ଦିବ୍ୟଶଙ୍କର ଆଉ ପ୍ରିୟଙ୍କାଙ୍କ ସରିଲା ବାହାଘର ? ଏଥର ହନିମୁନ୍ କୋଉଠି ?

ବାହାଘର ସରିଲା । ଦିବ୍ୟଶଂଙ୍କର ଆଉ ପ୍ରିୟଙ୍କା ଏବେ ଗୋଟାଏ ହାସ୍ ଟ୍ୟାଗ୍‌ରେ ବନ୍ଧା ପଡିଲେ । ଏହି ସେଲିବ୍ରିଟି କପଲଙ୍କୁ ଆପଣ ଦିବ୍ୟଙ୍କା ବୋଲି କହିଲେ କିଛି ଭୁଲ ହେବନି । ଆଉ ଏବେ ଆପଣଙ୍କୁ ଜାଣିବାକୁ ଭାରି ଇଛା ହେଉଥିବ ଯେ ସେମାନଙ୍କ ପରବର୍ତ୍ତୀ ପ୍ଲାନିଂ କଣ । ଦିବ୍ୟ ଶଙ୍କର ଦ୍ଵିତୀୟ ଥର ବାହା ହେଲେ ଅର୍ଥାତ ପ୍ରଥମ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପରେ ସୁନ୍ଦରୀ ପ୍ରେମିକାଙ୍କୁ ପତ୍ନୀ ରୂପେ ପାଇଲେ । କେହି କେହି ତାଙ୍କ ଯୋଡିକୁ ଦେଖି ଈର୍ଷା ବି କରୁଥିବେ ।

ଏଥର ହାତ ଗଣ୍ଠି ବେସ ଟାଇଟ ବୋଲି ବି ଚର୍ଚ୍ଚା ହେଉଛି । ସେଥିପାଇଁ ତ ବାହାଘର ସରୁ ସରୁ ଜଗା ଦର୍ଶନ କରିଛନ୍ତି ଦମ୍ପତ୍ତି । ସବୁ ଓଡିଆଙ୍କ ଭଳି ପ୍ରେମର ନୂଆ ଇନିଙ୍ଗ୍ସ ଆରମ୍ଭ କରିବା ପୂର୍ବରୁ ଶିକ୍ଷତ୍ରରେ ପାଦ ପକାଇ ଛନ୍ତି । ହେଲେ ଆପଣ ଭାବୁଥିବେ ସବୁ ଷ୍ଟେଟମେଣ୍ଟ ଏମିତି ତରବାରିଆ କରୁ କରୁ ହନିମୁନ ବିଳମ୍ବ ହେଇଯିବନି ତ । ଜମା ନୁହେଁ ଆଜ୍ଞା ଦିବ୍ୟ ଶଙ୍କର ବାବୁ ଭାରି ରୋମାଣ୍ଟିକ ମିଜାଜର ମଣିଷ ।

କଲେଜ ଫଙ୍କସନରେ ପାଦ ଦେଲେ ଯାହାଙ୍କୁ ୟଙ୍ଗ ୟଙ୍ଗ ଫିଲ ହୁଏ ସିଏ ପୁଣି ହନିମୁନ ଡେରି କରିବେ । ଆପଣ ଏମିତି ଭାବି ବି କେମିତି ପାରୁଛନ୍ତି ଆମେ କହିବୁ ଏମିତି ଆଦୌ ନୁହେଁ । ଏବେ ଚର୍ଚ୍ଚା ହେଉଛି ଦିବ୍ୟ ଶଙ୍କର କୁଆଡେ ଗରମ ଦିନରେ ଥଣ୍ଡା ମୌଷମରେ ହନିମୁନ କରିବେ । ତାଙ୍କର ହନିମୁନ ପଏଣ୍ଟ ଦେଶ ଭିତରେ ହେଇପାରେ ଆଉ ଦେଶ ବାହାରେ ବି ହେଇପାରେ ।

ଚର୍ଚା ହେଉଛି ଦେଶ ଭିତରେ ଉଟି, ଶିଲଙ୍ଗ ନହଲେ ଧର୍ମଶାଳାରେ ହନିମୁନ କରି ପାରନ୍ତି ଦିବ୍ୟ ଶଙ୍କର ଏବଂ ପ୍ରିୟାଙ୍କା । ଆଉ ତାଙ୍କ ପାଇଁ ସବୁଠାରୁ ମଉଜିଆ ହନିମୁନ ଜାଗା ହେଉଛି ତାଇବାନ ହିଲ୍ସ ଷ୍ଟେସନ ଯେଉଁଠି ଆଡଭେଞ୍ଚର ରାଇଡର ମଜା ନେବେ ଉଭୟ ଦିବ୍ୟ ଶଙ୍କର ଏବଂ ପ୍ରିୟଙ୍କା ।

ଯେତେ ହେଲେ ବି ଦିବ୍ୟ ବାବୁ କାପ୍ଟେନ ତେଣୁ ଗାଡିରେ ବସି ଉଡେଇ ନ ନେଲେ ପ୍ରିୟଙ୍କା କଣ କହିବେ । ଦର୍ଶକ ବନ୍ଧୁ ଚର୍ଚ୍ଚା ହେଉଥିବା କଥାକୁ ଆଦୌ ଇଗନୋର କରିବା କଥା ନୁହେଁ । ତେଣୁ ଏ କଥାକୁ ବି ଆମକୁ ଅଳ୍ପ ବହୁତ ବିଶ୍ଵାସ କରିବାକୁ ପଡିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *