ଦର୍ଶକ ବନ୍ଧୁ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ସେହି ଭିଡିଓରେ ଜୋସ୍ନା ନାମକ ଜଣେ କୁନି ଝିଅ ହାତ ଯୋଡି ଅନୁରୋଧ କରି କହି ଥିଲା ମୋର ଗୋଡ ଭଲ କରିଦିଅ ଦୁଇଟି ଯାକ ଗୋଡ ମୋର ବଙ୍କା ହେଇ ଯାଇଛି ମୁଁ ସ୍କୁଲ ଯାଇ ପାରୁନି । ତେବେ ସୋସିଆଲ ମିଡିଆରେ ଏ ଭିଡିଓ ଭାଇରାଲ ହେବା ପରେ ଜୋସ୍ନାଙ୍କୁ ସାହାର୍ଯ୍ୟ କରିବାକୁ ଆସିଛନ୍ତି ଓଡିଆ ଅଭିନେତା ସମ୍ବିତ ଆଚାର୍ଯ୍ୟ ।
ହଁ ଆଜ୍ଞା ସମ୍ବିତ ଆଚାର୍ଯ୍ୟ ଗାଡି ପଠେଇ ଛନ୍ତି ଆଉ ଜୋସ୍ନା ଭୁବନେଶ୍ଵର ଯାଇ ସୁସ୍ଥ ହୋଇ ଫେରିବେ । ତେବେ ଦେଖି ପାରୁଥିବେ ଜୋସ୍ନା କେତେ ଖୁସି ଅଛନ୍ତି । ସେଦିନ ସ୍କୁଲ ଯିବାକୁ ବାହାରି ଥିଲେ ଝିଅ ଜୋସ୍ନା ହେଲେ ବାଟରେ ଯିବା ବେଳେ ସେ ହଠାତ ଝୁଣ୍ଟି ପଡି ଥିଲେ ।
ଆଉ ତାଙ୍କ ଗୋଡଟି ସଂପୂର୍ଣ୍ଣ ଭାବେ ବଙ୍କା ହେଇ ଯାଇଥିଲା ଆଉ କିଛି ଦିନ ପରେ ଆଉ ଗୋଟେ ଗୋଡ ମଧ୍ୟ ସେମିତି ବଙ୍କା ହେଇ ଗଲା ଦୁଇଟି ଯାକ ଗୋଡ ବଙ୍କା ହେଇ ଯାଇଥିଲା । ଆଉ ଜୋସ୍ନା ଘରେ ବସି ନିଜ ଗୋଡକୁ ଦେଖି ସବୁଦିନ କାନ୍ଦୁ ଥିଲେ । ଆଉ ବାପା-ମାଆଙ୍କୁ ସେ କହୁଥିଲେ ମୋ ଗୋଡ ଠିକ କରିଦିଅ ମୁଁ ଚାଲିବାକୁ ଚାହୁଁଛି ଏବଂ ସ୍କୁଲ ଯିବାକୁ ଚାହୁଁଛି ।
କିନ୍ତୁ ବାପା-ମାଆ କିଛି କରିପାରୁ ନଥିଲେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚାରି ଗାଁ ପଞ୍ଚାୟତ ଇଟୁଆ ଗାଁର ସୁଜିତ ପଣ୍ଡାଙ୍କ ଝିଅ ହେଉଛନ୍ତି ଜୋସ୍ନା ଯାହାଙ୍କୁ ବୟସ 11 ବର୍ଷ ହେବ ମାତ୍ର । ଜୋସ୍ନା ପିଲା ଦିନରୁ ଭଲ ପାଠ ପଢିବା ସହିତ ଆଗକୁ ଆହୁରି ଭଲ ପାଠ ପଢିବା ପାଇଁ ଆଗ୍ରହ ରଖିଥିଲେ । ହେଲେ କଣ ହେବ ଏ ସ୍ଵପ୍ନ ତାଙ୍କର ଅଧୁରା ରହି ଗଲା ବଡ ହୋଇ ଡାକ୍ତର ହେବେ କହି ଥିଲେ ।
ଚାରି ବର୍ଷ ତଳେ ଏଭଳି ଦୁଇଟି ଗୋଡ ଭାଙ୍ଗି ଗଲା । ବିଛଣାରେ ପଡିବା ସହ ବହୁତ କଷ୍ଟ ସହୁ ଥିଲେ ଜୋସ୍ନା । ହେଲେ ଜୋସ୍ନାଙ୍କୁ ଏବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଓଡିଆ ଅଭିନେତା ସମ୍ବିତ ଆଚାର୍ଯ୍ୟ ତାଙ୍କୁ ସାହାର୍ଯ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।