ମୁଁ ସୁନ୍ଦର ଥିଲି ବୋଲି ମୋତେ ମାରିଦେଲେ, ସିନିୟର ଡାକ୍ତର ମାନେ ଜାଣି ଶୁଣି ମୋତେ ନାଇଟ ଡିୟୁଟି ଦେଇ ମୋ ସହ…

ମୁଁ ସୁନ୍ଦର ଥିଲି ବୋଲୋ ମୋତେ ଆଜି ମାରିଦେଲେ । ମୋତେ ରାତି ଡିୟୁଟି ପକାଇ ହଇରାଣ କରୁଥିଲେ । ସିନିୟର ଡାକ୍ତର ମାନେ ମୋତେ ବହୁତ କଷ୍ଟ ଦେଉଥିଲେ । ବାପା ମୁଁ ତମ ସୁନା ଝିଅ ମୋତେ କ୍ଷମା କରିଦେବ ମୁଁ ତମର ଆଶା ପୂରଣ କରିପାରିଲି ନାହିଁ । ମୋତେ ସିନିୟର ଡାକ୍ତର ମାନେ ଭଲ ଡାକ୍ତର ଟିଏ କରେଇ ଦେଲେ ନାହିଁ । ଏମିତି କିଛି ଭାବନାକୁ ସାଙ୍ଗରେ ନେଇ ଆଜି ଏ ଦୁନିଆ ଛାଡି ଚାଲି ଯାଇଛନ୍ତି ଜଣେ ଡାକ୍ତର ଛାତ୍ରୀ ।

ଯେଉଁଥି ପାଇଁ ଆଜି ଘର ଖାଲି କାନ୍ଦ ବୋବାଳିରେ ଫାଟି ପଡୁଛି । ଆମ ଝିଅକୁ ମାରିଦେଲେ ବୋଲି କହୁଛନ୍ତି ପରିବାର ଲୋକେ । ହଁ ଦର୍ଶକ ବନ୍ଧୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଏମଜିଏମ ମେଡିକାଲ କଲେଜରେ । ଖବର ମୁତାବିକ ଭଲ ଡାକ୍ତର ଟିଏ ହେବା ପାଇଁ ପ୍ରୀତି ଧାରାବତ ଏମଜିଏମ କଲେଜରେ ଡାକ୍ତରୀ ପାଠ ପଢୁଥିଲେ । ହେଲେ ତାଙ୍କ ଉପରେ ସିନିୟର ଛାତ୍ର ମାନଙ୍କର ଆଖି ପଡି ଥିଲା ।

ସିନିୟର ଛାତ୍ର ମାନେ ବାରମ୍ବାର ପ୍ରୀତିଙ୍କୁ ହଇରାଣ କରୁଥିଲେ । ରାତିରେ ଡିୟୁଟି ପକେଇବା ସହ ତାଙ୍କ ସହ ଖରାପ କାମ କରିବାକୁ ଚେଷ୍ଟା କରୁଥିଲେ । ଏ କଥା କାହାକୁ କହିଲେ ଫେଲ କରେଇ ଦେବେ ବୋଲି ଧମକ ଦେଉଥିଲେ ସିନିୟର ଡାକ୍ତର ଛାତ୍ର ମାନେ । ଯାହାକୁ ନେଇ ଏ ଦୁନିଆ ଛାଡି ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ ପ୍ରୀତି ।

ଚାରି ଦିନ ପୂର୍ବରୁ ଏମଜିଏମ କଲେଜରେ ରାତି ସିଫ୍ଟରେ କାମ କରିବା ବେଳେ ବେହୋସ ହୋଇ ଯାଇଥିଲେ ଯାହା ପରେ ତାଙ୍କୁ ତୁରନ୍ତ ହାଇଦ୍ରାବାଦ ଡାକ୍ତର ଖାନା ଅଣା ଯାଇଥିଲା । ତେବେ ଗତ ରବିବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି । ସେପଟେ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ମୁତାବିକ ପୋଷ୍ଟ ଗ୍ରାଜୁଏଟ ଦ୍ଵିତୀୟ ବର୍ଷର ଛାତ୍ର ମହମ୍ମଦ ଅଲିଙ୍କୁ ପୋଲିସ ଗିରଫ କରିଛି ।

ପୀଡ଼ିତାଙ୍କ ମୋବାଇଲ ୱ୍ହାଟସପ୍ ଚାଟରୁ ଜଣା ପଡିଥିଲା କି ସିନିୟର ଛାତ୍ର ମାନେ ତାଙ୍କୁ ବହୁତ ହଇରାଣ କରୁଥିଲେ । ତେବେ ବର୍ତ୍ତମାନ ଅନ୍ୟ ସିନିୟର ଛାତ୍ର ମାନଙ୍କୁ ଖୋଜୁଛି ପୋଲିସ । ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *