ରାହୁଲ ପାଇଁ ଶେଷ ୩ ଫୁଟ ପଥର ଖୋଳା ବାକି, ୮୦ ଫୁଟ ତଳେ ବଢୁଛି ଜଳସ୍ଥର ଆଉ ରହୁଛି ବିଷାକ୍ତ ସାପ ଭୟ ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାହୁଲ ଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସିଛନ୍ତି ଗ୍ରାମବାସୀ । ପ୍ରତ୍ୟେକ ବ୍ୟକ୍ତି ଏବେ ଗୋଟିଏ ହିଁ ଲକ୍ଷ ରେ ଅଛନ୍ତି ରାହୁଲ ଙ୍କୁ କିଭଳି ବଞ୍ଚାଇବେ । ସେଥିପାଇଁ ଜଳସ୍ତର କୁ କମ କରିବା ପାଇଁ ଏବେ ସମସ୍ତେ ବୋରୱେଲ ରୁ ଅଧିକ ରୁ ଅଧିକ ପାଣି ବାହାର କରୁଛନ୍ତି । ଯେଉଁଥିପାଇଁ ଧନ୍ୟବାଦ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ରାହୁଲ କୁ ଶୀଘ୍ର ଗାତ ରୁ ବାହାର କରିବା ନିମନ୍ତେ ସେଥିରୁ ପାଣି ପମ୍ପ ସାହାଯ୍ୟ ରେ ପାଣି ବାହାର କରୁଛନ୍ତି ସମ୍ପୂର୍ଣ୍ଣ ଟିମ୍ ।

ଏହା ସହିତ ଗାତ ଭିତରେ ସାପ ଥିବାର ଡର ମଧ୍ୟ ରହିଛି ଯାହାକି ରାହୁଲ ଙ୍କୁ କାମୁଡ଼ି ପାରେ । ଏହି ସବୁ କୁ ନଜର ରେ ରଖି ରାହୁଲ କୁ କିପରି ଶୀଘ୍ର ବାହ୍ୟ କରାଯିବ ସେଥିପାଇଁ ରୋଡ଼ ମ୍ୟାପ ତିଆରି କରୁଛନ୍ତି ଛତିଶଗଡ଼ ସରକାର ଓ ସମ୍ପୂର୍ଣ୍ଣ ଟିମ୍ । ରାହୁଲ ଙ୍କ ଠାରୁ ଆଉ ମାତ୍ର ୩ ଫୁଟ ଦୂରରେ ରହିଛନ୍ତି ଉଦ୍ଧାରକାରୀ ଦଳ । ଏହି ୩ ଫୁଟ ର ରାସ୍ତା ରେ ଏଭଳି ଏକ କଠିନ ପଥର ରହିଛି ଯାହା ସହଜରେ ଭାଙ୍ଗୁ ନାହିଁ ।

କିଛି ପଦକ୍ଷେପ ନେବାରେ ଚିନ୍ତା କରୁଛନ୍ତି ସମ୍ପୂର୍ଣ୍ଣ ଦଳ । ଅନ୍ୟ ପଟେ ସମଗ୍ର ଅଞ୍ଚଳରେ ବଢ଼ି ଯାଇଛି ଜଳସ୍ତର । ଜଳସ୍ତର ବଢ଼ିବା ପରେ ଚିନ୍ତା ର ବିଷୟ ଏହା ଯେ, ରାହୁଲ ଜଳ ରେ ବୁଡ଼ି ଯାଇପାରେ । ଏଭଳି ସ୍ଥିତି ବର୍ତ୍ତମାନ ସୃଷ୍ଟି ହୋଇଛି ଯାହାକି ଚିନ୍ତା ବଢ଼ାଇଛି ବିଶେଷଜ୍ଞ ମାନଙ୍କର । ତେବେ ଏଭଳି ମୁହୂର୍ତ୍ତରେ ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ରାହୁଲ ଙ୍କୁ ବଞ୍ଚାଇବା ପାଇଁ ଅପରେସନ ଏବେ ଏଭଳି ସ୍ଥିତିରେ ପହଁଚିଛି ଯାହାଦ୍ୱାରା କିଛିବି ହୋଇପାରେ ।

ଏହା ସହିତ ମଧ୍ୟ କହିଛନ୍ତି ଯେ, ଜଳସ୍ତର କମାଇବା ପାଇଁ ଲୋକମାନେ ଟିଉବେଲ ସାହାଯ୍ୟ ରେ ପାଣି ବାହାର କରୁଛନ୍ତି । ତେବେ ପ୍ରାୟ ୮୦ ଘଣ୍ଟା ଧରି ରାହୁଲ ଙ୍କୁ ବାହାର କରିବାର ପ୍ରୟାସ ଚାଲିଛି । ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ରୁ ମଧ୍ୟ ଟିମ ଆସିଛି ରାହୁଲ ଙ୍କୁ ଉଦ୍ଧାର କରିବା ପାଇଁ । ତେବେ ଏହି ୩ ଫୁଟ ର ପାର୍ଥକ୍ୟ କୁ କିଭଳି ଦୂର କରାଯିବ ତାହା ଏବେ ଚିନ୍ତା ର ବିଷୟ ସାଜିଛି । ଆଉ ଗୋଟିଏ କଥା ମଧ୍ୟ କୁହାଯାଉଛି ଯେ, ଯେହେତୁ ଏହି ଅଞ୍ଚଳ ଟି ପଥୁରିଆ ଅଟେ ତେଣୁ ଏଠାରେ ବିଷାକ୍ତ ସାପ ଙ୍କ ଚଳ ପ୍ରଚଳ ରହିଛି ।

ତେବେ ବିଷାକ୍ତ ସାପ ଏବଂ ଅନ୍ୟ ଜୀବ ମାନେ କିଭଳି ରାହୁଲ ଙ୍କୁ କ୍ଷତି ନ ପହଁଚାନ୍ତି ସେଥିପାଇଁ ଆଣ୍ଟିବେନମ ଟିମ୍ ଓ ଡାକ୍ତର ଙ୍କୁ ସେଠାରେ ନିଯୁକ୍ତ କରାଯାଇଛି । ତେବେ କେଵଳ ଏତିକି ପ୍ରାର୍ଥନା ଯେ, ରାହୁଲ ଶୀଘ୍ର ଗଭୀର ଗାତ ଭିତରୁ ବାହାରକୁ ଆସିଯାଉ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *