ଙ୍କୁ କହୁଛନ୍ତି ବାବା ରାହୁଲ ଆଉ ତୋର କିଛି ହେବ ନାହିଁ । ଆମ୍ଭେ ଖୁବ ଶୀଘ୍ର ତତେ ଉପରକୁ ଆଣିବୁ । ତୁ ଟିକେ ବାବା ଧର୍ଯ୍ୟ ଧରେ । ପୁଣି କେତେବେଳେ ମା’ ଜଣକ ଧାଇଁ ଯାଇ NDRF ଟିମ କୁ ପଚାରୁଛନ୍ତି ଯେ ସାର ! ଆଉ କେତେ ସମୟ ଲାଗିବ ?

ପୁଣି ପୁଅ ପାଖକୁ ଧାଇଁ ଆସି କହୁଛନ୍ତି ବାବା ରାହୁଲ ଧର୍ଯ୍ୟଧର….ମୋ ଧନ ଧର୍ଯ୍ୟଧର ସବୁ ଠିକ ହୋଇଯିବ । ଆଉ ଅଳ୍ପ ସମୟ ପରେ ଆମ୍ଭେ ତତେ ଉପରକୁ ନେଇ ଆସିବୁ । ମା’ ମନ ଆଦୌ ବୋଲ ମାନୁ ନହିଁ । କେତେବେଳେ NDRF ତ ଆଉ କେତେବେଳେ ଜିଲ୍ଲାପାଳ, ଯାହାକୁ ଦେଖୁଛନ୍ତି ତାଙ୍କୁ ପଚାରୁଛନ୍ତି ଯେ ଆଉ କେତେ ସମୟ ଲାଗିବ । ୪୨ ଡିଗ୍ରୀ ତାପମାତ୍ରାରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଚାଲିଛି ।

ଯାହା ବର୍ତ୍ତମାନ ସୂଚନା ମିଳୁଛି ଯେ ସୁଡଙ୍ଗ ଭିତରକୁ NDRF ଟିମ ପଶି ସାରିଛନ୍ତି । ମାତ୍ର ବଡ ବଡ ପଥର ଖଣ୍ଡ ପାଇଁ ରାହୁଲ ପାଖକୁ ପହଞ୍ଚିବା ନିମନ୍ତେ NDRF ଟିମ କୁ କଷ୍ଟ ହେଉଛି ।ଯଦି ପଥର ଖଣ୍ଡ କୁ ଜୋର ରେ ଆଘାତ କରାଯାଏ ତେବେ ରାହୁଲ ପ୍ରତି ମଧ୍ୟ ବିପଦ ରହିଅଛି । ଏଭଳି ମଧ୍ୟ ହୋଇପାରେ ଯଦି ପଥର ଭାଙ୍ଗେ ତେବେ ଅତଡା ମଧ୍ୟ ଖସିପାରେ ।

ଏହି ସବୁ ଭୟ କୁ ସାମ୍ନା ରେ ରଖି ବେସ ସତର୍କତାର ସହିତ ଉଦ୍ଧାରକାର୍ଯ୍ୟ ଜାରି ରହିଅଛି । ଆଉ ଠିକ ଏତିକି ବେଳେ ମା’ ର ମନ ବୋଲ ମାନୁନାହିଁ । ବୋରୱେଲ ର ଫାଙ୍କ ରେ ମା’ କହୁଛି ଯେ ବାବା ରାହୁଲ ଆଉ ଟିକିଏ ଧର୍ଯ୍ୟ ଧର । ମା’ ଏହିଭଳି ଭାବରେ ରାହୁଲ କୁ ସାହାସା ଦେଉଥିବା ବେଳେ ରାହୁଲ କୁ କିଭଳି ସତର୍କତାର ସହିତ ବାହାରକୁ ଉଦ୍ଧାର କରାଯିବ ସେ ନେଇ ଗୁରୁତ୍ଵ ମଧ୍ୟ ଦିଆଯାଉଅଛି ।

ବୋରୱେଲ ଭିତରୁ ବାହାରିବା ମାତ୍ରେ ତାକୁ ତୁରନ୍ତ ଆମ୍ବୁଲାନ୍ସ ଦ୍ଵାରା ହସ୍ପିଟାଲ କୁ ନିଆଯିବ ବୋଲି ବ୍ୟବସ୍ଥା ମଧ୍ୟ ହୋଇ ସାରିଛି । ତେବେ ସମସ୍ତଙ୍କର ସେହି ଗୋଟିଏ ଅପେକ୍ଷା ଯେ ବୋରୱେଲ ଭିତରୁ କେତେବେଳେ ବାହାରିବ ରାହୁଲ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *