ଦ୍ରୌପଦୀ (Draupadi Murmu) ଙ୍କ ଗାଁରେ ନାହିଁ ବିଜୁଳି… ଦ୍ରୌପଦୀଙ୍କ ଗାଁରେ ଆଜି ଖୁସିର ମାହୋଲ ସତ କିନ୍ତୁ ରାତି ହେଲେ ପୁଣି କାନ୍ଦିବ…

ଗାଁ ଝିଅ ରାଷ୍ଟ୍ରପତି ହେଲେ ଗାଁକୁ ମିଳିବ ବିଜୁଳି । ଆଶା ବାନ୍ଧି ଅନ୍ଧାରରେ ବସିଛନ୍ତି ଉପରବେଡା ବାସୀ । ଏଯାଏଁ ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ବିଜୁଳି ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଇଏ ସେହି ଗାଁ ଯେଉଁ ଗାଁରେ ଜନ୍ମ ହୋଇଥିଲେ ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାଁରେ ଆଜି ଖୁସିର ମାହୋଲ । ସମସ୍ତଙ୍କ ମୁହଁରେ ହସ । ମନରେ ଅସରନ୍ତି ଗର୍ବ ।

ଉପରବେଡ଼ା ଆଜି ଖିଲିଖିଲି ହସୁଛି ସତ, କିନ୍ତୁ ରାତିହେଲେ କିନ୍ତୁ ପୁଣି କାନ୍ଦିବ ଆଉ ନିଜକୁ କୋଶିବ । କହିବ ମୋ ଝିଅ ରାଷ୍ଟ୍ରପତି ହେବାକୁ ଯାଉଛି ଅଥଚ ମୁଁ କିଟିକିଟି ଅନ୍ଧାରରେ ବଞ୍ଚୁଛି ।ଝିଅ ରାଷ୍ଟ୍ରପତି ହେବା ପରେ ବୋଧେ ମୋତେ ମୋର ହକ୍ ମିଳିବ । ମୋ ଛାତିରେ ବଢୁଥିବା ମଣିଷ ଆଲୁଅ ଦେଖିବ । ସତରେ ଭାବି ରାଷ୍ଟ୍ରପତିଙ୍କ ଗାଁକୁ ଏଯାଏଁ ପହଞ୍ଚି ପାରିନି ବିଜୁଳି ।

ଦୀର୍ଘ 20 ବର୍ଷ ହେବ ସଂଘର୍ଷ ଜାରି ରହିଛି । ହେଲେ ବନ୍ଧୁଗଣ ପ୍ରତିଶ୍ରୁତି ଛଡା ହାତକୁ ଆଉ କିଛି ଲାଗୁନି ।ଯେଉଁଠି ଭାବି ରାଷ୍ଟ୍ରପତିଙ୍କ ଗାଁକୁ ବିଜୁଳି ପହଞ୍ଚି ପାରିନି ସେଇଠି ବିକାଶ ଆଉ ଉନ୍ନତିର କଥା ପ୍ରହସନ ମାତ୍ର । ଦେଖନ୍ତୁ ଏହି ଗାଁ ଲୋକଙ୍କର ଉଦାସ ମୁହଁ । ମୁହଁରେ ଜଳ ଜଳ କରି ଦେଖା ଯାଉଛି ଗୋଟେ ଆଶା । ଆଶା ହେଉଛି ଗାଁର ଝିଅ ରାଷ୍ଟ୍ରପତି ହେଲେ ବୋଧେ ଗାଁକୁ ଟିକେ ବିଜୁଳି ମିଳିବ ।

ବନ୍ଧୁଗଣ ବିଜେପି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛିବା ପରେ ଏବେ ଦ୍ରୌପଦୀଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ପ୍ରଥମ ଥର ପାଇଁ ବିଜେପି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛି ଛନ୍ତି । ଆଉ ଆମ ଓଡିଶାରୁ ମଧ୍ୟ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏହା ହେଉଛି ଆମ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର କଥା ।

ବନ୍ଧୁଗଣ ଅନ୍ୟ ପଟେ ସମସ୍ତ ଓଡିଶା ବାସୀ ଦ୍ରୌପଦୀଙ୍କ ପାଇଁ ବେସ ଖୁସି ଅଛନ୍ତି ଆଉ ଦ୍ରୌପଦୀଙ୍କୁ ସୁବେଚ୍ଚା ଜଣାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *