କମୁଛି ବଳ ଆଉ ନେଉନି ଖାଦ୍ୟ, 80 ଫୁଟ ଗାତ ଭିତରେ କେମିତି ଅଛି ରାହୁଲ, ଦେଖିଲେ ଥରି ଉଠିବ ଛାତି, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୮୦ ଫୁଟ ର ଗାତ ଭିତରେ ବିତୁଛି ଦିନ ପରେ ଦିନ ରାତି ପରେ ରାତି । ଶୁକ୍ରବାର ଠାରୁ ସୋମବାର ଯେତିକି ଆଶା ସେତିକି ଆଶଙ୍କା । ଅବଶ ରାହୁଲ ର କମୁଛି ବଳ ଆଉ ନେଉନି ଖାଦ୍ୟ । ୧୦ ବର୍ଷ ର ପୁଅ ରାହୁଲ କେତେବେଳେ ହେବ ଉଦ୍ଧାର । ପାଣି ଭିତରେ କେମିତି ଅବସ୍ଥାରେ ଅଛି ଏହି ମାନସିକ ଅନଗ୍ରସର ଶିଶୁ । କେବେ ସରିବ ଅପରେସନ ରାହୁଲ । ତିନି ଦିନ ପୁରି ଗଲାଣି ।

ଗଭୀର ଗାତ ଭିତରେ କେମିତି ଅଛି ରାହୁଲ । ସିସିଟିଭି ର ଏହି ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠୁଛି । ସୂଚନାଯୋଗ୍ୟ ଧୀରେଧୀରେ ରାହୁଲ ର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଲାଣି । ଗାତ ଭିତରେ ରହିଥିବା ର ୭୨ ଘଣ୍ଟା ବିତି ଯାଇ ଥିବାରୁ ରାହୁଲ ର ବେକ ରୁ ପାଦ ପର୍ଯ୍ୟନ୍ତ ଚେତା ବୁଡ଼ି ଗଲାଣି । ବଳ ମଧ୍ୟ ଆଉ ନାହିଁ । ସକାଳେ ମାତ୍ର ଦୁଇଟି କଦଳୀ ହିଁ ଖାଇଛି ରାହୁଲ । ପିଲାଟି ଅନ୍ୟ କୌଣସି ଖାଦ୍ୟ ଛୁଉଁ ନାହିଁ ବୋଲି କୁହା ଯାଉଛି ।

ପିଲା ଟି ର ଶରୀର କିଛି ବି ଖାଦ୍ୟ ଗ୍ରହଣ କରିବାରେ ଅସମର୍ଥ ହୋଇ ପଡ଼ିଛି । ଗାତ ଭିତରୁ କେତେବେଳେ ବାହାରିବ ୧୦ ବର୍ଷ ର ଛୁଆ ରାହୁଲ ସାହୁ ତାହା କେହିବି ସ୍ପଷ୍ଟ କରିପାରୁ ନାହାନ୍ତି ତଥା କେହିବି ସୁନିଶ୍ଚିତ ମଧ୍ୟ ନାହାନ୍ତି । ନିଜର ପୁଅ କୁ ଏଭଳି ଅବସ୍ଥାରେ ଦେଖି ବାପା ମାଆ କେବଳ ଲୁହ ଗଡ଼ାଇବା ଛଡ଼ା ଉପାୟ ଶୂନ୍ୟ ହୋଇ ପଡ଼ିଛନ୍ତି । ୮୦ ଫୁଟ ର ଗାତ ଖୋଲିବା ପରେ ଏବେ ଚାଲିଛି ସୁଡ଼ଙ୍ଗ ଖୋଳା ।

ଏହା ଅତି ସତର୍କତା ର ସହିତ ଖୋଳା ଯାଉଛି । କାରଣ ଏଥିରେ ମାଟି ଖସିବାର ମଧ୍ୟ ସମ୍ଭାବନା ରହିଛି । ଏପଟେ ରାହୁଲ ର ଅବସ୍ଥା କୁ ଦେଖି ରାହୁଲ କୁ କାଢ଼ିବାରେ ସମ୍ପୂର୍ଣ୍ଣ ଟିମ୍ ଆହୁରି ପ୍ରୟାସ ଜାରି କରିଛନ୍ତି । ଏହି ଖବର ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ ଲୋକମାନେ କୁନି ପିଲାଟି ଶୀଘ୍ର ଗାତ ଭିତରୁ ବାହାରି ଆସୁ ବୋଲି କାମନା ମଧ୍ୟ କରିଛନ୍ତି ।

ତେବେ ୧୦ ବର୍ଷ ର କୁନି ପିଲା ଟି କେବେ ୮୦ ଫୁଟ ର ଗାତ ଭିତରୁ ସୁରକ୍ଷିତ ଭାବରେ ବାହାରି ଯିବ ତାହା ହିଁ ଅପେକ୍ଷା ର ବିଷୟ ରହିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *