ଦର୍ଶକ ବନ୍ଧୁ ଗତ କାଲି ବିଜୁ ଜୟନ୍ତୀ ଅବସରରେ ଡାକୋଟା ବିମାନ ଉଦ୍ଘାଟିତ ହୋଇଛି । ତେବେ ଏହି ଉତ୍ସବରେ ଅନେକ ବରିଷ୍ଠ ବ୍ୟକ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ସମସ୍ତ ଏନେଇ ଖୁସି ଅଛନ୍ତି । ଡାକୋଟା ବିମାନ ବିଜୁ ପଟ୍ଟନାୟକଙ୍କର ଅତି ପ୍ରିୟ ବିମାନ ଥିଲା ଏହି ବିମାନରେ ବିଜୁ ବାବୁ ଅନେକ ଜାଗା ଭ୍ରମଣ କରିଥିଲେ । ତେବେ ଗତ କିଛି ମାସ ତଳେ ଏହି ବିମାନଟିକୁ ଓଡିଶା ଅଣା ଯାଇଥିଲା ।
ଆଉ କାଲି ଏହି ବିମାନଟି ଉଦ୍ଘାଟିତ ହୋଇଛି । ତେବେ ଏହାରି ମଧ୍ୟରେ ଏହି ବିମାନକୁ ତିଆରି କରିଥିବା ଏଏନଇ ପଣ୍ଡା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ସାକ୍ଷାତ୍କାର ଦେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ଏଏନଇ ପଣ୍ଡା କହିଛନ୍ତି-‘ମୁଁ ହେଉଛି ଇଞ୍ଜିନିୟର ପଣ୍ଡା ମୁଁ ଏକ୍ସ ଏୟାରଫୋର୍ସ ଆଉ ଡିପାର୍ଟମେଣ୍ଟ ଅଫ ରଅର ଏକ୍ସ କର୍ମଚାରୀ ଅଟେ । ଡାକୋଟା ବିମାନର କାମ ମୁଁ 1972 ମସିହାରେ ଆରମ୍ଭ କରିଥିଲି ଆଉ ଡାକୋଟା ବିମାନକୁ 1972 ମସିହାରେ ଉଡେଇ ମଧ୍ୟ ଥିଲି । ମୋର ବୟସ 70 ମୋ ଜାହାଜର ବୟସ 70 ମୁଁ 17 ବର୍ଷରେ ଏୟାରଫୋର୍ସ ଯଏନ କରିଥିଲି ଯେତେବେଳେ ମୋର ନିଶ ଦାଢି ହେଇ ନଥିଲା ।
ଆଜି ପର୍ଯ୍ୟନ୍ତ ମଧ୍ୟ ମୁଁ 70 ବର୍ଷ ବୟସରେ ଏ ଜାହାଜରେ କାମ କରିଛି ତେଣୁ ନିଜକୁ ମୁଁ ଟୋକା ବୋଲି ଭାବୁଛି ମୁଁ କେବେ ଭାବୁନି ମୁଁ ବୁଢା ହେଇ ଯାଇଛି । ଏ ଜାହାଜ ପାଇଁ ମୁଁ ଏତେ ପରିଶ୍ରମ କରିଛି ଯେ ସେଇଟା କେବଳ ମୁଁ ଜାଣିଛି । କାରଣ ମୁଁ ଯଦି ହାରିଯିବି ଏ ବୟସରେ ତା ହେଲେ ହାରିଗଲି ଆଉ ତେଣୁ ମୁଁ ଜୀବନ ସାରା ଜିତି ଜିତିକି ଆସିଛି ଡିପାର୍ଟମେଣ୍ଟରୁ ସାର୍ଟିଫିକେଟ ପାଇଛି ପ୍ରଧାନମନ୍ତ୍ରୀଙ୍କ ଠାରୁ ସାର୍ଟିଫିକେଟ ପାଇଛି ।
ମୁଁ ବହୁତ ଫରେନ ଦେଶ ବୁଲିଛି ମୋର ଟାସ୍କ ଅଲଗା ଥିଲା । ତେଣୁ ଆମେ ଏଥିରେ ଅଧିକ ପରିଶ୍ରମ କରିଛୁ ସେଥିପାଇଁ ଆମେ ଶାନ୍ତି ଅଛୁ । ଆମେ କାମ କରି ଜିତିଛୁ ହାରିନୁ ଆଉ ଏଇଟା ହେଉଛି ସବୁଠାରୁ ବଡ କଥା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।