ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡରେ ସ୍ୱାସ୍ଥ୍ୟ ସେବା ବିପରଜସ୍ତ ହୋଇ ପଡିଛି । ପ୍ରତି ଦିନ କିଛି ନା କିଛି ଦୁର୍ଘଟଣା ସାମ୍ନାକୁ ଆସୁଛି କେତେବେଳେ ଚିକିତ୍ସା ଅଭାବରୁ ରୋଗୀ ମୃତ ତ ଆଉ କେତେବେଳେ ରୋଗୀକୁ ଡାକ୍ତର ଖାନାରେ ମିଳୁନି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା । ହେଲେ ଏବେ ଏଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମହିଳା ରୋଗୀକୁ ଡାକ୍ତର ଖାନା ଆଣିଥିଲେ ସେଠାରେ ଡାକ୍ତର ରୋଗୀର ରକ୍ତ ଅଭାବ ଅଛି ।
ଆଉ ତାକୁ ରକ୍ତ ଦରକାର ବୋଲି କହିଥିଲେ । ଆଉ ରୋଗୀର ରକ୍ତ ନମୁନା ସଂଗ୍ରହ କରି ରୋଗୀଙ୍କ ସମ୍ପର୍କୀୟ ରକ୍ତ ଆଣିବାକୁ ବ୍ଲଡ଼ ବେଙ୍କକୁ ଯାଇ ଥିଲେ । ଆଉ ସେହି ଠାରୁ ଆରମ୍ଭ ହୋଇଥିଲା ମହାଭାରତ । ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉଦଳା ଡାକ୍ତର ଖାନାର ରକ୍ତ ଭଣ୍ଡାରରେ । ଡାହିସାହି ଗ୍ରାମର ସୁନା ରାମ ମୁର୍ମୁଙ୍କ 7 ବର୍ଷର ପୁଅ ଶ୍ୟାମ ସୁନ୍ଦର ମୁର୍ମୁଙ୍କୁ ଜ୍ଵର ହୋଇ ଥିବା ବେଳେ ନିକଟସ୍ଥ ଉଦଳା ମେଡିକାଲକୁ ଯାଇଥିଲେ ।
ଘରେ ପୁରୁଷ ଲୋକ ନଥିବା ବେଳେ ସୁନା ରାମଙ୍କ ସ୍ତ୍ରୀ ଦୁଲାରି ମୁର୍ମୁ ଏବଂ ତାଙ୍କ ଜା 18 ବର୍ଷୀୟ ସାବିତ୍ରୀ ମୁର୍ମୁ ସାଙ୍ଗ ହୋଇ ଡାକ୍ତର ଖାନା ଯାଇ ଥିଲେ । ହେଲେ ଡାକ୍ତର ପିଲା ଟିକୁ ଦେଖିଲା ପରେ କହିଥିଲେ ପିଲାଟିର ରକ୍ତ ଅଭାବ ଅଛି । ଏହା ପରେ ରକ୍ତର ନମୁନା ସଂଗ୍ରହ କରି ରକ୍ତ ଦେବାକୁ କହିଥିଲେ ।
ଫଳରେ ସାବିତ୍ରୀ ବ୍ଲଡ଼ ଆଣିବାକୁ ରକ୍ତ ଭଣ୍ଡାରରେ ଥିବା ଡିଓ କର୍ମଚାରୀ ଭାବେ ନିୟୋଜିତ ହୋଇଥିବା ବଡ ସାହେବ ବୟଦପୁର ଅଞ୍ଚଳର କର୍ମଚାରୀ ଅଶୋକ ଆଚାର୍ଯ୍ୟଙ୍କ ଆକ୍ରୋଶର ଶିକାର ହୋଇଥିଲେ । ସେଠାରେ ଡିଓ କର୍ମଚାରୀ ବ୍ଲଡ଼ ଆଣିବାକୁ ଯାଇଥିବା ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ ପରେ ମହିଳା ଜଣକ ଏହାର ବିରୋଧ କରିବାରୁ ସେ ଜବରଦସ୍ତି ରକ୍ତ ନାହିଁ କହି ବାଙ୍କ ଭିତରେ ବସାଇ ରଖିଥିଲେ ।
ପରେ ମହିଳାଙ୍କୁ ଜାବୁଡି ଧରି କିସ୍ କରି ମହିଳାଙ୍କ ଛାତିକୁ ହାତ ମାରି ଥିଲେ । ଏହା ପରେ ମହିଳା ଜଣକ ତାଙ୍କ ଗାଲକୁ ଚାପୁଡା ମାରି ସେଠାରୁ ଚାଲି ଆସିଥିଲେ ଆଉ ନିଜ ପରିବାର ଲୋକଙ୍କୁ ଜଣାଇ ଥିଲେ । ପରେ ପରିବାର ଓ ଗାଁ ଲୋକେ ଡାକ୍ତର ଖାନା ପରିସରକୁ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉତ୍ତମ ମାଧ୍ୟମ ଦେଇଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।