‘ଆକାଶ ଭଳି ସ୍ଵାମୀ ପାଇଛି ଆଉ କଣ ଦରକାର, ମୁଁ ଶାଶୁ ଘରେ ଅଏସ କରିବି, କାରଣ ମୋ ସ୍ଵାମୀ…’: Lipsa Mishra

ଦର୍ଶକ ବନ୍ଧୁ ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଗତ କାଲି ଅତି ଧୁମଧାମର ସହ ତାଙ୍କର ବିବାହ ହୋଇଥିଲା ଏବଂ ଏହି ବିବାହରେ ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ । ତେବେ ଲିପ୍ସା ନିଜର ପୁରୁଷ ବନ୍ଧୁ ଆକାଶଙ୍କ ସହ ପ୍ରେମ ବିବାହ କରିଛନ୍ତି । ଉଭୟ ଲିପ୍ସା ଏବଂ ଆକାଶ ଅନେକ ସମୟ ଧରି ଲଭ ରିଲେସନରେ ରହିବା ପରେ ଗତ କାଲି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଏହି ବିବାହରେ ଉଭୟ ଲିପ୍ସା ଏବଂ ଆକାଶ ବହୁତ ଅଧିକ ଖୁସି ଅଛନ୍ତି । ଆଉ ଏହାରି ମଧ୍ୟରେ ଲିପ୍ସା ଗଣମାଧ୍ୟମ ସାମ୍ନାକୁ ଆସି ନିଜ ସ୍ଵାମୀ ଆକାଶଙ୍କ ବିଷୟରେ କିଛି ବିଶେଷ କଥା କହିଛନ୍ତି ଯାହା ଜାଣିଲେ ଆପଣ ମାନେ ବହୁତ ଖୁସି ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଲିପ୍ସା ଗଣମାଧ୍ୟମ ଆଗରେ କହିଛନ୍ତି-‘ତାଙ୍କର ନେଚର ମୋ ଠାରୁ ବହୁତ ଭଲ । ସେ ବହୁତ ଭଲ ମୁଁ ନିଜକୁ ଲକି ଫିଲ କରିବି ସେ ମୋ ଲାଇଫରେ ଆସିଲେ ଆଉ ଆଜି ଆମ ବାହାଘର । ରିଲ ଲାଇଫରେ ମୁଁ ବହୁତ ବାହାଘର ସିନ୍ କରିଛି କିନ୍ତୁ ରିଅଲ ଲାଇଫରେ ବାହା ହେବାର ଗୋଟେ ଚାର୍ମ ଅଲଗା । ହଳଦୀ, ମେହେନ୍ଦି ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ବହୁତ ମନେ ପଡିବ ।

ଆଉ ନିଜ ଘରକୁ ଛାଡି ଆସିବାର ଫିଲିଙ୍ଗ ପୁରା ଅଲଗା । ଭଲ ଲାଗୁଛି ନିଜ ଘରକୁ ଛାଡି ଯାଉଛି ସେଥିପାଇଁ ଦୁଃଖ ଲାଗୁଛି ହେଲେ ବି ଖୁସି ଲାଗୁଛି କାରଣ ମୁଁ ଗୋଟେ ବହୁତ ଭଲ ପରିବାର ପାଇଛି । ମୋର ଶାଶୁ ଘର ଲୋକ ବହୁତ ଭଲ । ମୁଁ ଜାଣିଛି ସେମାନେ ମୋତେ ବହୁତ ଖୁସି ଦେବେ ଆଉ ବହୁତ ଭଲ ପାଇବା ଦେବେ । ମୁଁ ଧନ୍ୟବାଦ ଦେଉଛି ଆପଣ ମାନେ ଆସିଥିବାରୁ ।

ଆପଣ ମାନେ ଏମିତି ଭଲ ପାଇବା ସବୁବେଳେ ମତେ ଦେଉଥାନ୍ତୁ’ । ବନ୍ଧୁଗଣ ଲିପ୍ସା ନିଜ ବିବାହରେ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧି ବହୁତ ସୁନ୍ଦର ନଜର ଆସୁଛନ୍ତି । ତାଙ୍କର ଲେହେଙ୍ଗାକୁ ନେଇ ଚର୍ଚ୍ଚା ଏବେ ବି ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *