ଏଇ ଘରେ ଆତ୍ମହତ୍ୟା କରିଛନ୍ତି ଅଭିନେତା Rai Mohan Parida, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଜଣେ ଭେଟେରାନ ଅଭିନେତା ଭାବରେ ସାରା ଓଡିଶାରେ ଲୋକପ୍ରିୟତା ଅର୍ଜନ କରିଥିଲେ ଅଭିନେତା ରାଇମୋହନ ପରିଡା । ୧୦ ଜୁଲାଇ ୧୯୬୩ ମସିହାରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ଜଣଙ୍କ ଯେ ଅଗଣିତ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ । ତେବେ ଏହି ଅଭିନେତା ଜଣଙ୍କ ର ବିକଳ୍ପ କହିଲେ କେହି ନାହିଁ । ମାତ୍ର ୫୮ ବର୍ଷ ବୟସରେ ତାଙ୍କର ଏଭଳି ଭାବରେ ତାଙ୍କର ମୃତ୍ୟୁ ଘଟିବ ତାହା କେହି କେବେ ଭାବି ନଥିବେ ।

କଳାକାର ଭାବରେ ଉପଯୁକ୍ତ କଳା ପ୍ରଦର୍ଶନ କରିବାରେ ମାହିର ଥିଲେ ରାଇମୋହନ ପରିଡା । ଆଉ ଏବେ ଅଭିନେତା ଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଓଡିଶା ସିନେ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରି ଖଳନାୟକ ଚରିତ୍ରରେ ବେଶ୍ ଆକର୍ଷଣୀୟ ଅଭିନୟ ଦେଖାଉଥିଲେ ଏହି ଅଭିନେତା ଜଣଙ୍କ । ନିଜ ଅଭିନୟ ଯାଦୁରେ ଓଡିଶାର ଘରେ ଘରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ସେ ।

ଦୀର୍ଘ ୪ ଦଶନ୍ଧି ଧରି ଓଡିଆ ସିନେ ଜଗତରେ ସକ୍ରିୟ ରହିଥିବା ଏହି କଳାକାର ଦୀର୍ଘ ୩୫ ବର୍ଷ ଧରି ଅଭିନୟ ଜଗତରେ ରହି ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଥିଲେ । ଏବେ ତାଙ୍କ ବିୟୋଗରେ ଓଡିଶା ସିନେ ଜଗତ ସ୍ତବ୍ଧ ହୋଇ ଯାଇଛି । ତାଙ୍କ ଭଳି ଜଣେ ରତ୍ନ ରୁପି କଳାକାର ଏବଂ ବହୁ ପ୍ରତିଭାର ଅଧିକାରୀ ଙ୍କୁ ହରାଇ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଭାଙ୍ଗି ପଡ଼ିଛନ୍ତି ।

ତେବେ କିନ୍ତୁ ସେ ସିନା ନାହାଁନ୍ତି କିନ୍ତୁ ସିନେପ୍ରେମୀଙ୍କ ମନରେ ଏକ ଭିନ୍ନ ଅଭୁଲା ଚରିତ୍ରର ଫିଲ୍ମ୍ ଭାବରେ ସତେଜ ହୋଇ ରହିଛି ତାଙ୍କ ଫିଲ୍ମ୍ ସବୁ । ଏବେ ତାଙ୍କର ମୃତ୍ୟୁ ପରେ ଗୋଟିଏ ଯୁଗର ଅବସାନ ଘଟିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ବରିଷ୍ଠ ଅଭିନେତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଭୁବନେଶ୍ୱର ରେ ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଆଜି ଉଦ୍ଧାର କରା ଯାଇଛି । ସେ ଆତ୍ମହତୟଆ କରିଥିବା ନେଇ କୁହା ଯାଉଥିବା ବେଳେ ସେ ଆତ୍ମହତୟଆ କଣ ପାଇଁ କଲେ ଏବଂ କାହିଁକି କଲେ ତାହା କିଛି ଜଣାପଡ଼ି ନାହିଁ ।

ତେବେ ଅଭିନେତା ରାଇମୋହନ ପରିଡ଼ା । ପଳାଶୁଣୀର ପ୍ରାଚୀ ବିହାର ସ୍ଥିତ ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ରାଇମୋହନ ହଠାତ୍ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ସେନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ ପରିଡା ।

ରାଇମୋହନ ଥିଲେ କେନ୍ଦୁଝର ନିବାସୀ । ସେ ଭୁବନେଶ୍ୱରେ ଆସି ରହୁଥିଲେ । ତାଙ୍କର ଦୁଇ ଝିଅ ଅଛନ୍ତି । ତେବେ ବର୍ତ୍ତମାନ ତାଙ୍କ ଘରେ ସବୁ ସାଇଣ୍ଟିଫିକ ଟିମ ଆସି ସବୁ ପ୍ରମାଣ ଉପରେ ତଦନ୍ତ କରୁଛି । ତେବେ ରାଇମୋହନଙ୍କର ମୃତ୍ୟୁ ଖବର ପ୍ରଘଟ ହେବା ପରେ ତାଙ୍କ ବାସଭବନରେ ଲୋକଙ୍କ ଭିଡ଼ ଜମିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *