ଦର୍ଶକ ବନ୍ଧୁ ଡାକ୍ତରକୁ ଦ୍ଵିତୀୟ ଭଗବାନ ବୋଲି କୁହା ଯାଏ କାରଣ ଡାକ୍ତର ଗୋଟେ ରୋଗୀ ନୁହେଁ ରୋଗୀକୁ ଠିକ କରିଥାଏ । ଯେତେବେଳେ ଆମ ପରିବାରର କୌଣସି ସଦସ୍ୟ ମେଡିକାଲରେ ଭର୍ତ୍ତି ହୋଇଥାନ୍ତି ସେତେବେଳେ ଆମର ସମସ୍ତ ଆଶା ଏବଂ ବିଶ୍ଵାସ ଡାକ୍ତରଙ୍କ ଉପରେ ରହିଥାଏ । ହେଲେ ଯଦି ରକ୍ଷକ ହିଁ ଭକ୍ଷକ ସାଜିବ ତା ହେଲେ ଏ ସମାଜର କଣ ହେବ ।
ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ଜଣେ ମହିଳା ଏପରି କିଛି ଅଭିଯୋଗ ନେଇ ଆସିଛନ୍ତି ଯାହା ଜାଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେବେ । ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଏବଂ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ମହିଳା ଜଣକ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି-‘ମୋ ଛୁଆକୁ ଯେଉଁ ମାନେ ବି ଏମିତି କରିଛନ୍ତି ତାକୁ ନ୍ୟାୟ ମିଳୁ । ମୋର 16 ବର୍ଷର ଛୁଆ ଭଲ ଛୁଆ ତାକୁ ମୁଁ ନେଇକି ଯାଇଥିଲି 7 ଟା ବେଳେ । ବାହାରୁ ବୁଲି ଖେଳି ମୋ ଛୁଆ ଯାଇଛି । ମୋ ଛୁଆ ଖାଇକି ଯାଇଛି ତାର କେବଳ ଜ୍ଵର ହେଇଥିଲା ହେଲେ ସେ ସୁସ୍ଥ ଥିଲା । ସେଦିନ ସାଧାରଣ ଚେକ ଅପ କରି ଆଣି ଥାନ୍ତି ।
ହେଲେ ସାର ତାକୁ କଣ କଲେ କଣ ନାହିଁ ମୁଁ ଜାଣିନି ସେ ତା ପରେ ଜ୍ଵର ତ ତାର ଏତେ ନଥିଲା । ସେ ଯେଉଁ ପିଲାଟି ଥିଲା ଶିପୁ ସେ ଇଞ୍ଜେକ୍ସନ ଆଣି ଦେଲା ମୁଁ ତ ଜାଣି ନଥିଲି ସେଇଟା କେଉଁ ଇଞ୍ଜେକ୍ସନ ଥିଲା । ମୁଁ ଘରେ ଆସି ଜାଣିଲି ସେ ଇଞ୍ଜେକ୍ସନ ଯାହା ଦେଇଛି ତାକୁ ଚେକ ଅପ କରି ଦେବା କଥା । ଦୁଇ ଦିନ ପରେ ମୋ ଛୁଆର ଛାତି ଜଳିଲା ତା ପରେ ଡାକ୍ତରଙ୍କୁ ଡାକିଲା ପରେ ସେ କହିଲେ କିଛି ନାହିଁ ନର୍ମାଲ ।
କହିଲେ ଛୁଆକୁ ଓଆରଏସ ପାଣି ଦିଅ ରେସ୍ଟ ନିଅ ସେ ଠିକ ହେଇଯିବ । ହେଲେ ଧୀରେ ଧୀରେ ତା ଛାତି ପେନ୍ ହେଲା ଧୀରେ ଧୀରେ ପେନ୍ ବଢିଲା । ଏତେ କଷ୍ଟ ହେଲା ଯେ ତାକୁ ସେ ଆଉ କଷ୍ଟ ସମ୍ଭାଳି ପାରିଲାନି । ମୁଁ ଛୁଆକୁ ନ୍ୟାୟ ଦରକାର’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।