ହାସ୍ୟ ଅଭିନେତା Jogesh (Jojo) ଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ Hospital ରେ ହେଲେ ଭର୍ତ୍ତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ଙ୍କୁ ତ ନିଶ୍ଚୟ ଜାଣିଥିବେ । ଆମ ପଶ୍ଚିମ ଓଡିଶାର ଜଣେ ଫେମସ କମେଡିଆନ ଅଟନ୍ତି ଯୋଗେଶ ଜୋଜୋ । ସେ ଜଣେ ମଲ୍ଟି ଟ୍ୟାଲେନ୍ଟେଡ କଳାକାର ଅଟନ୍ତି । ଯୋଗେଶ ଏକା ଧାରାରେ ଜଣେ କମେଡିଆନ ହେବା ସହିତ ସେ ଜଣେ ଡ୍ୟାନ୍ସର, ଫିଲ୍ମ ମେକର ଓ କୋରିଓଗ୍ରାଫର ମଧ୍ୟ ଅଟନ୍ତି ।


ଜୋଜୋ ଙ୍କୁ ନେଇ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ସୂଚନାଯୋଗ୍ୟ, ହାସ୍ୟ ଅଭିନେତା ଯୋଗେଶ ଜୋଜୋ ଙ୍କ ଆତ୍ମହତୟଆ ଉଦ୍ୟମ । ସମ୍ବଲପୁର ଶାନ୍ତି ନଗର ସ୍ଥିତ ନିଜ ଷ୍ଟୁଡ଼ିଓ ରେ ଗତକାଲି ସନ୍ଧ୍ୟା ସମୟରେ ବିଷ ପିଇ ଆତ୍ମହତୟଆ ଉଦ୍ୟମ କରିଥିଲେ ।

ସହଯୋଗୀ ମାନେ ଜୋଜୋ ଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଆତ୍ମହତୟଆ ଉଦ୍ୟମ ର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସେପଟେ କଣ ପାଇଁ ଜୋଜୋ ଥାନା ରୁ ନିଜ କେସ କୁ ଫେରାଇ ନେଲେ ତାହା କେହିବି ଜାଣି ନାହାନ୍ତି । ଆତ୍ମହତୟଆ କରିବା ପୂର୍ବରୁ ନିଜ ଟ୍ୱିଟର ଆକାଉଣ୍ଟ ରେ କିଛି ପୋଷ୍ଟ କରିଛନ୍ତି ଜୋଜୋ । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।


ଜୋଜୋ ଏହା ଲେଖିଛନ୍ତି ଯେ, ” ଏବେ ଦୁନିଆ ଛାଡ଼ି ଯିବା ପରେ ସତ ସାମ୍ନା କୁ ଆସିବ କିନ୍ତୁ ସେହି ସମୟରେ ଜୋଜୋ ନଥିବ । ସମସ୍ତେ ଭଲ ରେ ରୁହନ୍ତୁ । ମାଆ ସମଲେଶ୍ବରୀ ଙ୍କ ନିକଟରେ ଏତିକି ପ୍ରାର୍ଥନା । ” ତେବେ ଆତ୍ମହତୟଆ ର ଉଦ୍ୟମ କରିବା ପୂର୍ବରୁ ଜୋଜୋ ଏଭଳି କିଛି ଲେଖିଛନ୍ତି ନିଜର ଟ୍ୱିଟର ଆକାଉଣ୍ଟ ରେ । ବର୍ତ୍ତମାନ ମେଡ଼ିକାଲ ରେ ଅଛନ୍ତି ଜୋଜୋ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ତାହା ଜଣା ନ ପଡ଼ି ଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ତେବେ କଣ ପାଇଁ ଆତ୍ମହତୟଆ ର ଉଦ୍ୟମ କରିଲେ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ଏବଂ କାହିଁକି ଥାନା ରୁ ନିଜ କେସ କୁ ଫେରାଇ ନେଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଏହା ପଛରେ ଲୁଚି ରହିଥିବା କାରଣ ଜଣା ପଡ଼ିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *