ଏବେ ବିନା ସିମ ରେ ଚାଲିବ ଫୋନ, ଦେଖନ୍ତୁ ଆସୁଛି କେଉଁ ନୂଆ Technology ଓ ଏହା କିପରି କାମ କରିବ ?

ବନ୍ଧୁଗଣ, ଯେଉଁଭଳି ଭାବରେ ଟେକ୍ନୋଲୋଜି ବଦଳୁଛି, ସେହିଭଳି ଭାବରେ ନୂତନ ପରିବର୍ତ୍ତନ ମାନ ଦେଖିବାକୁ ମିଳୁଛି । ଫୋନ କରିବା ନିମନ୍ତେ ସବୁଠାରୁ ଜରୁରୀ କଣ ହୋଇଥାଏ ? ତାହା ଗୋଟିଏ ସିମ,  ମୁଖ୍ୟତ ସମସ୍ତ ଫୋନ ରେ କମ ସେ କମ ଗୋଟିଏ ସିମ ସ୍ଲଟ ନିଶ୍ଚିତ ରହିଥାଏ । ମାତ୍ର ବର୍ତ୍ତମାନ ୨ ଟି ସିମ ସ୍ଲଟ ଥିବା ଫୋନ ମଧ୍ୟ ବହୁତ ଚାଲୁଅଛି । ବର୍ତ୍ତମାନ ସେହି ଦିନ ଦୂର ନାହିଁ ଯେଉଁଠାରେ କଲ କରିବା ନିମନ୍ତେ ସିମକାର୍ଡ ହିଁ ଆବଶ୍ୟକ ରହିବ ନାହିଁ ।

ଏହିଭଳି ଟେକ୍ନୋଲୋଜି IPhone ଆଣିବାକୁ ଯାଉଅଛି ଯେଉଁଥିରେ ସିମ କାର୍ଡ ଲଗାଇବା ନିମନ୍ତେ କେଉଁ ସିମ ସ୍ଲଟ ହିଁ ନଥିବ । ଅର୍ଥାତ ଏହି IPhone, e-ସିମ ରେ ହିଁ ଚାଲିବ । apple କମ୍ପାନୀ IPhone-15 ସିରିଜ ରେ ଏହି ଫିଚର କୁ ଅପଗ୍ରେଡ କରି ପାରିବ । ବର୍ଷ ୨୦୨୩ ରେ IPhone-15 ସିରିଜ ର ଲଞ୍ଚ ହେବାର ସମ୍ଭାବନା କୁହାଯାଉଅଛି । ଏହା ବିନା ସିମକାର୍ଡ ସ୍ଲଟର ଆସିବାକୁ ଯାଉଥିବା ପ୍ରଥମ ଫୋନ ହୋଇପାରେ ।

apple ଇଙ୍କ ନିଜର IPhone-xr, IPhone-xs, ଏବଂ IPhone-x max କୁ e ସିମ ସହିତ ଲଞ୍ଚ କରିଥିଲେ । ସୂଚନା ଅନୁଯାୟୀ ଏହାପରେ ବର୍ତ୍ତମାନ apple ଫୋନ ରେ ଫିଜିକାଲ ସିମକାର୍ଡ ର ସ୍ଲଟ ରୁ ଛୁଟକାରା ପାଇବାର ପ୍ଳାନ ବନାଉଛି । ଏକ ରିପୋର୍ଟ ରେ ଏହା କୁଆହାଯାଇଅଛି ଯେ apple IPhone ୨୦୨୩ ର ପ୍ରୋ ମଡେଲ ଅର୍ଥାତ IPhone-15 ପ୍ରୋ ରେ ଫିଜିକାଲ ସିମ କାର୍ଡ ସ୍ଲଟ ରହିବ ନାହିଁ ।

ଏହା କନେକ୍ଟିଭିଟି ନିମନ୍ତେ e ସିମ କାର୍ଡ ଟେକ୍ନୋଲୋଜି ଉପରେ ଆଧାରିତ ହେବ । ରିପୋର୍ଟ ଅନୁସାରେ ଲମ୍ବା ସମୟରୁ ଏହା ଉପରେ କାମ କରାଯାଉଅଛି । ନୂଆ ଫୋନ ରେ ୨ ଟି e ସିମ ବ୍ୟବହାର କରାଯାଇପାରିବ । ଏହା ମଧ୍ୟ କୁହାଯାଉଅଛି ଯେ ଏହି ସିରିଜ ର ଫୋନ କୁ ଅନ୍ୟ ଦେଶରେ ବିକ୍ରି କରାଯିବ ନାହିଁ । କୌଣସି ଦେଶରେ ବର୍ତ୍ତମାନ e ସିମ ଟେକ୍ନୋଲୋଜି ବ୍ୟବହାର କରିବା ସହଜ ନୁହେଁ ।

ମାତ୍ର ଭାରତରେ ରିଲାଇନ୍ସ jio, vodafone, idea ଏବଂ airtel e-ସିମ ଫିଚର ଦେଉଛନ୍ତି । ଏହାକୁ ଟେଲିକମ କମ୍ପାନୀ ତରଫରୁ over the Air ଆକ୍ଟିଭେଟ କରାଯାଇଥାଏ । e-ସିମ ମୋବାଇଲ ରେ ଲାଗିଥିବା ଭର୍ଚୁଆଲ ସିମ ହୋଇଥାଏ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *