ଏହି ବାଲକୋନିରେ ଆ-ତ୍ମହ-ତ୍ୟା କରିଛନ୍ତି ଅଭିନେତା Raimohan Parida, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଓଲିଉଡ୍ ଜଗତରେ ଶୋକର ଛାୟା, ଓଡ଼ିଶାର ଘରେ ଘରେ ପରିଚିତ ସିନେ ଅଭିନେତା ରାଇମୋହନ ପରିଡ଼ା କଲେ ଆତ୍ମହତୟଆ ! ଚଳଚ୍ଚିତ୍ର ତଥା ଯାତ୍ରା ଜଗତରେ ଅତି ପରିଚିତ ନାଁ ରାଇମୋହନ ପରିଡା । ସେ ଯେତେବେଳ ଯାହା କରନ୍ତି ତାହା ହୁଏ ନିଆରା । ତାଙ୍କ ଅଭିନୟ ହେଉ କି ପିଚରେ ତାଙ୍କର ଡାଇଲଗ୍ ଉଚ୍ଚାରଣ ସବୁଦୃଷ୍ଟିରେ ଭିନ୍ନ ହେଉଛନ୍ତି ରାଇମୋହନ ।

କିନ୍ତୁ ଏହାରି ଭିତରେ ତାଙ୍କର ଆତ୍ମହତୟଆ ଖବର ସମସ୍ତଙ୍କୁ ଚକିତ କରିଛି । କେହି ବିଶ୍ୱାସ କରିପାରୁ ନାହାନ୍ତି ସେ ଆଉ ଆମ ଗହଣରେ ନାହାନ୍ତି । ତେବେ ଓଲିଉଡ ଜଗତକୁ ଶକ୍ତ ଝଟକା ଲାଗିଛି । ଚାରିଆଡେ ଶୋକର ଛାୟା ଖେଳିଯାଇଛି । କୁହାଯାଉଛି ପାରିବାରିକ କଳହରୁ ସେ ଆତ୍ମହତୟଆ ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳଚ୍ଚିତ୍ର ହେଉ ବା ଯାତ୍ରା ଜଗତ ସବୁଥିରେ ତାଙ୍କୁ ଭିନ୍ନ ଭିନ୍ନ ଭାବେ ଦେଖିବାକୁ ମିଳେ ।

ଆସୁଛି ମୋ କାଳିଆ ସୁନା, ଉଦଣ୍ଡି ସୀତା, ଦାଦାଗିରି, ସିଂହ ବାହିନୀ, ରକତ ଚିହ୍ନିଛି ନିଜର କିଏ ଆଦି ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ସଭିଁଙ୍କ ମନ ମୋହିଛନ୍ତି ଭେଟେରାନ୍ ରାଇମୋହନ ପରିଡା । ତେବେ ସେ ସିନା ନାହାଁନ୍ତି କିନ୍ତୁ ସିନେପ୍ରେମୀଙ୍କ ମନରେ ଏକ ଭିନ୍ନ ଅଭୁଲା ଚରିତ୍ରର ଫିଲ୍ମ୍ ଭାବରେ ସତେଜ ହୋଇ ରହିଛି ତାଙ୍କ ଫିଲ୍ମ୍ ସବୁ । ଏବେ ତାଙ୍କର ମୃତ୍ୟୁ ପରେ ଗୋଟିଏ ଯୁଗର ଅବସାନ ଘଟିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

ଏହି ବରିଷ୍ଠ ଅଭିନେତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଭୁବନେଶ୍ୱର ରେ ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଆଜି ଉଦ୍ଧାର କରା ଯାଇଛି । ସେ ଆତ୍ମହତୟଆ କରିଥିବା ନେଇ କୁହା ଯାଉଥିବା ବେଳେ ସେ ଆତ୍ମହତୟଆ କଣ ପାଇଁ କଲେ ଏବଂ କାହିଁକି କଲେ ତାହା କିଛି ଜଣାପଡ଼ି ନାହିଁ । ତେବେ ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଆପଣ ରାଇମୋହନ ଙ୍କ ଘର ଭିତରର ଦୃଶ୍ୟକୁ ଦେଖିବାକୁ ପାଇବେ ।

ତେବେ ଯାହାକୁ ନିଜେ ଦେଖାଇଥିଲେ ରାଇମୋହନ ପରିଡା । ତାଙ୍କର ବେଡ ରୁମ୍ ଏବଂ ତାଙ୍କ ଝିଅର ବେଡ୍ ରୁମ୍ ଙ୍କୁ ଦେଖାଇବା ସହ ତାଙ୍କ ସ୍ତ୍ରୀ ସହ ଦୋଳିରେ ବସି ଝୁଲୁ ଥିବାର ଦୃଶ୍ୟ ବି ଆପଣ ଏଠାରେ ଦେଖିବାକୁ ପାଇବେ । ଦୋଳିରେ ବସି ସ୍ତ୍ରୀଙ୍କ କାନ୍ଧରେ ହାତ ପକାଇ ସେ ଖୁସିରେ ଗାଉଛନ୍ତି ଏକ ଓଡ଼ିଆ ରୋମାଣ୍ଟିକ ଆଲବମ ଗୀତ, ଜହ୍ନ ରାଇଜରେ ଜାଗା ଟେ କିଣିଛି, ତାରା ଫୁଲରେ ଘରଟେ କରିଛି । ତାଙ୍କର ଏହି ଖୁସି ମଜାଜ୍ ର ଭିଡିଓ ଦେଖିଲେ ଆଖିରେ ଲୁହ ଜକେଇ ଆସୁଛି ।

ତେବେ ରାଇମୋନ ଙ୍କ ଜନ୍ମ କେନ୍ଦୁଝର ଜିଲ୍ଲାର ଉଦୟପୁର ଗ୍ରାମରେ । ତାଙ୍କ ପ୍ରତିଭା ବଳରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ସେ ୧୯୮୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତ କୁ ଆଗମନ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଗଙ୍ଗଶିଉଳି ଥିଲା । ସେ ଚଳଚ୍ଚିତ୍ର ଜଗତରେ ଜଣେ ଖଳନାୟକ ହେଲ ମଧ୍ୟ ସେ ଜଣେ ସାନ୍ତ ସ୍ଵଭାବ ର ମଣିଷ । ସେ ତାଙ୍କ ଜୀବନ କାଳ ମଧ୍ୟ ରେ ଅନେକ କୃତିତ୍ୱ ଲାଭ କରିଛନ୍ତି ।

ସେ ୭୦ ରୁ ୮୦ ଟା ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ୨୦୦୨ ମସିହାରେ ସେ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡିଆ ଯାତ୍ରା ଓ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । ଓଡିଆ ଯାତ୍ରା ଜଗତରେ ସେ ବେଶ ସୁନାମ ଅର୍ଜନ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *