+2 ବିଜ୍ଞାନରେ 87 % ମାର୍କ ରଖି ମାର୍କ କମିଯାଇଥିବାରୁ ଏପରି କିଛି ପଦକ୍ଷେପ ନେଇଗଲେ ଛାତ୍ରୀ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୮୭ % ମାର୍କ ଥାଇ ସତ୍ବେ ପ୍ରାଣ ହାରିବାକୁ ଉଦ୍ୟମ କରିଲେ ଛାତ୍ରୀ ! ତେବେ ଖବର ମୁତାବିକ କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଛାତ୍ରୀ ଚଳିତ ବର୍ଷ +୨ ପରୀକ୍ଷା ଦେଇଥିଲେ । ତେବେ ଗତକାଲି +୨ ରେଜଲ୍ଟ ପ୍ରକାଶ ପାଇଛି । ତାପରେ ୮୭ % ମାର୍କ ଥାଇ ମଧ୍ୟ ଆଶାନୁୟାଯୀ କମ୍ ମାର୍କ ରହିଥିବାର ଛାତ୍ରୀ ଜଣଙ୍କ ନିଜର ଜୀବନ ହାରିଦେବାକୁ ଚେଷ୍ଟା କରିଥିଲେ। ତେବେ ଛାତ୍ରୀ ଜଣଙ୍କ ଏକ ଘରୋଇ କଲେଜର +୨ ର ବିଜ୍ଞାନର ଛାତ୍ରୀ ଥିଲେ ।

ହେଲେ ନିଜର ଆଶା ଅନୁସାରେ ମାର୍କ କମ୍ ରହିଥିବାରୁ ନିଜର ମାନସିକ ଭାରସାମ୍ୟ ହରାଇ ବସି ବ୍ରାହ୍ମଣୀ ନଦୀକୁ ଡେଇଁ ପଡିଥିଲେ । ତେବେ ସେଠାରେ ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଛାତ୍ରୀ ଜଣଙ୍କ ସ୍ଵାସ୍ଥଅବସ୍ଥା ସଙ୍କଟପର୍ଣ୍ଣ ରହିଥିବାରୁ ତାଙ୍କୁ ଅନ୍ୟ ଏକ ଜିଲ୍ଲା ମୁଖ୍ୟ ମେଡିକାଲକୁ ସ୍ତାନନ୍ତରଣ କରିବାର ବ୍ୟବସ୍ଥା କରଯାଇଥିଲା ।

ତେବେ ଉକ୍ତ ଛାତ୍ରୀ ଜଣଙ୍କ ହେଉଛନ୍ତି ଆଳୀ ବ୍ଲକ ମେଣ୍ଡପୁର ଗ୍ରାମର ରବୀନ୍ଦ୍ର ନାଥ ସ୍ଵାଇଁଙ୍କର ଝିଅ ଅଙ୍କିତା ସ୍ଵାଇଁ । ତେବେ ଏଠାରେ ସବୁଠାରୁ ବଡ କଥା ହେଉଛି । ଏହା କି ଯେ ଯେତେବେଳେ ଚଳିତ ବର୍ଷ ମେଟ୍ରିକ ରେଜଲ୍ଟ ବାହାରିଥିଲା । ସେତେବେଳେ ମଧ୍ୟ କିଛି ପିଲା ନିଜର ମାର୍କ ପାଇଁ ଅଧିକ ଚିନ୍ତିତ ହୋଇଯାଇଥିଲେ । କିଛି ପିଲା ସେଥିରୁ ନିଜର ପ୍ରାଣ ହରାଇ ଦେବାର ମଧ୍ୟ କଥା ସାମ୍ନାକୁ ଆସିଥିଲା ।

ତେବେ ପୁଣି ଥରେ ନିଜର ମାର୍କକୁ ନେଇ ମାନସିକ ସ୍ଥିତିରେ ଦୁର୍ବଳ ହୋଇ ଯାଇ ଅଙ୍କିତା ସ୍ଵାଇଁ ନାମକ ଛାତ୍ରୀ ଏଭଳି ଭାବେ ନିଜ ଜୀବନକୁ ହରାଇ ଦେବା ପାଇଁ ଉଦ୍ୟମ କରିଥିଲେ । ତେବେ ଛାତ୍ରଛାତ୍ରୀ ମାନଙ୍କ ନିଜର ମାର୍କକୁ ନେଇ ଏଭଳି ଭାବରେ ମାନସିକ ସ୍ତରରେ ଦୁର୍ବଳ ହୋଇଯିବ ପଛର ମୁଖ୍ୟ କାରଣ କେଉଁଥରେ ରହୁଛି ? ଯେଉଁଥି ପାଇଁ ମାର୍କ ପାଇଁ ନିଜର ଭବିଷ୍ୟତକୁ ଆଖି ଆଗରେ ରଖି କିଛି ପିଲା ବାଟ ବଣା ହୋଇ ନିଜର ପ୍ରାଣ ହରାଇବାକୁ କିଛି ମଧ୍ୟ ଭୁଲ ପଦକ୍ଷେପ ନେଇଯାଉଛନ୍ତି ।

ଯଦିଓ ଏଠାରେ ଅଙ୍କିତା ସ୍ଵାଇଁ ଙ୍କର ବିଜ୍ଞାନରେ ୮୭ ଭଳି ମାର୍କ ଥିଲା । ତଥାପି ସେ ମଧ୍ୟ ନିଜର ମାର୍କ କମ୍ ଭାବି ଭୁଲ ପଦକ୍ଷେପ ନେବାକୁ ପଛାଇ ନାହାନ୍ତି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *