ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ କଳାକାର ଦର୍ଶକ ମାନଙ୍କ ମନୋରଞ୍ଜନ କରିବା ପାଇଁ ନିଜ ଘର ପରିବାର ଠାରୁ ଦୂରରେ ରହି ବହୁତ କଷ୍ଟ କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ପୂଜା ପଣ୍ଡା । ସେ ଯାତ୍ରା ଡ୍ୟାନ୍ସର, ଆଙ୍କର ଓ ଅଭିନେତ୍ରୀ ଅଟନ୍ତି । ପୂଜାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ପୂଜାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓରେ ପୂଜା ନିଜ ପର୍ଶନାଲ ଲାଇଫ ବିଷୟରେ କହିଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଭିଡିଓରେ ପୂଜା କହୁଛନ୍ତି-‘ମୁଁ ଆଗରୁ ଡ୍ୟାନ୍ସର ଥିଲି ତୁଲସୀ ଗଣନାଟ୍ୟରେ । ଏହା ପରେ ମୁଁ କୋଣାର୍କ ଗଣନାଟ୍ୟରେ କାମ କରିଲି । ଯାତ୍ରା ପାର୍ଟିରେ ମୋର ୮ ବର୍ଷ ହେଇଗଲାଣି । ମୋର ଡ୍ୟାନ୍ସ ବହୁତ ଭଲ ହୁଏ । ଲୋକମାନେ ବାହାରେ ପଇସା ଦେଇ ଡ୍ୟାନ୍ସ ଶିଖନ୍ତି ହେଲେ ଆମେ ଡ୍ୟାନ୍ସ କରି ପଇସା ନେଉ । ଆମ ଅନୁଷ୍ଠାନରେ ସମସ୍ତ ପରିବାରର ମନୋରଞ୍ଜନ ହେବ’ ।
ଆଗକୁ ସେ କହିଛନ୍ତି-‘ଆମର ବ୍ରାହ୍ମଣ ପରିବାର ହେଲେ ଛୋଟ ବେଳୁ ନାଚିବାର ବହୁତ ଇଛା ଥିଲା ପରିବାର ଲୋକ ଛାଡୁ ନଥିଲେ । ପ୍ଲସ ୨ ପଢିବା ପରେ ଆମ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ ହେଇଗଲା ଆଉ ଯାତ୍ରା ଦୁନିଆକୁ ଦେଖିଲେ ମୋର ଲୋଭ ଆସିଲା । ସେତେବେଳେ ମୁଁ ଯାତ୍ରା ଜଗତରେ ପାଦ ଦେଲି ।
ମୁଁ ବାହା ହେଇଛି ହେଲେ ଏବେ ମୋ ସ୍ଵାମୀ ମୋ ପାଖରେ ନାହାନ୍ତି । ମୁଁ ପ୍ରେମ ବିବାହ କରିଥିଲି ହେଲେ ବାପା ମାଙ୍କର ଇଛା ନଥିଲା ଆଉ ମୋ ଶାଶୁ ଶଶୁର ବି ଭଲ ନଥିଲେ ସେମାନେ ମେଡ଼ିସିନ ଦେଉ ନଥିଲେ ମୁ ପ୍ରେଗନେଣ୍ଟ ଥିବା ସମୟରେ’ । ଆଗକୁ ସେ କହିଛନ୍ତି-‘ମୋର ଗୋଟେ ଝିଅ ଜନ୍ମ ହେଲା ଆଉ ମୋ ସ୍ଵାମୀ ମୋ ଘରକୁ ଆସିଲେ ଓ କହିଲେ ଭଲ ହେବ ଆମେ ଅଲଗା ରହିଯିବୁ ।
କରୋନା ସମୟରେ ପଇସା ନଥିଲା ମୋ ସ୍ଵାମୀ ମୋତେ ଗୋଟେ ଜାଗାକୁ ନେଇ ଗଲେ ସେଠି ଛୋଟ ଛୋଟ ଡ୍ରେସ ପିନ୍ଧି ଝିଅ ମାନେ ନାଚୁ ଥିଲେ ସେ କହିଲେ ନାଚିବା ପାଇଁ ହେଲେ ସେ ଜାଗା ମୋତେ ଠିକ ଲାଗିଲା ନାହିଁ ତେଣୁ ମୁଁ ପଳେଇ ଆସିଲି । ଏବେ ଛାଡପତ୍ର ହୋଇଯାଇଛି ହେଲେ ମୁଁ ମୋ ଝିଅ ସହ ବହୁତ ଖୁସିରେ ଅଛି’ ।